Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୨୦ହଜାର କୋଟି ଟଙ୍କାର ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନାକୁ ମାଛ ଚାଷୀଙ୍କ ସ୍ୱାଗତ
ଆଜିର ଖବର

୨୦ହଜାର କୋଟି ଟଙ୍କାର ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନାକୁ ମାଛ ଚାଷୀଙ୍କ ସ୍ୱାଗତ

May 20, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଆତ୍ମ ନିର୍ଭର ଭାରତର ଘୋଷଣା କରିଥିବା ବେଳେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନାରେ ୨୦ହଜାର କୋଟିର ଘୋଷଣା କରାଯାଇଛି। ଏହି ଘୋଷଣାକୁ ସ୍ୱାଗତ କରିଛନ୍ତି ନବରଙ୍ଗପୁର ଜିଲ୍ଲାର ମାଛଚାଷୀ ଏବଂ ମତ୍ସ୍ୟଚାଷ ସହଜଡ଼ିତ ଉଦ୍ୟୋଗୀମାନେ। ଏହି ଯୋଜନା ଦ୍ବାରା ୫ ବର୍ଷରେ ୭୦ ଲକ୍ଷ ଟନ ମାଛ ଉତ୍ପାଦନ ସହ ୫୫ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ। ରପ୍ତାନି ପରିମାଣ ଦ୍ୱିଗୁଣିତ ହୋଇ ୧ଲକ୍ଷ କୋଟିରେ ପହଁଚିବା ସମ୍ଭାବନା ରହିଛି ବୋଲି ସଂଘ ପକ୍ଷରୁ କୁହାଯାଇଛି।

ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ନବରଙ୍ଗପୁର ଜିଲ୍ଲାରେ ବିଭିନ୍ନ ସ୍ଥାନରେ ମାଛ ଚାଷ ଜାରି ରହିଛି। ଏହାଦ୍ୱାରା ବହୁସଂଖ୍ୟକ ମାଛଚାଷୀ ଉପକୃତ ହେଉଛନ୍ତି। ଜିଲ୍ଲାର ୫ଟି ବ୍ଲକକୁ କିଛିଦିନ ପୂର୍ବରୁ ଭାରତ ସରକାରଙ୍କ ଅଧୀନ କେନ୍ଦ୍ରୀୟ କୃଷି ଗବେଷଣା ପରିଷଦ (ଆଇସିଏମଆର) ଅନ୍ତର୍ଗତ କେନ୍ଦ୍ରୀୟ ମଧୁରଜଳ ଜଳଜକୃଷି ସଂସ୍ଥାନ (ସିଫା) ପକ୍ଷରୁ ଉନ୍ନତ କିସମର ମାଛ ଜାଆଁଳ ପ୍ରଦାନ କରାଯାଇଥିଲା। ସଦର ବ୍ଲକ ତାରାଗାଁର ଯୁବ ମାଛ ଚାଷୀ ଇରଫାନ ଖାଁ ମଧ୍ୟ ଏହି ଜାଆଁଳ ପାଇଥିଲେ। ସେ ନିଜର ଗୋଟିଏ ହେକ୍ଟର ବନ୍ଧରେ ମାଛ ଚାଷ କରିଛନ୍ତି। କେନ୍ଦ୍ର ସରକାରଙ୍କ ଆର୍ଥିକ ପ୍ୟାକେଜ ଦ୍ୱାରା ଲକଡାଉନ ଯୋଗୁ ପ୍ରଭାବିତ ହୋଇଥିବା ମତ୍ସ୍ୟପାଳନ କ୍ଷେତ୍ର ବିଶେଷ ଭାବେ ପ୍ରଭାବିତ ହେବ ବୋଲି ଇରଫାନ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ସେ ଦୀର୍ଘବର୍ଷ ଧରି ଏହି କ୍ଷେତ୍ରରେ କାର୍ଯ୍ୟରତ ଅଛନ୍ତି। ଏପରି ପ୍ୟାକେଜ ଦ୍ୱାରା ଅନ୍ୟ ରାଜ୍ୟ ଉପରେ ମାଛ ପାଇଁ ନିର୍ଭରଶୀଳ ଓଡ଼ିଶା ଭଳି ରାଜ୍ୟ ବିଶେଷ ସୁବିଧା ପାଇବେ। ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ। ଏଥିରେ ଅଧିକ ସଂଖ୍ୟକ ଲୋକ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ରୋଜଗାରକ୍ଷମ ହୋଇପାରିବେ ବୋଲି ଇରଫାନ ଆଶାବ୍ୟକ୍ତ କରିଛନ୍ତି। ସେହିପରି ଜିଲ୍ଲାର ଅନ୍ୟ ମାଛ ଚାଷୀମାନେ ମଧ୍ୟ ଏହି ଯୋଜନାକୁ ସ୍ୱାଗତ କରିଛନ୍ତି।

ସୂଚନାଯୋଗ୍ୟ ଯେ ସାମୁଦ୍ରିକ ଏବଂ ଅନ୍ତର୍ଦେଶୀୟ ମାଛ ଚାଷ କ୍ଷେତ୍ରର ସମନ୍ୱିତ, ଦୀର୍ଘସ୍ଥାୟୀ ଓ ସମାବେଶୀ ବିକାଶ ନିମନ୍ତେ ଗତ ୧୫ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦ ହଜାର କୋଟି ଟଙ୍କାର ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନା (ପିଏମଏମଏସୱାଇ)ର ଘୋଷଣା କରିଥିଲେ। ଏହି ଯୋଜନା ଅନ୍ତର୍ଗତ ସାମୁଦ୍ରିକ, ଅନ୍ତର୍ଦେଶୀୟ ମତ୍ସ୍ୟଚାଷ ଓ ଜଳଜ କୃଷି ନିମନ୍ତେ ୧୧ ହଜାର କୋଟି ଟଙ୍କା ଏବଂ ଫିସିଂ ହାର୍ବର, କୋଲ୍ଡ ଚେନ, ବଜାର ଭିତିଭୂମି ପାଇଁ ୯ ହଜାର କୋଟି ଟଙ୍କା ଯୋଗାଇ ଦେବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। (ପିଆଇବି)

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଜୁନ ୧୧ ତାରିଖ ଗୁରୁବାରରେ ଏହି ପାଞ୍ଚୋଟି ରାଶିର ଦୂର ହେବ ସମସ୍ତ ଦୁଃଖ

June 11, 2026

ମୋଦୀଙ୍କୁ ଟ୍ରମ୍ପଙ୍କ ଅଭିନନ୍ଦନ

June 11, 2026

ଫାଇଲ ଗାଏବକୁ ନେଇ ଏଫଆଇଆର

June 10, 2026

ପୂର୍ବତଟ ରେଳପଥ ଦ୍ଵାରା ଆନ୍ତର୍ଜାତୀୟ ଲେଭଲ୍ କ୍ରସିଂ ସଚେତନତା ଦିବସ ୨୦୨୬ ପାଳିତ

June 10, 2026
Latest News

ଆଜି ଜୁନ ୧୧ ତାରିଖ ଗୁରୁବାରରେ ଏହି ପାଞ୍ଚୋଟି ରାଶିର ଦୂର ହେବ ସମସ୍ତ ଦୁଃଖ

June 11, 2026

ମୋଦୀଙ୍କୁ ଟ୍ରମ୍ପଙ୍କ ଅଭିନନ୍ଦନ

June 11, 2026

ଫାଇଲ ଗାଏବକୁ ନେଇ ଏଫଆଇଆର

June 10, 2026

ପୂର୍ବତଟ ରେଳପଥ ଦ୍ଵାରା ଆନ୍ତର୍ଜାତୀୟ ଲେଭଲ୍ କ୍ରସିଂ ସଚେତନତା ଦିବସ ୨୦୨୬ ପାଳିତ

June 10, 2026

ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.