18 ଜିଲ୍ଲାରୁ 167 ଆକ୍ରାନ୍ତ ଚିହ୍ନଟ, ଗଜପତିରୁ ସର୍ବାଧିକ

Published: Jun 23, 2020, 11:03 am IST

ଭୁବନେଶ୍ବର : ଆଜି ରାଜ୍ୟରେ 167 ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । 18ଟି ଜିଲ୍ଲାରୁ 167 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଜପତିରୁ ସର୍ବାଧିକ 41 ଜଣ ଚିହ୍ନଟ ହୋଇଥିବା ସ୍ଥଳେ ଗଞ୍ଜାମରୁ 30 ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଜଗତସିଂହପୁରରୁ 19ଜଣ, ମୟୂରଭଞ୍ଜରୁ 14 ଜଣ, ବାଲେଶ୍ବରରୁ 13ଜଣ, ଢେଙ୍କାନାଳରୁ 9 ଜଣ, ଖୋର୍ଦ୍ଧାରୁ 8 ଜଣ,  କେନ୍ଦ୍ରାପଡାରୁ 7 ଜଣ, ରାୟଗଡା  ଓ ଯାଜପୁରରୁ 5 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଝାରସୁଗୁଡା ଓ କଟକରୁ 3 ଜଣ ଲେଖାଏଁ ଚିହ୍ନଟ ହୋଇଥିବା ସ୍ଥଳେ ନୟାଗଡରୁ 2 ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ପୁରୀ, ବଲାଙ୍ଗିର, କଟକ, ବରଗଡ ଓ କୋରାପୁଟରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

Related posts