
ଭୁବନେଶ୍ବର : ଲକ୍ଡାଉନ୍ କାରଣରୁ ନିଶାଦ୍ରବ୍ୟ ଚାଲାଣର ନୂଆ ରାସ୍ତା ବାହାର କରୁଛନ୍ତି ଚୋରାଚାଲାଣ କାରୀ । କିଛି ଦିନ ପୂର୍ବରୁ ପରିବା ଟ୍ରକ୍ରୁ ମଦ ଜବତ କରାଯାଇଥିବା ବେଳେ ଆଜି ପଣସ ବୋଝେଇ ଟ୍ରକରୁ ଗଞ୍ଜେଇ ଜବତ କରାଯାଇଛି । କନ୍ଧମାଳର ଖରିଆର ଅଞ୍ଚଳରେ ଏହି ଘଟଣା ଘଟିଛି । କୌଣସି ସୂତ୍ରରୁ ଖବର ପାଇ ପୋଲିସ୍ ଚଢାଉ କରିବା ସହିତ 73 କିଗ୍ରା ଗଞ୍ଜେଇ ଏବଂ ଗାଡି ଜବତ କରିବା ସହିତ 3 ଜଣଙ୍କୁ ଗିରଫ କରିଛି ।