Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଫଟୋ କହୁଛି ପ୍ରବାସୀ ଶ୍ରମିକର ଦୁଃଖ : ଯେତେ ଚାଲିଲେ ବି ସରୁନାହିଁ ବାଟ
ଆଜିର ଖବର

ଫଟୋ କହୁଛି ପ୍ରବାସୀ ଶ୍ରମିକର ଦୁଃଖ : ଯେତେ ଚାଲିଲେ ବି ସରୁନାହିଁ ବାଟ

May 15, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ଲକ୍‌ଡାଉନ୍‌ ବଦଳାଇଦେଇଛି ପ୍ରବାସୀ ଶ୍ରମିକର ଜୀବନ। ରୋଜଗାର ଚାଲିଗଲା, ପୁଣି ଚାଲିଗଲା ନିଜ ଉପରେ ଥିବା ଛାତ। ପେଟ ପାଇଁ ଦେଶର ଭିନ୍ନ ଭିନ୍ନ ସହରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ଉପରେ ଏବେ ଦୁଃଖର ପାହାଡ ଭାଙ୍ଗି ପଡିଛି । ରୋଜଗାର ଓ ଖାଦ୍ୟ ନ ପାଇଁ ବିକଳରେ ନିଜ ମାଟିକୁ ଫେରିବାକୁ ଚାହୁଁଛନ୍ତି । କିନ୍ତୁ ତାଙ୍କ ପାଖରେ ଏବେ ଯିବା ପାଇଁ କୌଣସି ସାଧନ ନାହିଁ। ରାସ୍ତା ଅଛି କିନ୍ତୁ ଚାଲିବାକୁ ଆଉ ଶକ୍ତି ନାହିଁ। ଯେତେ ଚାଲୁଥିଲେ ବି ବାଟ ସରୁନାହିଁ….। ରାଜ୍ୟର ବିଭିନ୍ନ ସହରରେ ଫସି ରହିଥିବା ଶ୍ରମିକମାନେ କେମିତି ନିଜ ରାଜ୍ୟକୁ ଫେରୁଛନ୍ତି ତାକୁ ନେଇ ଏକ ସ୍ବତନ୍ତ୍ର ଫଟୋ ଫିଚର୍‌।

ରୋଜଗାର ନାହିଁ । ଭୋକରେ ପେଟ ପସି ଗଲାଣି। ପ୍ରବାସୀ ଶ୍ରମିକଙ୍କ ଦୁଃଖ ସରିବାର ନାଁ ଧରୁନାହିଁ । ରୋଜଗାର ଓ ଭୋକ ବିକଳରେ ଘର ବାହୁଡା ଆରମ୍ଭ କରିଛି ପ୍ରବାସୀ ଶ୍ରମିକ। ସରକାର ଏହି ଶ୍ରମିକଙ୍କ ପାଇଁ ବହୁ ବ୍ୟବସ୍ଥା କରିଛନ୍ତି ବୋଲି କହୁଥିବାବେଳେ ଏହି ଫଟୋଗୁଡିକ କିନ୍ତୁ ବାସ୍ତବତା ବୟାନ କରୁଛି । ପଞ୍ଜାବରୁ ଦିଲ୍ଲୀ ହେଉ କି  ମହାରାଷ୍ଟ୍ରରୁ ୟୁପି ହେଉ ବା ବିହାରରୁ ଓଡ଼ିଶା ହେଉ । ଦେଶର ସବୁ ରାଜ୍ୟର ରାଜପଥରେ ଦେଖିବାକୁ ମିଳୁଛି  ଶହ ଶହ ପ୍ରବାସୀ ଶ୍ରମିକଙ୍କ ଘରବାହୁଡାର ଦୃଶ୍ୟ । ଖାଲି ପାଦ, ଖାଲି ପେଟରେ ପରିବାରର ବୋଝକୁ ବୋହି ବୋହି ଶ୍ରମିକ ଚାଲୁଛି…. । ସରକାର ପ୍ରବାସୀ ଶ୍ରମିକଙ୍କ ପାଇଁ ଟ୍ରେନ୍‌ର ବନ୍ଦୋବସ୍ତ କରିଛନ୍ତି, ଖାଦ୍ୟର ବନ୍ଦୋବସ୍ତ କରିଛନ୍ତି । କିନ୍ତୁ ସତରେ କ’ଣ ପ୍ରବାସୀ ଶ୍ରମିକ ଟିଏ ଏସବୁରୁ ନିଜର ଭାଗ ପାଇପାରିଛି । ବିଭିନ୍ନ ରାଜ୍ୟରେ ଫଶି ରହିଥିବା ପ୍ରବାସୀମାନଙ୍କ ଯନ୍ତ୍ରଣାଦାୟକ ଚିତ୍ରକୁ ଦେଖିଲେ ଆଖିରୁ ଲୁହ ନୁହେଁ ଲହୁ ବାହାରି ଆସୁଛି ।

ଏହି ଫଟୋଟି ଚଣ୍ଡୀଗଡର। ୟୁପିର ପ୍ରତାପଗଡର ରାଜକୁମାର ଚଣ୍ଡୀଗଡରେ ଶ୍ରମିକ ରୂପେ କାର୍ଯ୍ୟ କରୁଥିଲେ। ସ୍ତ୍ରୀ ଓ ତିନି ଛୁଆଙ୍କୁ ଧରି ଟ୍ରେନ୍‌ରେ ନିଜ ଗ୍ରାମକୁ ଯିବା ପାଇଁ ପଞ୍ଜୀକରଣ କରିଛନ୍ତି । ଗୁରୁବାର ଦିନ ଦିନ ଦ୍ବିପ୍ରହରରେ ସେ ଟ୍ରେନ୍‌ରେ ଯିବା ପାଇଁ ବାହାରିଥିଲେ । ଭିଡ ଅତ୍ୟଧିକ ଥିବାରୁ ସେ ସକାଳ 4ଟାର ଷ୍ଟେସନରେ ପହଞ୍ଚି ଯାଇଥିଲେ । ଭୂମି ଉପରେ ବସି ନିଜ ପାଳିକୁ ଅପେକ୍ଷା ରତ ଥିବା ରାଜକୁମାର ଓ ତାଙ୍କ ପରିବାର । କିନ୍ତୁ ତାଙ୍କ ପୁଅ  ଅପେକ୍ଷା ଅପେକ୍ଷା କରି ବ୍ୟାଗ୍‌କୁ ନିଜ ବିଛଣା ଭାବି ଶୋଇପଡିଛି । ଭୋକ ଓ ଜୀବନ ବିକଳରେ ନିଜ ଗ୍ରାମକୁ ଯିବାକୁ ସଂଘର୍ଷ ସମୟରେ ଏହି ନିରୀହ ଶିଶୁଟି ବ୍ୟାଗକୁ ବିଛଣା ଭାବି ଶୋଇପଡିଛି ।

ଜୀବନ ବହୁତ ଭାରୀ  : ଏହି ଫଟୋଟି ମଧ୍ୟ ଚଣ୍ଡୀଗଡର । ସେକ୍ଟର -43ରେ ପ୍ରବାସୀ ଶ୍ରମିକଙ୍କ ଘର ବାହୁଡା ପାଇଁ ପଞ୍ଜୀକରଣ କରାଯାଉଛି । ଏଥିପାଇଁ 10ରୁ 12 ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରୁଥିବାକୁ ପଡୁଛି । ପରିବାର ସହିତ ଏକ ଛୋଟ ଝିଅଟି ବ୍ୟାଗ୍‌କୁ ଉଠାଇ ଛାଇରେ ବସିବା ପାଇଁ ଜାଗା ଖୋଜୁଛି ।

ଆଖି ଭିଜିଛି…. ପଣତ ବି ଭିଜିଛି…. ଭିଜୁଛି ପୁଣି ତା’ର କୋଳର ସନ୍ତାନ : ଏହି ଫଟୋଟି ଜଳନ୍ଧରର। ଗ୍ରାମକୁ ଫେରିବା ପାଇଁ ସଂଘର୍ଷ କରୁଥିବା ହଜାର ହଜାର ଶ୍ରମିକଙ୍କୁ ପ୍ରକୃତି ମଧ୍ୟ ପରୀକ୍ଷା କରୁଛି । ପ୍ରବଳ ବର୍ଷା ସତ୍ତ୍ବେ ମା’ଟି ନିଜ ଛୁଆ ଧରି ଧାଡିରୁ ବାହାରକୁ ଯାଇ କୋଉ ଶୁଖିଲା ଜାଗାରେ ଠିଆ ହୋଇପାରୁନି। ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିବା ଏହି ମା’ଟି ଧାଡିରୁ ବାହାରି ଯିବାକୁ ଭୟ କରୁଛି। କାଳେ ସେ ଚାଲିଗଲେ ଆଉ କେହି ଆସି ସେହି ସ୍ଥାନ ନେଇଯିବ।

ରାସ୍ତାରେ ଅଟକିବାର ପ୍ରଶ୍ନ ନାହିଁ , ଯିବାକୁ ଅଛି ବହୁଦୂର : ଏହି ଫଟୋଟି ମଧ୍ୟପ୍ରଦେଶର ଖଣ୍ଡ୍‌ଓ୍ବା ଅଞ୍ଚଳର । ମହାରାଷ୍ଟ୍ରର ପନଓ୍ବଲେରୁ ଉତ୍ତରପ୍ରଦେଶର ଗୋରଖପୁର ଯାଉଛନ୍ତି  ମନୋଜ କୁମାର ତାଙ୍କ ସ୍ତ୍ରୀ ଓ  ତିନି ବର୍ଷର ଛୁଆ । 12/15 ଜଣ ସାଥୀଙ୍କ ସହିତ ପଦଯାତ୍ରା ଆରମ୍ଭ କରିଛନ୍ତି ମନୋଜ କୁମାର । ନ’ ଦିନ ଧରି 586 କିମି ଚାଲି ଚାଲି ଖଣ୍ଡଓ୍ବା ପହଞ୍ଚିଛନ୍ତି ମନୋଜ ଓ ତାଙ୍କ ପରିବାର । ପ୍ରତ୍ୟହ 50 କିମି ରାସ୍ତା ଚାଲୁଛନ୍ତି ଏମାନେ । ରାସ୍ତାରେ ବେଶି ସମୟ ରହୁନାହାନ୍ତି । କାରଣ ଏବେ ବି ଆହୁରି ରାସ୍ତା ଯିବାକୁ ବାକି ଅଛି …. ।

ପାଦ ସରି ଯାଉଛି… କିନ୍ତୁ ରାସ୍ତା ସରୁନାହିଁ : ଏହି ଫଟୋଟି ମଧ୍ୟ ମଧ୍ୟପ୍ରଦେଶ ଖଣ୍ଡଓ୍ବାର । ମୁମ୍ବାଇର କଲ୍ୟାଣରୁ ଚାଲି ଚାଲି ଯାଉଥିବା ଶିବକିରଣ।  ଶିବକିରଣଙ୍କ ବାମ ପାଦରେ ଆଙ୍ଗୁଠି ଗୁଡିକ ରୋଗ ଯୋଗୁଁ ନଷ୍ଟ ହୋଇଥିବାବେଳେ ଚାଲି ଚାଲି ସେହି ଆଙ୍ଗୁଠି ଆହୁରି ଖରାପ ହୋଇଯାଇଛି । ଏତେ କଷ୍ଟରେ ବି ଏହି ପାଦ ଅଟକୁନି, କାହିଁକି ନା ତାଙ୍କୁ ଆହୁରି ରାସ୍ତା ଅତିକ୍ରମ କରିବାକୁ ବାକି ଅଛି ।

ମୃତ୍ୟୁକୁ ନାହିଁ ଭୟ : ଏହି ଫଟୋଟି ହେଉଛି ଉତ୍ତରପ୍ରଦେଶ ବାରଣାସୀର। ଏଠାରେ ଏକ ଟ୍ରାକରେ 15 ଫୁଟ୍‌ ଉଚ୍ଚରେ ଲଦା ହୋଇଥିବା ପିଆଜ ଓ ଆଳୁ ବସ୍ତା ଉପରେ ବସି କରି ଶ୍ରମିକମାନେ ନିଜ ଘରକୁ ଯାଉଛନ୍ତି । ମୃତ୍ୟରୁ ପରଓ୍ବା ନ କରି ନିଜ ଘରକୁ ଯିବାକୁ ଉଦ୍ୟମରତ ଶ୍ରମିକମାନେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଇଆଇଏମ୍‌ସିରେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ

October 2, 2026

ଦେଶର ଅର୍ଥନୀତିରେ ନୂଆ ରେକର୍ଡ: ସେପ୍ଟେମ୍ବରରେ ୨ ଲକ୍ଷ କୋଟି ଟପିଲା ଜିଏସ୍‌ଟି ସଂଗ୍ରହ

October 2, 2026

୨୦୦୮ ଅହମଦାବାଦ ବିସ୍ଫୋରଣ ମାମଲା: ମୁଜାହିଦିନ୍ ଆତଙ୍କୀର ମୃତ୍ୟୁଦଣ୍ଡ ଉପରେ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ

October 2, 2026

ଜଳ ଯୋଦ୍ଧାମାନଙ୍କୁ ଆତିଥ୍ୟ ପ୍ରଦାନ କଲେ କେନ୍ଦ୍ର ଜଳ ଶକ୍ତି

October 2, 2026
Latest News

ଆଇଆଇଏମ୍‌ସିରେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ

October 2, 2026

ଦେଶର ଅର୍ଥନୀତିରେ ନୂଆ ରେକର୍ଡ: ସେପ୍ଟେମ୍ବରରେ ୨ ଲକ୍ଷ କୋଟି ଟପିଲା ଜିଏସ୍‌ଟି ସଂଗ୍ରହ

October 2, 2026

୨୦୦୮ ଅହମଦାବାଦ ବିସ୍ଫୋରଣ ମାମଲା: ମୁଜାହିଦିନ୍ ଆତଙ୍କୀର ମୃତ୍ୟୁଦଣ୍ଡ ଉପରେ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ

October 2, 2026

ଜଳ ଯୋଦ୍ଧାମାନଙ୍କୁ ଆତିଥ୍ୟ ପ୍ରଦାନ କଲେ କେନ୍ଦ୍ର ଜଳ ଶକ୍ତି

October 2, 2026

ହୱାଲା ଜରିଆରେ ଆସିଥିଲା ୯ କୋଟି: ୟାସିନ୍ ମଲିକଙ୍କ ସମେତ ୭ ଜଣଙ୍କ ବିରୋଧରେ ଚାର୍ଜଫ୍ରେମ୍ ନିର୍ଦ୍ଦେଶ

October 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.