Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁଣି କ୍ବାରେଣ୍ଟିନ୍‌ ଅବ୍ୟବସ୍ଥା ଯୋଗୁଁ ଧାରଣାରେ ବସିଲେ ବାଲୁଗାଁ ଏକନମ୍ବର କ୍ବାରେଣ୍ଟିନ୍‌ କେନ୍ଦ୍ରର ଅନ୍ତେବାସୀ
ଆଜିର ଖବର

ପୁଣି କ୍ବାରେଣ୍ଟିନ୍‌ ଅବ୍ୟବସ୍ଥା ଯୋଗୁଁ ଧାରଣାରେ ବସିଲେ ବାଲୁଗାଁ ଏକନମ୍ବର କ୍ବାରେଣ୍ଟିନ୍‌ କେନ୍ଦ୍ରର ଅନ୍ତେବାସୀ

May 28, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ବାଲୁଗାଁ : ଦିନକୁ ଦିନ ମହାମାରୀ କରୋନା ସମଗ୍ର ବିଶ୍ବରେ ତା’ର କାୟାବିସ୍ତାର କରିବାରେ ଲାଗିଛି । ଆମ ରାଜ୍ୟରେ 1600ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । କରେନାର ମୁକାବିଲା କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେବା ସାଙ୍ଗଙ୍କୁ ଦେଶ ତଥା ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀଙ୍କୁ ନିଜ ଭିଟାମାଟିକୁ ଫେରାଇ ଆଣୁଛନ୍ତି । ଏଥି ସହିତ ପ୍ରବାସୀଙ୍କୁ ନିକଟରୁ ସଙ୍ଗରୋଧ ଗୃହରେ ରଖିବା ସହ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ତଦାରଖ, ଉତ୍ତମ ଖାଦ୍ୟ ପାନୀୟର ମଧ୍ୟ ବ୍ୟବସ୍ଥା କରିଛନ୍ତି । ମାତ୍ର ବାଲୁଗାଁ ଏନ୍‌ଏସି ଅଧୀନସ୍ଥ ବାଲୁଗାଁ ମହାବିଦ୍ୟାଳୟର ଏକ ନମ୍ବର କ୍ବାରେଣ୍ଟାଇନ୍‌ କେନ୍ଦ୍ରରେ ନିମ୍ନମାନର ଖାଦ୍ୟ ସାଙ୍ଗକୁ  ଅଧିକାରୀମାନଙ୍କ ବେପରୁଆ ମନୋଭାବ ଏବଂ ସ୍ବାସ୍ଥ୍ୟାବସ୍ଥା ପରୀକ୍ଷଣ କରା ନ ଯାଉଥିବାରୁ ଅନ୍ତେବାସୀମାନେ ଅଭିଯୋଗ କରି ଅନଶନ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ 1 ନମ୍ବର କ୍ବାରେଣ୍ଟାଇନ୍‌ କେନ୍ଦ୍ରରେ ବୃଦ୍ଧା, ମହିଳା ଏବଂ ଶିଶୁଙ୍କ ସମେତ 53 ଜଣ ସଙ୍ଗରୋଧରେ ରହିଥିବାବେଳେ 10ଜଣଙ୍କ ଅବଧି ସମୟ ପୂରଣ ହୋଇଥିବାରୁ ସେମାନଙ୍କୁ ହୋମ୍‌ କ୍ବାରେଣ୍ଟାଇନ୍‌କୁ ପଠାଇ ଦିଆଟାଇଛି । ଅଦ୍ୟାବଧି ଏହି କ୍ବାରେଣ୍ଟାଇନ୍‌ ସେଣ୍ଟରରେ 43ଜଣ ଅନ୍ତେବାସୀ ରହୁଥିବାବେଳେ ପ୍ରାୟତଃ ଏମାନେ ସୁରତ୍‌, ବାଙ୍ଗାଲୋର୍‌ଏ ମହାରାଷ୍ଟ୍ରରୁ ଫେରିଛନ୍ତି । ସରକାରଙ୍କ ନିର୍ଦ୍ଧାରିତ ଖାଦ୍ୟ ସୂଚୀ ମୁତାବକ ଖାଦ୍ୟ ପରିବେଷଣ ଗାଇଡ ଲାଇନ୍‌ ଥିଲେ ମଧ୍ୟ ଗତ କାଲି ବିଳମ୍ବିତ ରାତ୍ରିରେ ଅତ୍ୟନ୍ତ ନିମ୍ନମାନର ଖାଦ୍ୟ ପ୍ରଦାନ କରାଯାଇଥିଲା । ତତ୍‌ ସହିତ ପାଣିର ଅଭାବ ଦେଖାଦେଇଥିଲା । ସମ୍ପୃକ୍ତ ଅନ୍ତେବାସୀମାନେ ଏସବୁକୁ ଭାଇରାଲ୍‌ କରିବା ସହିତ ଆଜି ସକାଳୁ ଏକ ନମ୍ବର କ୍ବାରେଣ୍ଟାଇନ୍‌ ସେଣ୍ଟର ଫାଟକ ନିକଟରେ ଖରାତରାକୁ ଖାତିର ନ କରି ମଧ୍ୟାହ୍ନ ପର୍ଯ୍ୟନ୍ତ ଅନଶନରେ ବସିଥିଲେ । ଏଥସହିତ ଜିଲ୍ଲା ପ୍ରଶାସନ ଏହାର ସ୍ଥାୟୀ ସମାଧାନ କରିବାକୁ ପର୍ଯ୍ୟନ୍ତ ଖାଦ୍ୟ ନ ଗ୍ରହଣ କରିବାସହ ଅନଶନ ଜାରି ରଖିବେ ବୋଲି ଚେତାବନୀ ଦେଇଥିଲେ । ଖବର ପାଇ ନୋଡାଲ ଅଫିସର ବାଲୁଗାଁ ଏନ୍‌ଏସି  ରଜେଶ ମିଶ୍ର ପହଞ୍ଚି ସେମାନଙ୍କୁ ବୁଝାସୁଝା କରିଥିଲେ । ବାଲୁଗାଁ ଏନଏସିର ଅତିରିକ୍ତ ନୋଡାଲ ଅଫିସର କୃଷ୍ଣମୋହନ ବଳବନ୍ତରାୟ  ବିଗତ ହୋଇଥିବା ଅନଶନଠାରୁ ସମସ୍ତ ଖାଦ୍ୟ ସୂଚୀ ବଦଳାଇ ଉତ୍ତମ ଖାଦ୍ୟ ପରିବେଷଣ ସାଙ୍ଗକୁ ପାଣିର ବ୍ୟବସ୍ଥା ଏବଂ ପ୍ରତ୍ୟହ କ୍ବାରେଣ୍ଟାଇନ୍‌ ଗୃହ ଏବଂ ପାର୍ଶ୍ବଞ୍ଚଳକୁ ସାନିଟାଇଜ କରାଯାଉଛି ବୋଲି ସୂଚନା ଦେଇଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି

June 10, 2026

ଦେବସ୍ନାନ ପୂର୍ଣ୍ଣିମା ୨୦୨୬: ପୋଲିସ ମୁଖ୍ୟାଳୟରେ ଡିଜିପିଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

June 10, 2026

ବାଣପୁରରେ ମିଶ୍ରଣ ପର୍ବ: ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ବହୁ ବିଜେଡ଼ି କାଉନସିଲର

June 10, 2026

NEET ପରୀକ୍ଷାର୍ଥୀଙ୍କ ସହିତ ବସ୍‌ରେ ମାଗଣା ଯାଇପାରିବେ ଅଭିଭାବକ: ଘୋଷଣା କଲେ ଏହି ସରକାର

June 10, 2026
Latest News

ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି

June 10, 2026

ଦେବସ୍ନାନ ପୂର୍ଣ୍ଣିମା ୨୦୨୬: ପୋଲିସ ମୁଖ୍ୟାଳୟରେ ଡିଜିପିଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

June 10, 2026

ବିଶ୍ୱ ନେତାମାନଙ୍କଠାରୁ ଅଭିନନ୍ଦନ ବାର୍ତ୍ତା ଗ୍ରହଣ କଲେ ନରେନ୍ଦ୍ର ମୋଦୀ

June 10, 2026

ବାଣପୁରରେ ମିଶ୍ରଣ ପର୍ବ: ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ବହୁ ବିଜେଡ଼ି କାଉନସିଲର

June 10, 2026

NEET ପରୀକ୍ଷାର୍ଥୀଙ୍କ ସହିତ ବସ୍‌ରେ ମାଗଣା ଯାଇପାରିବେ ଅଭିଭାବକ: ଘୋଷଣା କଲେ ଏହି ସରକାର

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.