ନିର୍ବାଚନୀ ତାରିଖକୁ ନେଇ ବିବାଦ : ରାମଜାନ ଚାଲିଥିବା ସମୟରେ ନିର୍ବାଚନକୁ ନେଇ ମୁସଲିମ୍‌ ଧର୍ମଗୁରୁ ଓ  ନେତାଙ୍କ ଅସନ୍ତୋଷ

Published: Mar 11, 2019, 12:23 pm IST
muslim leader

ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏହାକୁ ନେଇ ବିବାଦ ଦେଖାଦେଇଛି। ଏପ୍ରିଲ୍‌ ୧୧ ଠାରୁ ମେ ୧୯ ପର୍ଯ୍ୟନ୍ତ ସାତଟି ପର୍ଯ୍ୟାୟରେ ସାରା ଭାରତ ବର୍ଷରେ ଭୋଟିଂ ଅନୁଷ୍ଠିତ ହେବ। ଜୁନ୍‌ ୩ରେ ଲୋକସଭାର କାର୍ଯ୍ୟକାଳ ସରିବାକୁ ରହିଛି। ଏହି ସମୟରେ ଲୋକସଭା ନିର୍ବାଚନ ତାରିଖକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ମୁସଲିମ୍‌ ଧର୍ମଗୁରୁ ଓ ମୁସଲିମ୍‌ ନେତାମାନେ ଏହି ତାରିଖକୁ ନେଇ ଅସନ୍ତୁଷ୍ଟ ରହିଛନ୍ତି। ରାମଜାନ ମାସରେ ଏହି ନିର୍ବାଚନୀ ତାରିଖକୁ ନେଇ ସେମାନେ ବିରୋଧ କରିଛନ୍ତି। ମୁସଲିମ୍‌ ଧର୍ମଗୁରୁ ଓ କିଛି ଦଳର ମୁସଲିମ୍‌ ନେତାମାନେ ରାମଜାନ ମାସରେ ମତଦାନକୁ ମନା କରିଛନ୍ତି। ଲକ୍ଷ୍ନୌର ମୁସଲିମ୍‌ ଧର୍ମଗୁରୁ ଖାଲିଦ୍‌ ରଶୀଦ୍‌ ଫିରଗୀ, ବଙ୍ଗଳାର ମମତା ସରକାରଙ୍କ ମନ୍ତ୍ରୀ ଫିରହାଦ କରୀମ୍‌ ଓ ଦିଲ୍ଲୀର ଆପ୍‌ ବିଧାୟକ ଅମାନତୁଲ୍ଲା ରାମଜାନ ସମୟରେ ନିର୍ବାଚନ ହେବାକୁ ନେଇ ଅସନ୍ତୁଷ୍ଟ ରହିଛନ୍ତି। ମାସ ସାରା ମୁସଲିମ୍‌ଧର୍ମାବଲମ୍ବୀ ରୋଜା କରିବା ସମୟରେ ନିର୍ବାଚନରେ ଅଂଶଗ୍ରହଣ କରିବା ସେମାନଙ୍କ ପକ୍ଷେ କଷ୍ଟକର ହେବ ବୋଲି କହିଛନ୍ତି। ତୃଣମୂଳ ନେତା ତଥା କଲିକତା ମେୟର ଫିରହାଦ୍‌ କରୀମ୍‌ଙ୍କ ମତରେ ବିହାର, ପଶ୍ଚିମବଙ୍ଗାଳ ଓ ଉତ୍ତରପ୍ରଦେଶ ରାଜ୍ୟରେ ମୁସଲିମ୍‌ଙ୍କ ସଂଖ୍ୟା ବହୁତ ଅଧିକ। ଏହି ସବୁ ରାଜ୍ୟରେ  ରାମଜାନ ଚାଲିବା ସମୟରେ ନିର୍ବାଚନ କିପରି ହୋଇପାରିବ ବୋଲି ପ୍ରଶ୍ନ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କୁ ନିର୍ବାଚନ କମିଶନଙ୍କ ପାଖରେ କୌଣସି ଅଭିଯୋଗ ନାହିଁ । କେବଳ ଏହି ତିନୋଟି ରାଜ୍ୟରେ ଅଧିକ ସଂଖ୍ୟକ ମୁସଲମାନ ସମ୍ପ୍ରଦାୟ ରହୁଥିବାରୁ ସେମାନଙ୍କୁ ଏହିସମୟରେ ବହୁତ ଅସୁବିଧାର ସାମ୍ନା କରିବାକୁ ପଡ଼ିବ। ମେ ୬ରୁ ପବିତ୍ର ରାମଜାନ ମାସ ଆରମ୍ଭ ହୋଇଯିବ। ମେ ୬, ମେ ୧୨, ଓ ମେ ୧୯ରେ ନିର୍ବାଚନ ହେବାକୁ ରହିଛି। ଏହି ଦିନଗୁଡ଼ିକୁ ନେଇ ମୁସଲିମ୍‌ ଧର୍ମଗୁରୁ ଓ ମୁସଲିମ୍‌ ନେତାମାନେ ନିର୍ବାଚନୀ ତାରିଖକୁ ବିରୋଧ କରିଛନ୍ତି ।

Related posts