ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା 33 ହଜାର ପାର୍‌ କଲା, ଏପର୍ଯ୍ୟନ୍ତ 1074ଜଣଙ୍କ ମୃତ୍ୟୁ

Published: Apr 30, 2020, 10:56 am IST

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା 33 ହଜାର ପାର୍‌ କରିଛି ।  ସ୍ବାସ୍ଥ୍ୟ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ ଦେଶରେ ଏବେ ସୁଦ୍ଧା 33 ହଜାର 50 ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ସେହିପରି 1 ହଜାର 74 ଜଣ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି । ସେହିପରି 8 ହଜାର 325 ଜଣ ସୁସ୍ଥ ହୋଇଥିବାବେଳେ ଏପର୍ଯ୍ୟନ୍ତ ଦେଶରେ 23 ହଜାର 651ଜଣ ସକ୍ରିୟ ରହିଛନ୍ତି ।

ଦେଶରେ ସର୍ବାଧିକ କରୋନା ପ୍ରଭାବିତ ରାଜ୍ୟ ମଧ୍ୟରେ ରହିଛି ମହାରାଷ୍ଟ୍ର । ଏଠାରେ 9915ଟି ମାମଲା ସାମ୍ନାକୁ ଆସିଥିବାବେଳେ 432ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି 1593ଜଣ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ର ପରେ ଦ୍ବିତୀୟ ସର୍ବାଧିକ ରାଜ୍ୟ ଭାବେ ଗୁଜୁରାଟରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଠାରେ 4082ଜଣ ସଂକ୍ରମିତ ହୋଇଥିବାବେଳେ 197ଜଣଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀରେ 56ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 3439ଟି ମାମଲା ସାମ୍ନାକୁ ଆସିଛି । ସେହିପରି ମଧ୍ୟପ୍ରଦେଶରେ 2561ଜଣ ସଂକ୍ରମିତ ରହିଥିବାବେଳେ 129ଜଣଙ୍କର ମୃତ୍ୟୁ ହୋଇଛି । ରାଜସ୍ଥାନରେ 51 ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଥିବାବେଳେ 2438ଟି ମାମଲା ସାମ୍ନାକୁ ଆସିଛି । ତାମିଲନାଡୁରେ 2162ଜଣ ସଂକ୍ରମିତ ରହିଥିବାବେଳେ ମୃତ୍ୟୁବରଣ କରିଛନ୍ତି 27 ଜଣ । ଉତ୍ତରପ୍ରଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା 2134ରେ ପହଞ୍ଚିଥିବାବେଳେ 39ଜଣଙ୍କର ଜୀବନ ଯାଇଛି ।

ଏତଦ୍‌ବ୍ୟତୀତ ଆନ୍ଧ୍ରପ୍ରଦେଶରେ 1332 ଜଣ ସଂକ୍ରମିତ ରହିଥିବାବେଳେ ମୃତ୍ୟୁ ବରଣ କଛନ୍ତି 31 ଜଣ ।  ଆସାମରେ 38ଟି ମାମଲା ଆସିଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ବିବହାରରେ 392 ମାମଲା ଆସଦିଥିବାବେଳ 2 ଜଣଙ୍କର ମୃତ୍ୟୁ ହୋଇଛି । ହରିୟାଣାର 310ଜଣ ସଂକ୍ରମିତ ରହିଥିବାବେଳେ ତିନିଜଣଙ୍କର ମୃତ୍ୟୁ ହୋଇଛି । ଜମ୍ମୁକାଶ୍ମୀରରେ 581ଟି ମାମଲା ଆସିଥିବା 8 ଜଣଙ୍କ ମୃତ୍ୟୁ ହୋଇଛି । କର୍ଣ୍ଣାଟକରେ 535ଟି ମାମଲା ରହିଥିବାବେଳେ 21 ଜଣଙ୍କର ମୃତ୍ୟୁ ହୋଇଛି । ମେଘାଳୟରେ 12ଟି ମାମଲା ରହିଥିବାବେଳେ ଜଣକର ମୃତ୍ୟୁ ହୋଇଛି । ହିମାଚଳ ପ୍ରଦେଶରେ 40 ଜଣ ସଂକ୍ରମିତ ରହିଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି । କେରଳରେ ସର୍ବପ୍ରଥମେ କରୋନା ସଂକ୍ରମିତ ରହିଥିବାବେଳେ ଏଠାରେ ଏବେ 495ଟି ମାମଲା ସାମ୍ନାକୁ ଆସିଛି । ଏଠାରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି ।

ଓଡ଼ିଶାରେ 128ଟି ମାମଲା ଆସିଥିବାବେଳେ ଜଣକର ମୃତ୍ୟୁ ହୋଇଛି । ପଞ୍ଜାବରେ 357ଟି ମାମଲା ରହିଥିବାବେଳେ 19ଜଣଙ୍କର ମୃତ୍ୟୁ ହୋଇଛି । ତେଲେଙ୍ଗାନାରେ 1012ଟି ମାମଲା ଆସିଥିବାବେଳେ 26 ଜଣଙ୍କର ମୃତ୍ୟୁ ହୋଇଛି । ପଶ୍ଚିମବଙ୍ଗରେ 758ଟି କେସ୍‌ ଆସିଥିବାବେଳେ 22ଜଣଙ୍କର ମୃତ୍ୟୁ ହୋଇଛି । ଉତ୍ତରାଖଣ୍ଡରୁ 55ଟି ସଂକ୍ରମିତ ମାମଲା ସାମ୍ନାକୁ ଆସିଛି । ଆଣ୍ଡମାନା ନିକୋବରରୁ 33 ଜଣ ସଂକ୍ରମିତ ରହିଛନ୍ତି । ସେହିପରି ଲଦାଖରେ 22ଜଣ ସଂକ୍ରମିତ ରହିଛନ୍ତି । ମଣିପୁରେ 2 ଜଣ, ତ୍ରିପୁରାରେ 2ଜଣ ସଂକ୍ରମିତ ମିଜୋରାମରେ ଜଣେ ଓ ଗୋଆରେ 7ଜଣ ସଂକ୍ରମିତ ରହିଥିଲେ । ଏବେ ଏହି ଚାରୋଟି ରାଜ୍ୟ କରୋନା ମୁକ୍ତ ହୋଇଛନ୍ତି । (ଏଜେନ୍ସି)

Related posts