Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେରଳ ପରେ ଏବେ ହିମାଚଳରେ ପୁଣି ଏକ ଅମାନବୀୟ କାଣ୍ଡ : ଏକ ଗର୍ଭିଣୀ ଗାଈକୁ ଖୁଆଇଲେ ବିସ୍ଫୋରକ
ଆଜିର ଖବର

କେରଳ ପରେ ଏବେ ହିମାଚଳରେ ପୁଣି ଏକ ଅମାନବୀୟ କାଣ୍ଡ : ଏକ ଗର୍ଭିଣୀ ଗାଈକୁ ଖୁଆଇଲେ ବିସ୍ଫୋରକ

June 6, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ହିମାଚଳ ପ୍ରଦେଶ : କେରଳର ମଲ୍ଲାପୁରମ୍‌ଠାରେ ଏକ ଗର୍ଭବତୀ ହାତୀର ଅମାନୁଷିକ ହତ୍ୟାକାଣ୍ଡ ମନରୁ ନ ଲିଭୁଣୁ ଦେଶରେ ପୁଣି ଆଉ ଏକ ନିରୀହ ଜୀବକୁ ହତ୍ୟା କରିବାକୁ ଉଦ୍ୟମ କରାଯାଇଛି । ଏହି ଘଟଣାକୁ ସାରା ଦେଶ କ୍ରୋଧରେ ଜର୍ଜରିତ ହେଉଥିବାବେଳେ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । କିନ୍ତୁ ମଣିଷ ତା’ର ଏହି ଅମାନବୀୟ କାର୍ଯ୍ୟରୁ ନିଜକୁ ମୁକ୍ତ କରିପାରୁନାହିଁ । ନିରୀହ ପ୍ରାଣୀମାନଙ୍କ ପ୍ରତି ଅମାନୁଷିକ ଅତ୍ୟାଚାର କରି ଚାଲିଛି । କେରଳ ଗର୍ଭବତୀ ହାତୀକୁ ଅତ୍ୟନ୍ତ ଅମାନୁଷିକ ଭାବେ ବାଣଭର୍ତ୍ତି ସପୁରୀ ଖୁଆଇ ହତ୍ୟା କରିବା ପରେ ଏବେ ହିମାଚଳ ପ୍ରଦେଶରେ ଏକ ଗର୍ଭବତୀ ଗାଈକୁ ବିସ୍ଫୋରକ ପଦାର୍ଥ ଖୁଆଇଥିବାର ଖବର ମିଳିଛି ।

ମିଳିଥିବା ସୂଚନା ଅନୁସାରେ ହିମାଚଳ ପ୍ରଦେଶ ଜିଲ୍ଲା ବିଳାସପୁରର ଝଣ୍ଡୁତା ଅଞ୍ଚଳରେ ଏକ ଗର୍ଭିଣୀ ଗାଈକୁ କେହି ଜଣେ ବିସ୍ଫୋରକ ପଦାର୍ଥ ଖୁଆଇ ଥିବାବେଳେ ଗାଈଟି ଗୁରୁତର ହୋଇପଡିଛି । ଗାଈର ମାଲିକ ଏହି ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ସେୟାର କରିବା ସହିତ ପୋଲିସର ଏନେଇ ମାମଲା ରୁଜୁ କରିଛନ୍ତି। ପୋଲିସ୍‌ ଏହି ଘଟଣାର ଛାନ୍‌ ଭିନ୍‌ କରିବା ଆରମ୍ଭ କରିଛନ୍ତି ।

ଦେଶର କରୋନା ସଂକଟ ସମୟରେ ମଣିଷ ନିଜର ମାନବିକତାକୁ ଭୁଲି ନିରୀହ ପଶୁପକ୍ଷୀଙ୍କ ଉପରେ ଅତ୍ୟାଚାର କରୁଥିବାର ଘଟଣା ସତରେ କଡା ନିନ୍ଦନୀୟ । ପୃଥିବୀର ଶ୍ରେଷ୍ଠ ଜୀବ ମଣିଷ ହୋଇ ମଧ୍ୟ ତା’ର ଏପରି ବର୍ବେରାଚିତ କାଣ୍ଡକୁ ନେଇ ସାରା ଭାରତରେ ଉଦ୍‌ବେଗ ପ୍ରକାଶ ପାଉଛି । ପଶୁ ପକ୍ଷୀଙ୍କୁ ଏପରି ଦଣ୍ଡ ଦେଉଥିବା ବ୍ୟକ୍ତିଙ୍କ ପ୍ରତି କଡା ତଥା ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ହେବା ନେଇ ଦାବି ହେଉଛି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମ ଏସିଆ ସଙ୍କଟ ପରେ ୮୪ ଲକ୍ଷ ମେଟ୍ରିକ ଟନ ସାର ଯୋଗାଇଲେ ସରକାର

May 5, 2026

କେବଳ ଥାଲାପତି ବିଜୟ ନୁହଁନ୍ତି, ରାଜନୀତିରେ ଏହି ୫ ଦକ୍ଷିଣ ସୁପରଷ୍ଟାର ମଧ୍ୟ ଦେଖାଇଛନ୍ତି ଜଲୱା

May 5, 2026

ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରବେଶ ଉତ୍ସବ କାର୍ଯ୍ୟକ୍ରମ

May 5, 2026

ଉପନିର୍ବାଚନରେ ​​ବି ବିଜେପିର ବାଜିମାତ

May 4, 2026
Latest News

ପଶ୍ଚିମ ଏସିଆ ସଙ୍କଟ ପରେ ୮୪ ଲକ୍ଷ ମେଟ୍ରିକ ଟନ ସାର ଯୋଗାଇଲେ ସରକାର

May 5, 2026

କେବଳ ଥାଲାପତି ବିଜୟ ନୁହଁନ୍ତି, ରାଜନୀତିରେ ଏହି ୫ ଦକ୍ଷିଣ ସୁପରଷ୍ଟାର ମଧ୍ୟ ଦେଖାଇଛନ୍ତି ଜଲୱା

May 5, 2026

ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରବେଶ ଉତ୍ସବ କାର୍ଯ୍ୟକ୍ରମ

May 5, 2026

ଆଜି ମଙ୍ଗଳବାର ମେ ୫ ତାରିଖରେ ଏହି ପାଞ୍ଚଟି ରାଶିର ଲୋକେ ହେବେ ମାଲେମାଲ୍

May 5, 2026

ଉପନିର୍ବାଚନରେ ​​ବି ବିଜେପିର ବାଜିମାତ

May 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.