ଅନାହାରରେ ରହିଥିବା ବ୍ୟକ୍ତିଙ୍କ ସହାୟତାରେ ଲେଫ୍ଟନାଣ୍ଟ କଲୋନେଲ୍‌

Published: May 2, 2020, 7:09 pm IST

ଭୁବନେଶ୍ବର : ଲକ୍‌ଡାଉନ୍‌ ପ୍ରଭାବରେ ଅନେକ ଲୋକ ଅନାହାରରେ ରହୁଥିବା ବେଳେ ଏହି ବ୍ୟକ୍ତିଙ୍କ ସହାୟତା ପାଇଁ ଆଗକୁ ଆସିଛନ୍ତି ଭାରତୀୟ ସେନାର ଜନୈକ ଯବାନ୍‌ । ଭାରତୀୟ ସେନାର ଲେଫ୍ଟନାଣ୍ଟ କଲୋନେଲ୍‌ କପିଲ୍‌ ଜୋହରୀ ଏବଂ ଡିଆରଡିଓର ମିଳିତ ଉଦ୍ୟମରେ ଦୈନିକ 2 ଶହ ବ୍ୟକ୍ତିଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଉଛି । କ୍ୟାପିଟାଲ ହସ୍ପିଟାଲ ପରିସରରେ ରହିଥିବା ରୋଗୀଙ୍କ ଆଟେଣ୍ଡାଣ୍ଟ ଏବଂ ଅନ୍ୟାନ୍ୟ କ୍ଷୁଦ୍ଧାର୍ଥ ବ୍ୟକ୍ତିଙ୍କୁ ଦୈନିକ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି । ଲକ୍‌ଡାଉନ୍‌ ପରଠାରୁ ପ୍ରତ୍ୟେକ ଦିନ 200 ବ୍ୟକ୍ତିଙ୍କୁ ଖାଦ୍ୟପଦାର୍ଥ ପ୍ରଦାନ କରାଯାଉଥିବା ନେଇ ଲେଫ୍ଟନାଣ୍ଟ କଲୋନେଲ୍‌ କପିଲ୍‌ ଜୋହରୀ ପ୍ରକାଶ କରିଛନ୍ତି । ଡିଆରଡିଓ ବ୍ୟତିତ ଅନ୍ୟତମ ସଂସ୍ଥା ଡିଫେନ୍ସ ସିକ୍ୟୁରିଟି କର୍ପସ୍‌ (ଡିସିଏସ୍‌) ମଧ୍ୟ ରନ୍ଧାଖାଦ୍ୟ ପ୍ରଦାନରେ ସହାୟତା କରୁଥିବା ଜଣାପଡିଛି ।

Related posts