Categories
ଆଜିର ଖବର ରାଜ୍ୟ ଖବର

ପିଆଜ ଟ୍ରକ୍‌ରୁ 5 କ୍ବିଣ୍ଟାଲ ଗଞ୍ଜେଇ ଜବତ

ଭୁବନେଶ୍ବର : ଖୋର୍ଦ୍ଧା ପୋଲିସକୁ ବଡ ସଫଳତା । ଖେର୍ଦ୍ଧାର 16 ନମ୍ବର ଜାତୀୟ ରାଜପଥ ନିକଟରେ ଏକ ପିଆଜ ଟ୍ରକରୁ ଜବତ ହୋଇଛି 5 କ୍ବିଣ୍ଟାଲ ଗଞ୍ଜେଇ। ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଏବଂ ପୋଲିସ୍‌ ପକ୍ଷରୁ ମିଳିତ ଭାବରେ ଏହି ଚଢାଉ କରାଯାଇଥିଲା । 5 କ୍ବିଣ୍ଟାଲ ଗଞ୍ଜେଇ ଜବତ କରିବା ସହିତ ଦୁଇଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ୍‌ । ଆନ୍ଧ୍ରରୁ ଆସିଥିବା ଏକ ପିଆଜ ଟ୍ରକରେ ଗଞ୍ଜେଇ ଚାଲଣ ହେଉଥିବା ନେଇ ଅବକାରୀ ବିଭାଗକୁ ସୂଚନା ମିଳିଥିଲା । ଏହାପରେ ଏନ୍‌ସିବି ଏବଂ ପୋଲିସ୍‌ ପକ୍ଷରୁ ଖୋର୍ଦ୍ଧା ନିକଟସ୍ଥ ରାଜପଥରେ ଟ୍ରକ୍‌କୁ ଜବତ କରାଯାଇଥିଲା ।

Categories
ଆଜିର ଖବର ରାଜ୍ୟ ଖବର

ପଣସ ବୋଝେଇ ଗାଡିରୁ 73 କିଗ୍ରା ଗଞ୍ଜେଇ ଜବତ

ଭୁବନେଶ୍ବର : ଲକ୍‌ଡାଉନ୍‌ କାରଣରୁ ନିଶାଦ୍ରବ୍ୟ ଚାଲାଣର ନୂଆ ରାସ୍ତା ବାହାର କରୁଛନ୍ତି ଚୋରାଚାଲାଣ କାରୀ । କିଛି ଦିନ ପୂର୍ବରୁ ପରିବା ଟ୍ରକ୍‌ରୁ ମଦ ଜବତ କରାଯାଇଥିବା ବେଳେ ଆଜି ପଣସ ବୋଝେଇ ଟ୍ରକରୁ ଗଞ୍ଜେଇ ଜବତ କରାଯାଇଛି । କନ୍ଧମାଳର ଖରିଆର ଅଞ୍ଚଳରେ ଏହି ଘଟଣା ଘଟିଛି । କୌଣସି ସୂତ୍ରରୁ ଖବର ପାଇ ପୋଲିସ୍‌ ଚଢାଉ କରିବା ସହିତ 73 କିଗ୍ରା ଗଞ୍ଜେଇ ଏବଂ ଗାଡି ଜବତ କରିବା ସହିତ 3 ଜଣଙ୍କୁ ଗିରଫ କରିଛି ।

Categories
ଆଞ୍ଚଳିକ

୨୫ କିଲୋ ଗଂଜେଇ ଜବତ: ପଲସର ସହିତ ଅଭିଯୁକ୍ତ ଗିରଫ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜେଇ ଚୋରାଚାଲାଣ କରୁଥବା ଅଭିଯୋଗରେ ବଡ଼ବଜାର ପୋଲିସ୍ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ନିକଟରୁ ୨୫ କିଲୋ ଗଂଜେଇ ସହ ଏକ ପଲସର ଗାଡ଼ି ଜବତ ହୋଇଛି । ଘଟଣାରୁ ପ୍ରକାଶ ଯେ ବ୍ରହ୍ମପୁର ପ୍ରହ୍ଲାଦ ନଗରର ସୁଦାମ ଡ଼ାକୁଆ (୨୪) ଏକ ପଲ୍‌ସର ବାଇକ୍‌ରେ ମୋହନାରୁ ଗଂଜେଇ ଧରି ଆସୁଥିଲା । ଫାଷ୍ଟଗେଟ୍ ନିକଟରେ ପୋଲିସ୍‌ର ଚେକିଂ ଜୋର୍‌ଦାର ଥିବାରୁ ସେ ପୁରୁଣା ବ୍ରହ୍ମପୁରକୁ ବାହାରୁଥିବା ଗଳାବାଟ ଓମ୍‌ନଗର ଦେଇ ସହରରେ ପ୍ରବେଶ କରୁଥିଲା । ଏନେଇ କୌଣସି ବିଶେଷ ସୂତ୍ରରୁ ଖବର ପାଇ ବଡ଼ବଜାର ପୋଲିସ୍ ତାକୁ ଅଟକାଇ ସେ ଧରିଥିବା ବ୍ୟାଗରୁ ୨୫ କିଲୋ ଗଂଜେଇ ଜବତ କରିଥିଲେ । ଏନେଇ ବଡ଼ବଜାର ଥାନାରେ ୧୧୮/୨୦ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସୁଦାମକୁ ଗିରଫ କରାଯାଇଥିବା ଥାନାଧିକାରୀ ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

38 କିଗ୍ରା ଗଞ୍ଜେଇ ସହିତ କାର ଜବତ : ଅଭିଯୁକ୍ତ ଫେରାର

କନ୍ଦର୍ପ ବେହେରା
ରେଢାଖୋଲ : 38 କେଜି ଗଞ୍ଜେଇ ସହ ଏକ ଇଣ୍ଡିଗୋ କାର ଜବତ କରିଛି ପୋଲିସ୍ । ପୋଲିସ୍‌ ଗାଡିକୁ ଦେଖି ଚୋରା ବେପାରି ଗାଡି ଛାଡି ଫେରାର ହୋଇଯାଇଥିଲେ । ରେଢାଖୋଲ ଗଞ୍ଜେଇ ବେପାରିଙ୍କ ଚରାଭୁଇଁ ଭାବେ ପରିଗଣିତ ହେବାରେ ଲାଗିଛି । ସକାଳ ୯ଟାରେ ରେଢାଖୋଲ ପଟୁ ଆସୁଥିବା ଏକ ଇଣ୍ଡିଗୋ ଗାଡି (ଓଆର୍ 19 ଏମ୍ 2288)ରେ ଗଞ୍ଜେଇ ଆସୁଥିବାର ଖବର ନାକ୍ଟିଦେଉଳ ପୋଲିସ ଜାଣିବାକୁ ପାଇଥିଲା । ନାକ୍ଟିଦେଉଳ ଥାନା ଚରଡପଶି ନିକଟସ୍ଥ ହାତିମରା ବୁଲାଣି ନିକଟରେ ଇଣ୍ଡିଗୋ କାରଟିକୁ ପୋଲିସ୍ ଅଟକାଇବାକୁ ଚେଷ୍ଟା କରିଥିଲା । ଚୋରା ବେପାରିମାନେ ପୋଲିସ୍ ଆସୁଥିବା ଜାଣି ଗାଡି ଛାଡି ଫେରାର ହେବାରେ ସକ୍ଷମ ହୋଇଥିଲେ । ନାକ୍ଟିଦେଉଳ ପୋଲିସ୍ ଗାଡି ଭିତରୁ ୩୮ କେଜି ଗଞ୍ଜେଇ ଜବତ କରିବା ସହ ଗାଡିଟିକୁ ଜବତ କରିବାରେ ସକ୍ଷମ ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର

76 କିଗ୍ରା ଗଞ୍ଜେଇ ଜବତ : 3 ଗିରଫ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର : ଗଜପତି ଜିଲ୍ଲା ଅଡ଼ବା ଥାନା ପୋଳିସ୍ ଚୁଡ଼ଙ୍ଗପୁର ଅଞ୍ଚଳରୁ ବେଆଇନ ଗଞ୍ଜେଇ ଚାଲାଣ ବେଳେ ଏକ କାରରୁ 76 କେଜି ଗଂଜେଇ ଜବତ କରିଛି । ଗଞ୍ଜେଇ ଜବତ କରିବା ସହ ବେଆଇନ ଗଞ୍ଜେଇ ଚାଲାଣରେ ସଂପୃକ୍ତ 3 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଳିସ୍ । ଗିରଫ ଅଭିଯୁକ୍ତମାନେ ହେଲେ ଅଡ଼ବା ଥାନା ଚୁଡ଼ଙ୍ଗପୁର ଗାଁର ସଂଜୟ କୁମାର ପରିଛା, କିଶୋର କୁମାର ପରିଚ୍ଛା ଓ ରାୟଗଡ଼ ଗାଁର ମନୋନିତ ମାଳି । ସୂଚନାଥାଉକି ଅଡ଼ବା ଥାନା ପୋଳିସ୍ ବିଳମ୍ବିତ ରାତିରେ ଅନ୍ତରବା ଓ ଚୁଡ଼ଙ୍ଗପୁର ଅଂଚଳରେ ପେଟ୍ରୋଲିଂ କରୁଥିବା ବେଳେ ଏକ କାର୍‌କୁ ସନ୍ଦେହରେ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ କାର୍‌ରୁ ୩ ବସ୍ତା ଗଞ୍ଜେଇ ଜବତ ହୋଇଛି । ଚୁଡ଼ଙ୍ଗପୁର ଅଂଚଳରୁ ଗଞ୍ଜେଇ ନେଇ ବ୍ରହ୍ମପୁର ଅଭିମୁଖେ ଚାଲାଣ ହେଉଥିବା ଜଣାପଡ଼ିଛି । ପୋଲିସ୍ 3 ଅଭିଯୁକ୍ତଙ୍କୁ କୋର୍ଟଚାଲଣ କରିଛି ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଡ୍ରଗ୍ସ ପାଇଁ ଚାରି ଜଣଙ୍କୁ ପଥରରେ ଛେଚି ହତ୍ୟା କଲା ଛାତ୍ର

ସାଲେମ୍‌ : ନିଶା ସେବନ ପାଇଁ 4 ଜଣଙ୍କୁ ପଥରରେ ଛେଚି ହତ୍ୟା କରିଛି ଜଣେ ଛାତ୍ର । ଡ୍ରଗ୍ସ ସେବନ ପାଇଁ ଜଣେ ସିକ୍ୟୁରିଟି ଗାର୍ଡ ଏବଂ ତିନି ଜଣ ଭିକାରୀଙ୍କୁ ପଥରରେ ଛେଚି ହତ୍ୟା କରିଥିଲା ଏହି 20 ବର୍ଷୀୟ ଯୁବକ । ଡିସେମ୍ବରରେ ପ୍ରଥମ ହତ୍ୟା ହୋଇଥିବା ବେଳେ ଫେବୃୟାରୀ ପ୍ରଥମ ସପ୍ତାହରେ ଅନ୍ୟ ତିନି ହତ୍ୟା ହୋଇଥିଲା । ପଇସା ନଥିବାରୁ ଗଞ୍ଜେଇ ଟାଣିବା ପାଇଁ ଏହି 20 ବର୍ଷୀୟ ଯୁବକ ପ୍ରଥମେ ଜଣେ ସିକ୍ୟୁରିଟି ଗାର୍ଡକୁ ହତ୍ୟା କରିଥିଲା । ପରେ ଫେବୃୟାରୀ ମାସର ପ୍ରଥମ ସପ୍ତାହରେ ଅନ୍ୟ ତିନି ଜଣ ଭିକାରୀଙ୍କୁ ପଥରରେ ଛେଚି ହତ୍ୟା କରିଥିଲା । ଗଞ୍ଜେଇ ଟାଣିବା ପାଇଁ ପଇସା ନଥିବାରୁ ଏହି 4 ଜଣଙ୍କୁ ହତ୍ୟା କରିଥିଲା । ଉଲ୍ଲେଖଯୋଗ୍ୟ ଯେ, ଅଭିଯୁକ୍ତର ନାମ ଏମ୍‌ ଅନ୍ଦିସାମି ଦଶମରେ ନିଜ ସ୍କୁଲର ଟପ୍ପର ରହିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ପାଠ ନପଢିପାରିବାରୁ ସେ ନିଶା ଏବଂ ଅନ୍ୟାନ୍ୟ ଖରାପ ଅଭ୍ୟାସରେ ପଡି ଯାଇଥିଲା । (ଏଜେନ୍ସି)