Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ୟୁପିରେ କରୋନା ମୁକ୍ତ ହେଲା 8ଟି ଜିଲ୍ଲା, 15 ଟି ଜିଲ୍ଲାରେ କୌଣସି ମାମଲା ନାହିଁ
ଆଜିର ଖବର

ୟୁପିରେ କରୋନା ମୁକ୍ତ ହେଲା 8ଟି ଜିଲ୍ଲା, 15 ଟି ଜିଲ୍ଲାରେ କୌଣସି ମାମଲା ନାହିଁ

April 30, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା 2000 ଟପି ଥିବାବେଳେ 39ଜଣଙ୍କର ମୃତ୍ୟୁ ହୋଇଛି । ସ୍ବାସ୍ଥ୍ୟ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ କରୋନା ପ୍ରଭାବରେ ପ୍ରଭାବିତ ହୋଇଥିବା 60ଟି ଜିଲ୍ଲା ମଧ୍ୟରୁ 8ଟି ଜିଲ୍ଲା କରୋନା ମୁକ୍ତ ହୋଇଛନ୍ତି । ସେହିପରି 15ଟି ଜିଲ୍ଲାରେ ଏପର୍ଯ୍ୟନ୍ତ କୌଣସି ମାମଲା ଆସିନାହିଁ ।

ଏହି 60ଟି ଜିଲ୍ଲା ମଧ୍ୟରୁ ଏପର୍ଯ୍ୟନ୍ତ ମୋଟ 2134ଜଣଙ୍କର ଯାଞ୍ଚ ରିପୋର୍ଟ ପଜିଟିଭ୍‌ ମିଳିଛି । ଏଠାରେ 1105ଜଣ ତବଲିଗ୍‌ ଜମାତ ସହ ସମ୍ପର୍କିତ ରହିଥିଲେ । 52ଟି ଜିଲ୍ଲାରେ ଏବେବବି 1585ଟି ଆକ୍ଟିଭ କେସ୍‌ ରହିଛି । ତେବେ କରୋନାମୁକ୍ତ ଜିଲ୍ଲାରେ ରହିଛି – ଲଖ୍‌ମୀପୁର-ଖିରି, ଶାହାଜାହାଁପୁର, ହାଥରସ୍‌, ହରଦୋଇ, ମହାରାଜଗଞ୍ଜ, ବାରାବାଙ୍କି, କୌଶାମ୍ବୀ ଓ ଭଦୋହୀ।

ରାଜ୍ୟରେ 91,182 ଜଣ ସର୍ଭେଲାନ୍ସରେ 28 ଦିନ ଅତିବାହିତ କରିଛନ୍ତି। ପ୍ରାୟ 1,31,404ଜଣଙ୍କୁ କଡା ନଜରରେ ରଖାଯାଇଛି । 11,748ଣଙ୍କୁ ଇନଷ୍ଟିଚ୍ୟୁସନାଲ୍‌ କ୍ବାରେଣ୍ଟିନ୍‌ରେ ରଖାଯାଇଛି ।

ଉତ୍ତରପ୍ରଦେଶର କେଉଁ ଜିଲ୍ଲାରେ କେତେ ରହିଛନ୍ତି ରୋଗୀ

ଆଗ୍ରାରେ 430, ଲକ୍ଷ୍ନୌରେ 205, ଗାଜିଆବାଦରେ 61, ଗୌତମବୁଦ୍ଧନଗର (ନୋଏଡା)ରେ 137, ଲଖ୍‌ମୀପୁର ଖିରିରେ 4, କାନପୁର ନଗରରେ 207, ପିଲିଭୀତରେ 3, ମୁରାଦାବାଦରେ 109, ବାରଣାସୀରେ 53, ଶାମଳୀରେ 27, ଜୌନୁରରେ 8, ବାଗପତରେ 15, ମେରଠରେ 97, ବରେଲୀରେ 8, ବୁଲନ୍ଦସହରରେ 50, ବସ୍ତିରେ 23, ହାପୁଡରେ 26, ଗାଜିପୁରରେ 6, ଆଜମଗଡରେ 8, ଫିରୋଜବାଦରେ 110, ହରଦୋଇରେ 2, ପ୍ରତାପଗଡରେ 7, ସହରାନପୁରରେ182, ଶାହଜାହାଁପୁରରେ 1, ବାନ୍ଧାରେ 4, ମହାରାଜଗଞ୍ଜରେ 6, ହାଥରସରେ 5, ମିର୍ଜାପୁରରେ 3, ରାୟବରେଲୀରେ 44, ଔରେୟାରେ 10, ବାରାବାଙ୍କୀରେ 1, କୌଶାମ୍ବୀରେ 2, ବିଜନୌରରେ 32, ସୀତାପୁରରେ 20, ପ୍ରୟାଗରାଜରେ 5, ମଥୁରାରେ 13, ବୃନ୍ଦାୟୁରେ 16, ରାମପୁରରେ 24, ମୁଜାଫରନଗରରେ 23, ଅମରାହୋରେ 25, ଭଦୋହୀରେ 1, କାସଗଞ୍ଜରେ 3 ଓ ଇଟାବାରେ 2, ସମ୍ବଲରେ 18, ଉନ୍ନାଓରେ 1, କନ୍ନୌଜରେ 7, ସନ୍ଥକବୀରନଗରରେ 23, ମୈନପୁରୀରେ 5, ଗୌଣ୍ଡାରେ 2, ମଉରେ 1, ଏଟାରେ 4, ସୁଲତାନପୁରରେ 3, ଆଲଗିଡରେ 32, ଶ୍ରାବସ୍ତୀରେ 5, ବହରାଇଚରେ 9, ବଲରାମପୁରରେ 1, ଆଯୋଧ୍ୟାରେ 1, ଜାଲୌନ୍‌ଣେ 4, ଝାନ୍‌ସୀରେ 3 ଓ ଗୋରଖପୁରରେ ଜଣେ ରହିଛନ୍ତି ।

ସେହିପରି ବରେଲୀ, ବସ୍ତି, ବାରଣାସୀ, ବୁଲନ୍ଦସହର, ଲକ୍ଷ୍ନୌ, ଆଲିଗଡ, ଶ୍ରାବସ୍ତୀ ଓ ମଥୁରରୁ ଜଣେ ଲେଖାଏଁ କରୋନା ଯୋଗୁଁ ମୃତ୍ୟୁବରଣ କରିଥିବାବେଳେ ଫିରୋଜବାଦରେ 2, କାନପୁରରେ 4, ମେରଟରେ 5, ମୁରାଦାବାଦରେ 6 ଓ ଆଗ୍ରାରେ କରୋନା ଯୋଗୁଁ ଏପର୍ଯ୍ୟନ୍ତ 14 ଜଣଙ୍କର ମୃତ୍ୟୁ ହୋଇଛି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ବକେୟା ଦରମା ଦାବିରେ ଏମ୍ସ ଭୁବନେଶ୍ୱରରେ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ ଧାରଣା

June 12, 2026

ରାଜ୍ୟସଭା ନିର୍ବାଚନ: କର୍ଣ୍ଣାଟକରେ କଂଗ୍ରେସ, ମଧ୍ୟପ୍ରଦେଶରେ ବିଜେପିର ନିର୍ବିରୋଧ ବିଜୟ

June 12, 2026

ବିଜେପି ସରକାରକୁ ଦୁଇ ବର୍ଷ : ଉପଲବ୍ଧିର ଉତ୍ସବ ନା ଆତ୍ମସମୀକ୍ଷାର ସମୟ

June 12, 2026

ଅତ୍ୟାଧୁନିକ କ୍ୱାଣ୍ଟମ୍ ଏବଂ କୃତ୍ରିମ ବୁଦ୍ଧିମତ୍ତା ପ୍ରୟୋଗଶାଳା ପ୍ରତିଷ୍ଠା ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ

June 12, 2026
Latest News

ବକେୟା ଦରମା ଦାବିରେ ଏମ୍ସ ଭୁବନେଶ୍ୱରରେ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ ଧାରଣା

June 12, 2026

ରାଜ୍ୟସଭା ନିର୍ବାଚନ: କର୍ଣ୍ଣାଟକରେ କଂଗ୍ରେସ, ମଧ୍ୟପ୍ରଦେଶରେ ବିଜେପିର ନିର୍ବିରୋଧ ବିଜୟ

June 12, 2026

ନିର୍ଦ୍ବନ୍ଦରେ ରାଜ୍ୟସଭାକୁ ନିର୍ବାଚିତ ହେବାପରେ ବିଜେପି ତରଫରୁ ଦେବାଶିଷଙ୍କୁ ସ୍ବାଗତ

June 12, 2026

ଡିଜେଲ୍, ପେଟ୍ରୋଲ୍ ନା ଇଭି ? 2026ରେ କେଉଁ କାର୍ ଆପଣଙ୍କ ପାଇଁ ସବୁଠାରୁ ଲାଭଦାୟକ?

June 12, 2026

ବିଜେପି ସରକାରକୁ ଦୁଇ ବର୍ଷ : ଉପଲବ୍ଧିର ଉତ୍ସବ ନା ଆତ୍ମସମୀକ୍ଷାର ସମୟ

June 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.