ପୁଣି କରୋନା ପଜିଟିଭ୍ ହେଲେ କରୋନା ଯୋଦ୍ଧା: ନୟାଗଡର ଡାକ୍ତର ଓ ନର୍ସଙ୍କୁ କରୋନା

Published: Jun 9, 2020, 9:28 am IST

ନୟାଗଡ : ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ଡାକ୍ତର ଏବଂ ଜଣେ ଷ୍ଟାଫ୍‌ ନର୍ସ କରୋନା ରୋଗରେ ଆକ୍ରାନ୍ତ ହୋଇଥିବା ସୋମବାର ବିଳମ୍ବିତ ରାତିରେ ଜଣାପଡିଛି । ଏହି ଦୁଇ ମେଡିକାଲ ଷ୍ଟାଫଙ୍କ ସହ ରଣପୁର ଅଞ୍ଚଳର ଜଣେ ପ୍ରବାସୀ ମଧ୍ୟ କରୋନା ରୋଗରେ ଆକ୍ରାନ୍ତ ହୋଇଥିବା ଜିଲ୍ଲା ମୁଖ୍ୟ ସୂଚନା ଦେଇଛନ୍ତି । ପୂର୍ବରୁ ଏମାନଙ୍କ ସ୍ୱାବ ନମୁନା ପରୀକ୍ଷା ନିମନ୍ତେ ପଠା ଯାଇଥିଲା ବେଳେ ଗତକାଲି ଏମାନଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି । ଏହି ଡାକ୍ତର ଓ ନର୍ସଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ସମ୍ପର୍କରେ ଅନୁସନ୍ଧାନ କରାଯାଉଛି ।  ପୂର୍ବରୁ ମଧ୍ୟ ଜଣେ ନର୍ସ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ତାଙ୍କ ବର୍ତ୍ତମାନ ଚିତ୍କିସା ଜାରି ରହିଛି । ପୂର୍ବରୁ ତିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ନର୍ସଙ୍କ ସଂସ୍ପର୍ଶରେ ଆସି ଏହି ଦୁଇ ଜଣ ମେଡିକାଲ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ନିକଟରେ ରାଉରକେଲା ସରକାରୀ ହସ୍ପିଟାଲର ମଧ୍ୟ ଦୁଇଜଣ ଆରଜିଏଚ ଡାକ୍ତରଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା।

Related posts