Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତ୍ରିପୁରାରେ ପୁଣି ବ୍ୟାପିଲା କରୋନା : ବିଏସଏଫ୍‌ର 12 ଯବାନଙ୍କ ଠାରେ କରୋନା ପଜିଟିଭ୍‌
ଆଜିର ଖବର

ତ୍ରିପୁରାରେ ପୁଣି ବ୍ୟାପିଲା କରୋନା : ବିଏସଏଫ୍‌ର 12 ଯବାନଙ୍କ ଠାରେ କରୋନା ପଜିଟିଭ୍‌

May 4, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ତ୍ରିପୁରା : କରୋନା ମୁକ୍ତ ହୋଇଥିବା ତ୍ରିପୁରା ରାଜ୍ୟରେ ପୁଣି କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି । ତ୍ରିପୁରାର ବର୍ଡର ସିକ୍ୟୁରିଟି ଫୋର୍ସ (ବିଏସ୍‌ଏଫ)ର 12 ଯବାନ କରୋନା ସଂକ୍ରମିତ ହୋଇଥିବାର ସୂଚନା ରହିଛି । ଯବାନଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିଛି । ଏହି ସମସ୍ତ ଯବାନ୍‌  138ତମ ୟୁନିଟ୍‌ର । ଅମ୍ବାସାରେ ଏହି ୟୁନିଟ୍‌ ନିୟୋଜିତ ରହିଥିଲେ । ଦୁଇଦିନ ପୂର୍ବରୁ ଦୁଇ ଯବାନ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ । ଏପର୍ଯ୍ୟନ୍ତ 14 ଜଣ କରୋନା ଭାଇରସରେ ସଂକ୍ରମିତ ହେଲେଣି ।

ସଂକ୍ରମିତ 14 ଯବାନ୍‌ଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କୁ କ୍ବାରେଣ୍ଟିନ୍‌ରେ ରଖାଯାଇଛି । ତ୍ରିପୁରାର ପ୍ରଥମ କରୋନା ମାମଲା ଅପ୍ରେଲ୍‌ 6 ତାରିଖକୁ ଆସିଥିଲା । ସେହିପରି ଦ୍ବିତୀୟ କରୋନା ପଜିଟିଭ୍‌ ଅପ୍ରେଲ୍‌ 16ରେ ମିଳିଥିଲା ।  ତ୍ରିପୁରାର ଷ୍ଟେଟ୍‌ ରାଇଫଲ୍ସର ଜଣେ ଯବାନଙ୍କ ନିକଟରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲା । ତେବେ ଯବାନ୍‌ ଜଣକ ସୁସ୍ଥ ହୋଇ ହସ୍ପିଟାଲ ଡିସ୍‌ଚାର୍ଜ ହୋଇଥିଲେ ।

ତ୍ରିପୁରାର ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ ଟୁଇଟ୍‌ କରି ଏହା ସମ୍ପର୍କରେ ସୂଚନା ଦେଇଛନ୍ତି । ତ୍ରିପୁରାରେ ମୋଟ୍‌ କରୋନା ସଂକ୍ରମିତଙ୍କସଂଖ୍ୟା 16 ହୋଇଥିବାବେଳେ 2 ଜଣ ସୁସ୍ଥ ହୋଇଛନ୍ତି । ସୂଚନାଯୋଗ୍ୟ, 25 ଅପ୍ରେଲ୍‌ଙ୍କୁ ବିପ୍ଳବ କୁମାର ଦେବ ତ୍ରିପୁରାକୁ କରୋନା ମୁକ୍ତ ରାଜ୍ୟ ଭାବେ ଘୋଷିତ କରିଥିଲେ । କିନ୍ତୁ ଗତ 24 ଘଣ୍ଟାରେ ରେ ମୋଟ୍‌ 14 ନୂଆ ମାମଲା ଆସିଛି । (ଏଜେନ୍ସି)

 

Share. Facebook Twitter LinkedIn Email WhatsApp Copy Link

Related Posts

ଶତକ ହାସଲ କରି ଇତିହାସ ରଚିଲେ କୁପର୍ କନୋଲି: ଭାଙ୍ଗିଲେ ଡି କକ୍‌ଙ୍କ ୧୦ ବର୍ଷର ପୁରୁଣା ରେକର୍ଡ  

May 7, 2026

ଆଜି ମହଙ୍ଗା ହେଲା ସୁନା: ଜାଣନ୍ତୁ ରୂପା ଦର

May 7, 2026

ଟର୍ବୁଲାନ୍ସ ଯୋଗୁଁ ବିମାନରେ ଆତଙ୍କ: ସୁରକ୍ଷିତ ଅବତରଣ କଲେ କ୍ୟାପ୍ଟେନ୍ ରାଜୀବ ପ୍ରତାପ ରୁଡି

May 7, 2026

ପିଏ ହତ୍ୟା ମାମଲା ନେଇ ମୁହଁ ଖୋଲିଲେ ଶୁଭେନ୍ଦୁ ଅଧିକାରୀ

May 7, 2026
Latest News

ବିହାରରେ ସମ୍ରାଟଙ୍କ କ୍ୟାବିନେଟ୍ ବିସ୍ତାର: ମନ୍ତ୍ରୀ ହେଲେ ନୀତିଶଙ୍କ ପୁଅ

May 7, 2026

ଶତକ ହାସଲ କରି ଇତିହାସ ରଚିଲେ କୁପର୍ କନୋଲି: ଭାଙ୍ଗିଲେ ଡି କକ୍‌ଙ୍କ ୧୦ ବର୍ଷର ପୁରୁଣା ରେକର୍ଡ  

May 7, 2026

ଆଜି ମହଙ୍ଗା ହେଲା ସୁନା: ଜାଣନ୍ତୁ ରୂପା ଦର

May 7, 2026

ଟର୍ବୁଲାନ୍ସ ଯୋଗୁଁ ବିମାନରେ ଆତଙ୍କ: ସୁରକ୍ଷିତ ଅବତରଣ କଲେ କ୍ୟାପ୍ଟେନ୍ ରାଜୀବ ପ୍ରତାପ ରୁଡି

May 7, 2026

ପିଏ ହତ୍ୟା ମାମଲା ନେଇ ମୁହଁ ଖୋଲିଲେ ଶୁଭେନ୍ଦୁ ଅଧିକାରୀ

May 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.