ମହାରାଷ୍ଟ୍ରରେ ବଢିଲା ଲକ୍‌ଡାଉନ୍‌

Published: Jun 29, 2020, 4:09 pm IST

ମୁମ୍ବାଇ : ମହାରାଷ୍ଟ୍ର ସରକାର ଲକ୍‌ ଡାଉନ୍‌ର ଅବଧିକୁ ବୃଦ୍ଧି କରାଇଛନ୍ତି । ରାଜ୍ୟରେ କରୋନା ସ୍ଥିତିକୁ ଦେଖି ଜୁଲାଇ 31 ପର୍ଯ୍ୟନ୍ତ ଲକ୍‌ ଡାଉନ୍‌ ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ । ସେହିପରି ରାଜ୍ୟରେ କରୋନା ସ୍ଥିତିକୁ ଦେଖି ଉଦ୍ଧବ ସରକାର ରାଜ୍ୟରେ ଏବେ ଲକଡାଉନ୍ ଶେଷ ହେବ ନାହିଁ। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଏବେ ଲକଡାଉନ୍ ଜାରି ରହିବ। ସ୍ଥିତିରେ ପରିବର୍ତ୍ତନ ହେଲେ ନିୟମ ମଧ୍ୟ ବଦଳିବ ବୋଲି କହିଛନ୍ତି ଉଦ୍ଧବ ଠାକ୍‌ରେ ।

ସୂଚନାଯୋଗ୍ୟ, ଦେଶରେ ସର୍ବାଧିକ କରୋନା ମାମଲା ମହାରାଷ୍ଟ୍ରରୁ ହିଁ ଚିହ୍ନଟ ହୋଇଛି । ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ  ଦେଢଲକ୍ଷରୁ ଉର୍ଦ୍ଧ୍ବ କରୋନାରେ ସଂକ୍ରମିତ ହୋଇଥିବାବେଳେ 7 ହଜାରରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ହୋଇଛି ।

Related posts