ଚୀନ୍‌ ସେନା ସହିତ ସଂଘର୍ଷରେ 3 ଭାରତୀୟ ଯବାନ ଶହୀଦ

Published: Jun 16, 2020, 1:50 pm IST

ଲଦାଖ : ଲଦାଖ ସୀମାରେ ଚୀନ୍‌ ସେନା ସହିତ ମୁକାବିଲାରେ 3 ଜଣ ଭାରତୀୟ ଯବାନ ଶହୀଦ ହୋଇଛନ୍ତି । ସୋମବାର ରାତିରେ ଉଭୟ ପକ୍ଷଙ୍କ ମଧ୍ୟରେ ଏହି ସଂଘର୍ଷ ଘଟିଥିଲା । ଲଦାଖର ଗଲଓ୍ବାଁ ଉପତ୍ୟାକାରେ ଉଭୟ ପକ୍ଷଙ୍କ ମଧ୍ୟରେ ସଂଘର୍ଷ ଘଟି ଏହି ଯବାନ ମାନେ ଶହୀଦ ହୋଇଛନ୍ତି । ଶହୀଦ ସୈନିକଙ୍କ ମଧ୍ୟରେ ଜଣେ କଲୋନେଲ ଏବଂ ଦୁଇ ଜଣ ଯବାନ ରହିଛନ୍ତି । ଗଲଓ୍ବାନରେ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ଜାରି ରହିଥିବା ବେଳେ ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ନେଇ ସ୍ଥଳସେନା ମୁଖ୍ୟ ଏମ୍‌ ଏମ୍‌ ନରାଓ୍ବଣେ ମତ ଦେଇଥିଲେ । ତେବେ ଗତକାଲିର ଘଟଣା ପରେ ସୀମାରେ ପୁନର୍ବାର ଉତ୍ତେଜନା ଦେଖାଦେଇଛି । (ଏଜେନ୍ସି)

Related posts