ଡ୍ରଗ୍ସ ପାଇଁ ଚାରି ଜଣଙ୍କୁ ପଥରରେ ଛେଚି ହତ୍ୟା କଲା ଛାତ୍ର

Published: Feb 23, 2020, 6:36 pm IST

ସାଲେମ୍‌ : ନିଶା ସେବନ ପାଇଁ 4 ଜଣଙ୍କୁ ପଥରରେ ଛେଚି ହତ୍ୟା କରିଛି ଜଣେ ଛାତ୍ର । ଡ୍ରଗ୍ସ ସେବନ ପାଇଁ ଜଣେ ସିକ୍ୟୁରିଟି ଗାର୍ଡ ଏବଂ ତିନି ଜଣ ଭିକାରୀଙ୍କୁ ପଥରରେ ଛେଚି ହତ୍ୟା କରିଥିଲା ଏହି 20 ବର୍ଷୀୟ ଯୁବକ । ଡିସେମ୍ବରରେ ପ୍ରଥମ ହତ୍ୟା ହୋଇଥିବା ବେଳେ ଫେବୃୟାରୀ ପ୍ରଥମ ସପ୍ତାହରେ ଅନ୍ୟ ତିନି ହତ୍ୟା ହୋଇଥିଲା । ପଇସା ନଥିବାରୁ ଗଞ୍ଜେଇ ଟାଣିବା ପାଇଁ ଏହି 20 ବର୍ଷୀୟ ଯୁବକ ପ୍ରଥମେ ଜଣେ ସିକ୍ୟୁରିଟି ଗାର୍ଡକୁ ହତ୍ୟା କରିଥିଲା । ପରେ ଫେବୃୟାରୀ ମାସର ପ୍ରଥମ ସପ୍ତାହରେ ଅନ୍ୟ ତିନି ଜଣ ଭିକାରୀଙ୍କୁ ପଥରରେ ଛେଚି ହତ୍ୟା କରିଥିଲା । ଗଞ୍ଜେଇ ଟାଣିବା ପାଇଁ ପଇସା ନଥିବାରୁ ଏହି 4 ଜଣଙ୍କୁ ହତ୍ୟା କରିଥିଲା । ଉଲ୍ଲେଖଯୋଗ୍ୟ ଯେ, ଅଭିଯୁକ୍ତର ନାମ ଏମ୍‌ ଅନ୍ଦିସାମି ଦଶମରେ ନିଜ ସ୍କୁଲର ଟପ୍ପର ରହିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ପାଠ ନପଢିପାରିବାରୁ ସେ ନିଶା ଏବଂ ଅନ୍ୟାନ୍ୟ ଖରାପ ଅଭ୍ୟାସରେ ପଡି ଯାଇଥିଲା । (ଏଜେନ୍ସି)

Related posts