ଆଜି ଚିହ୍ନଟ 282ଙ୍କ ମଧ୍ୟରେ 8 ଏନ୍‌ଡିଆରଏଫ୍‌ କର୍ମଚାରୀ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

Published: Jun 24, 2020, 10:27 am IST

ଭୁବନେଶ୍ବର : ଆଜି ଚିହ୍ନଟ 282 ଜଣଙ୍କ ମଧ୍ୟରୁ ସର୍ବାଧିକ ଗଜତିପତିରୁ ଚିହ୍ନଟ ହୋଇଛି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଆମ୍ପାନ୍‌ ଉଦ୍ଧାର କାର୍ଯ୍ୟରୁ ଫେରିଥିବା ଏନ୍‌ଡିଆରଏଫ୍‌ର 8 ଜଣ ଯବାନ ସାମିଲ୍‌ ରହିଛନ୍ତି । 17ଟି ଜିଲ୍ଲାରୁ 282 ଜଣ ଚିହ୍ନଟ ହୋଇଛନ୍ତି ।

ଆଜି ଗଜପତି ଜିଲ୍ଲାରୁ ସର୍ବାଧିକ 76, ଗଞ୍ଜାମ ଜିଲ୍‌ଲାରୁ 75, ଖୋର୍ଦ୍ଧାରୁ 26, ଝାରସୁଗୁଡାରୁ 23, କନ୍ଧମାଳରୁ 17, ସମ୍ବଲପୁରରୁ 13, ଜଗତସିଂହପୁରର 11,  ପୁରୀରୁ 9 ଜଣ ରହିଛନ୍ତି । ମୟୂରଭଞ୍ଜ ଓ ଯାଜପୁରରୁ 6 ଜଣ ଲେଖାଏଁ ରହିଛନ୍ତି । କଟକରୁ 4 ଜଣ ରହିଥିବାବେଳେ ବାଲେଶ୍ବରରୁ 3 ଜଣ ରହିଛନ୍ତି । ସୁନ୍ଦରଗଡ, ଅନୁଗୁଳ, ବଲାଙ୍ଗିର, କୋରାପୁଟ, ନୟାଗଡରୁ ଜଣେ ଲେଖାଏଁ ରହିଛନ୍ତି ।

Related posts