Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିଲିକାର ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ସରକାରଙ୍କୁ ଟାର୍ଗେଟ୍‌ କଲେ ପୃଥ୍ବୀରାଜ
ଆଜିର ଖବର

ଚିଲିକାର ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ସରକାରଙ୍କୁ ଟାର୍ଗେଟ୍‌ କଲେ ପୃଥ୍ବୀରାଜ

May 30, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ବାଣପୁର : କରୋନା ତଥ୍ୟ ଲୁଚାଉଥିବା ଅଭିଯୋଗ କରି ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ। ଚିଲିକା ନିର୍ବାଚନ ମଣ୍ଡଳୀର ଜଣେ ବ୍ୟକ୍ତି ଗତକାଲି ପ୍ରାଣ ହରାଇଥିବାକୁ ନେଇ ବିଜେପିର ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ସରକାରଙ୍କୁ ଟାର୍ଗେଟ କରିଛନ୍ତି। କୋଭିଡ -୧୯ ମୁକାବିଲା ପାଇଁ ରାଜ୍ୟ ସରକାର ବିଶେଷ ପଦକ୍ଷେପ ନେଉଥିବାବେଳେ କରୋନା ଜନିତ ମୃତ୍ୟୁ ତଥ୍ୟକୁ ଲୁଚାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ପୃଥ୍ବୀରାଜ। ଚିଲିକା ବ୍ଲକର ଜଣେ ବ୍ୟକ୍ତି କୋଭିଡ୍‌ ଆକ୍ରାନ୍ତ ହୋଇଥିବାବେଳେ ଗତ ମଙ୍ଗଳବାର ଦିନ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁର ଦୁଇ ଦିନ ପରେ ସରକାର ମୃତକଙ୍କ ସମ୍ପର୍କରେ ଘୋଷଣା କରିଛନ୍ତି। ସମ୍ପୃକ୍ତ ବ୍ୟକ୍ତି ଜଣକ କରୋନରେ ନୁହେଁ, ବରଂ ଲିଭର ଓ ଅନ୍ୟ ରୋଗରୁ ମୃତ୍ୟୁ ହୋଇଛି ବୋଲି ଜଣାଇଛନ୍ତି। ଏହାକୁ ନେଇ ପୃଥ୍ବୀରାଜ ସରକାରଙ୍କୁ ନିନ୍ଦା କରିବା ସହ ଲୁଚା ଚୋରା କାମ ବନ୍ଦ କରନ୍ତୁ ବୋଲି କହିଛନ୍ତି। ତଥ୍ୟ ନ ଲୁଚାଇ ନୈତିକ ଦାୟିତ୍ବ ତୁଲାଇବାକୁ ପରାମର୍ଶ ଦେଇଛନ୍ତି ପୃଥ୍ବୀରାଜ।

ମିଳିଥିବା ସୂଚନା ଅନୁସାରେ ଚିଲିକା ବ୍ଲକର ସିଙ୍ଗେଶ୍ବର ପଞ୍ଚାୟତର ଘିଅଖୋଲା ଗ୍ରାମର ଜଣେ ୪୨ ବର୍ଷୀୟ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇଥିବାବେଳେ ଲିଭର୍‌ ସମସ୍ୟା ଯୋଗୁଁ ଗତ ୨୭ ତାରିଖରେ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ବ୍ୟକ୍ତିଜଣକ ୧୪ ତାରିଖ ଦିନ ସୁରତରୁ ନିଜ ଗ୍ରାମକୁ ଫେରିଥିବାବେଳେ ଚିକିତ୍ସିତ ହେବା ପାଇଁ ସେ ଭୁବନେଶ୍ବର ଏମସ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହାର ଦୁଇ ଦିନ ପରେ ତାଙ୍କଠାର କରୋନା ପଜିଟିଭ ଚିହ୍ନଟ ହୋଇଥିଲା। ଏହା ପରେ ତାଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତ ମଙ୍ଗଳବାର  ଅପରାହ୍ନରେ ତାଙ୍କର ମୃତ୍ୟୁ ହୋଇଥିଲା। ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହକୁ କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁଯାୟୀ ସଂସ୍କାର କରାଯାଇଥିଲା। ତେବେ ବ୍ୟକ୍ତିଙ୍କ ମୃତ୍ୟୁର ଦୁଇ ଦିନ ପରେ ସରକାର ମୃତକଙ୍କ  ସମ୍ପର୍କରେ ଘୋଷଣା କରିଛନ୍ତି। ତେବେ ବ୍ୟକ୍ତିଜଣକ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ଯକୃତ ସମସ୍ୟା ନେଇ ମୃତ୍ୟୁବରଣ କରିଥିବାର ସରକାର ସ୍ପଷ୍ଟ କରିଛନ୍ତି।

ସମ୍ପୃକ୍ତ ବ୍ୟକ୍ତିଙ୍କ କରୋନା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିବା ପରେ ସରକାରଙ୍କ ତରଫରୁ ବିଧିବଦ୍ଧ ଘୋଷଣା କରିବା ନେଇ ସେହି ଅଞ୍ଚଳର ବିଶିଷ୍ଟ ଯୁବ ସମାଜସେବୀ ଲଲାଟେନ୍ଦୁ ଶତପଥୀ ବେଶ୍‌ ଉଦ୍ୟମ କରିଥିଲେ। ତେବେ ପରିବାର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଏବେ ଅସହାୟ ହୋଇପଡିଛି। ଏଥିପାଇଁ ତୁରନ୍ତ ସରକାରୀ ସହାୟତା ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।

 

କରୋନାଆକ୍ରାନ୍ତ ଚିଲିକା
Share. Facebook Twitter LinkedIn Email WhatsApp Copy Link

Related Posts

ସରକାରୀ ଅଧିକାରୀ ସାଜି ଠକୁଥିଲା, ଶେଷରେ ପୋଲିସ ହାତରେ ଧରାପଡ଼ିଲା

June 26, 2026

ସନ୍ଧ୍ୟା ୫ଟା ସୁଦ୍ଧା ୧୦ଟି ଫିଲ୍ମର ରେକର୍ଡ ଭାଙ୍ଗିଲା “ୱେଲକମ୍ ଟୁ ଦି ଜଙ୍ଗଲ” 

June 26, 2026

ବୌଦ୍ଧରେ ଅଘଟଣ: ବଜ୍ରାଘାତରେ ଲିଭିଗଲା ଦୁଇ କିଶୋରଙ୍କ ଜୀବନ

June 26, 2026

ଭିଡ଼ ନିୟନ୍ତ୍ରଣ ପାଇଁ ବଡ଼ ପଦକ୍ଷେପ: ବିଭିନ୍ନ ଟ୍ରେନରେ ବଢିଲା କୋଚ୍ ସଂଖ୍ୟା

June 26, 2026
Latest News

ସରକାରୀ ଅଧିକାରୀ ସାଜି ଠକୁଥିଲା, ଶେଷରେ ପୋଲିସ ହାତରେ ଧରାପଡ଼ିଲା

June 26, 2026

ସନ୍ଧ୍ୟା ୫ଟା ସୁଦ୍ଧା ୧୦ଟି ଫିଲ୍ମର ରେକର୍ଡ ଭାଙ୍ଗିଲା “ୱେଲକମ୍ ଟୁ ଦି ଜଙ୍ଗଲ” 

June 26, 2026

ବୌଦ୍ଧରେ ଅଘଟଣ: ବଜ୍ରାଘାତରେ ଲିଭିଗଲା ଦୁଇ କିଶୋରଙ୍କ ଜୀବନ

June 26, 2026

ଭିଡ଼ ନିୟନ୍ତ୍ରଣ ପାଇଁ ବଡ଼ ପଦକ୍ଷେପ: ବିଭିନ୍ନ ଟ୍ରେନରେ ବଢିଲା କୋଚ୍ ସଂଖ୍ୟା

June 26, 2026

ବଜ୍ରାଘାତରେ ଚାଲିଗଲା ବଡ଼ ଭାଇର ଜୀବନ, ସାନ ଭାଇ ମେଡିକାଲରେ

June 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.