Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କରୋନା ସନ୍ଦେହରେ ମିଳିଲାନି ଚିକିତ୍ସା: ଆମ୍ବୁଲାନ୍ସରେ ମୃତ୍ୟୁବରଣ କଲେ ଆଠ ମାସର ଗର୍ଭବତୀ ମହିଳା
ଆଜିର ଖବର

କରୋନା ସନ୍ଦେହରେ ମିଳିଲାନି ଚିକିତ୍ସା: ଆମ୍ବୁଲାନ୍ସରେ ମୃତ୍ୟୁବରଣ କଲେ ଆଠ ମାସର ଗର୍ଭବତୀ ମହିଳା

June 7, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୋଏଡା: ଉତ୍ତରପ୍ରଦେଶରରେ ନୋଏଡାରେ ଏକ ଅଭାବନୀୟ ଘଟଣା ଘଟିଛି। ୮ ମାସ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲରେ ଚିକିତ୍ସା ନ ମିଳିବାରୁ ସେ ବାର ଦୁଆର ଶୁଣ୍ଢିପିଣ୍ଡା ହୋଇ  ଶେଷରେ ଆମ୍ବୁଲାନ୍ସ ଭିତରେ ତାଙ୍କର ଜୀବନ ଚାଲିଯାଇଛି। ମିଳିଥିବା ସୂଚନା ଅନୁସାରେ ନୋଏଡାରେ ଜଣେ ଗର୍ଭବତୀ ମହିଳାଙ୍କର ଚିକିତ୍ସା ଅଭାବରୁ ଆମ୍ବୁଲାନ୍ସରେ ମୃତ୍ୟୁ ହୋଇଛି।  ବହୁ ସମୟ ଧରି ସେ ଗୋଟେ ହସ୍ପିଟାଲରୁ ଆଉ ଗୋଟିଏ ହସ୍ପିଟାଲର ଚକ୍କର କାଟିଥିବାବେଳେ ଆମ୍ବୁଲାନ୍ସ ଭିତରେ ତାଙ୍କର ମୃତ୍ୟୁ ହୋଇଛି। ନୋଏଡାର ସରକାରୀ ହସ୍ପିଟାଲ ଓ ଘରୋଇ ହସ୍ପିଟାଲଗୁଡିକ ମହିଳାଙ୍କ ଚିକିତ୍ସା ଲାଗି ମନା କରିଥିବାବେଳେ ମହିଳାଙ୍କର ଆମ୍ବୁଲାନ୍ସରେ ହିଁ ଜୀବନ ଚାଲିଯାଇଛି।

ମହିଳା ଜଣକ ଗାଜିଆବାଦ ବାସିନ୍ଦା ହୋଇଥିବାବେଳେ ସେ ନିଃଶ୍ବାସ ନେବା ପାଇଁ କଷ୍ଟ ଅନୁଭବ କରୁଥିଲେ। ସେ ପ୍ରଥମେ ଇଏସ୍‌ଆଇ ହସ୍ପିଟାଲ ଯାଇଥିଲେ। ଏହି ହସ୍ପିଟାଲ ତାଙ୍କୁ ଜିଲ୍ଲା ହସ୍ପିଟାଲ ରେଫର୍‌ କରିଥିଲେ। ପରେ ଜିଲ୍ଲା ହସ୍ପିଟାଲରୁ ଶାରଦା ହସ୍ପିଟାଲକୁ ଯାଇଥିଲେ। ସେଠାରେ ତାଙ୍କୁ ଜୀମ୍ସ ପଠାଯାଇଥିଲା। ଜିମ୍ସରେ ଶଯ୍ୟା ଅଭାବ ହେତୁ ତାଙ୍କୁ ଫୋର୍ଟସ୍‌ ହସ୍ପିଟାଲ ପଠାଯାଇଥିଲା।  ସେଠାରେ ମଧ୍ୟ ତାକୁ ମନା କରାଯିବା ପରେ ସେ ମ୍ୟାକ୍ସ ହସ୍ପିଟାଲକୁ ନିଆଯାଇଥିଲା। ଏତେ ସମୟ ସେ ଗୋଟିଏ ହସ୍ପିଟାଲରୁ ଆଉ ଗୋଟିଏ ହସ୍ପିଟାଲ ହୋଇ ଶେଷରେ ଆମ୍ବୁଲାନ୍ସ ଭିତରେ ହିଁ ମହିଳାଙ୍କର ଜୀବନ ଚାଲିଯାଇଛି।

ସୂଚନାଯୋଗ୍ୟ, ମହିଳାଙ୍କର ରୁଟିନ୍‌ ଚେକ୍‌ ଶିବାଲିକା ହସ୍ପିଟାଲରେ ହେଉଥିଲା। କିନ୍ତୁ ଏହି ହସ୍ପିଟାଲ ମଧ୍ୟ ଚିକିତ୍ସା କରିବାକୁ ମନା କରିଦେଇଥିଲା। କରୋନା ସନ୍ଦେହରେ ମହିଳାଙ୍କୁ କେୌଣସି ହସ୍ପିଟାଲ ଚିକିତ୍ସା ପାଇଁ ଅନୁମତି ଦେଇନଥିବାବେଳେ ଯନ୍ତ୍ରଣାରେ ମହିଳାଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ଜିଲ୍ଲାଧିକାରୀ ତଦନ୍ତ ପାଇଁ ଆଦେଶ ଦେଇଛନ୍ତି।

ତେବେ ଏହି ଗର୍ଭବତୀ ମହିଳାଙ୍କ ମୃତ୍ୟୁର ଦାୟିତ୍ବ କିଏ ନେବ। ଏହି ଘଟଣାକୁ ନେଇ କଂଗ୍ରେସ ପ୍ରବକ୍ତା ଅଖିଳେଶ ସିଂହ ଯୋଗୀ ସରକାରଙ୍କ ସହ ଆଲୋଚନା କରି ଦୋଷୀ ଡାକ୍ତରଖାନା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇ ଦାବି କରିଛନ୍ତି। (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଗାନ୍ଧିମାର୍ଗରେ ଲଘୁଚାପ ବର୍ଷା ଓ ଚାଇଁ ଚାଇଁ ଖରାରେ ଶିକ୍ଷକ ସମାଜ: ସମନ୍ୱୟ ସମିତି

August 25, 2026

ବିସ୍ତୃତ ରାଶିଫଳ: ଅଗଷ୍ଟ ୨୫ ରେ ଏହି ଛଅଟି ରାଶିର ବ୍ୟକ୍ତି ରୁହନ୍ତୁ ସାବଧାନ

August 25, 2026

ଏନ୍‌ଆଇସିୟୁରେ ଅଗ୍ନିକାଣ୍ଡ: ୩ ଶିଶୁ ମୃତ

August 24, 2026

ବଡ଼ ମାଓ ଡମ୍ପ୍‌ ଠାବ: ମାଟି ତଳୁ ମିଳିଲା ୨୩ ବନ୍ଧୁକ, ୪୯୨ ଗୁଳି

August 24, 2026
Latest News

ଗାନ୍ଧିମାର୍ଗରେ ଲଘୁଚାପ ବର୍ଷା ଓ ଚାଇଁ ଚାଇଁ ଖରାରେ ଶିକ୍ଷକ ସମାଜ: ସମନ୍ୱୟ ସମିତି

August 25, 2026

ବିସ୍ତୃତ ରାଶିଫଳ: ଅଗଷ୍ଟ ୨୫ ରେ ଏହି ଛଅଟି ରାଶିର ବ୍ୟକ୍ତି ରୁହନ୍ତୁ ସାବଧାନ

August 25, 2026

ଏନ୍‌ଆଇସିୟୁରେ ଅଗ୍ନିକାଣ୍ଡ: ୩ ଶିଶୁ ମୃତ

August 24, 2026

ବଡ଼ ମାଓ ଡମ୍ପ୍‌ ଠାବ: ମାଟି ତଳୁ ମିଳିଲା ୨୩ ବନ୍ଧୁକ, ୪୯୨ ଗୁଳି

August 24, 2026

ଚାଷ କାମ ସାରି ଫେରୁଥିବାବେଳେ ଅଘଟଣ: ବିଦ୍ୟୁତ୍ ଆଘାତରେ ୨ ଚାଷୀ ମୃତ

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.