Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପିଲାକଳିକୁ ନେଇ ହଣାକଟା : ସ୍ବାମୀ ସ୍ତ୍ରୀ ଗୁରୁତର
ଆଜିର ଖବର

ପିଲାକଳିକୁ ନେଇ ହଣାକଟା : ସ୍ବାମୀ ସ୍ତ୍ରୀ ଗୁରୁତର

June 15, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ
ଟାଙ୍ଗୀ : ଝିମିଟି ଖେଳରୁ ମହାଭାରତ, ଏଭଳି ଘଟଣା ଦେଖିବାକୁ ମିଳିଛି ଟାଙ୍ଗୀର ରତ୍ନମାଳୀ ସାହିରେ । ଛୋଟପିଲାଙ୍କ କଳିକୁ ନେଇ ଦୁଇ ପରିବାର ମଧ୍ୟରେ ଝଗଡା ଭୟଙ୍କର ରୂପ ନେଇଛି । ଏହି ଆକ୍ରମଣରେ ସ୍ବାମୀ ସ୍ତ୍ରୀ ଗୁରୁତର ଭାବରେ ଆହତ ହୋଇଛନ୍ତି । ରତ୍ନମାଳୀ ସାହିରେ ଦୁଇ ପିଲା ଖେଳୁଥିବା ସମୟରେ ଉଭୟଙ୍କମ ମଧ୍ୟରେ ଝଗଡା ହୋଇଥିଲା । ତେବେ ଏହି ଘଟଣାରେ ଉଭୟ ପରିବାରର ସମ୍ପୃକ୍ତି ପରେ ଝଗଡା ଭୟଙ୍କର ରୂପ ଗ୍ରହଣ କରିଥିଲା ।

ଏହି ଯୁକ୍ତିତର୍କରେ ଉତ୍ୟକ୍ତ ମୂଳିଆ ବେହେରା ନାମକ ଯୁବକ ନିଜ ପଡୋଶୀ ପାଣ୍ଡବ ବେହେରାଙ୍କୁ କଟୁରୀରେ ଆକ୍ରମଣ କରିଥିଲେ । ଆକ୍ରମଣରେ ପାଣ୍ଡବ ବେହେରା ଗୁରୁତର ହୋଇଥିବା ବେଳେ ତାଙ୍କ ପତ୍ନୀ ସବିତା ବେହେରା ମଧ୍ୟ ଆହତ ହୋଇଛନ୍ତି । ଉଭୟ ସ୍ବାମୀ ସ୍ତ୍ରୀଙ୍କୁ ପ୍ରଥମେ ଟାଙ୍ଗୀ ମେଡିକାଲକୁ ନିଆଯାଇଥିଲା । ପାଣ୍ଡବଙ୍କ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଥିଲା । ଏହାକୁ ନେଇ ଅଭିଯୋଗ କରାଯିବା ପରେ ପୋଲିସ୍‌ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଆସନ୍ତା ୨୮ ତାରିଖରେ ହେବ OTET

June 9, 2026

ସ୍ୱାସ୍ଥ୍ୟ ସେବା ପାଇଁ ୭୫୫ ନୂଆ ପଦବୀ

June 9, 2026

ଗୃହରକ୍ଷୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପହାର: ବୃଦ୍ଧି କଲେ ଦୈନିକ ଭତ୍ତା

June 9, 2026

IPL 2027 ନିଲାମ ପୂର୍ବରୁ ଦଳ ବଦଳାଇବେ ଏହି 7 ଜଣ ଷ୍ଟାର ଖେଳାଳି!: ଦେଖନ୍ତୁ ତାଲିକା

June 9, 2026
Latest News

ଆସନ୍ତା ୨୮ ତାରିଖରେ ହେବ OTET

June 9, 2026

ସ୍ୱାସ୍ଥ୍ୟ ସେବା ପାଇଁ ୭୫୫ ନୂଆ ପଦବୀ

June 9, 2026

ଗୃହରକ୍ଷୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପହାର: ବୃଦ୍ଧି କଲେ ଦୈନିକ ଭତ୍ତା

June 9, 2026

IPL 2027 ନିଲାମ ପୂର୍ବରୁ ଦଳ ବଦଳାଇବେ ଏହି 7 ଜଣ ଷ୍ଟାର ଖେଳାଳି!: ଦେଖନ୍ତୁ ତାଲିକା

June 9, 2026

କୁଏତର ଅମୀରଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

June 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.