ଆଜି ଭୁବନେଶ୍ବରରୁ 45 ପଜିଟିଭ୍‌

Published: Jul 4, 2020, 4:08 pm IST

ଭୁବନେଶ୍ବର : ଆଜି ଭୁବନେଶ୍ବରରୁ 45 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂତନ 45 ଜଣ ଆକ୍ରାନ୍ତଙ୍କମଧ୍ୟରୁ 37 ଜଣ ହୋମ୍‌ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ଲୋକାଲ୍‌ କେସ୍‌ 8ଟି ରହିଛି ବୋଲି ବିଏମ୍‌ସି ଟୁଇଟ୍‌ ଯୋଗେ ସୂଚନା ଦେଇଛି । ଆଜି ଖୋର୍ଦ୍ଧା ଜିଲ୍‌ଲାରୁ 50 ଜଣ ଚିହ୍ନଟ ହୋଇଥିବାବେଳେ ଭୁବନେଶ୍ବରରୁ 45ଟି କେସ୍‌ ରହିଛି ।

ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ 8ଟି ଲୋକାଲ୍‌ କେସ୍‌ ରହିଛି । 8 ଲୋକାଲ୍‌ ମଧ୍ୟରୁ ବରମୁଣ୍ଡା ଶକ୍ତି ଗେଟ୍‌ ହାଉସ୍‌ ଲିଙ୍କରୁ ଜଣେ 48 ବର୍ଷୀୟ ପୁରୁଷ ଚିହ୍ନଟ ହୋଇଥିବାବେଳେ କେଦାରଗୌରୀ ଅଞ୍ଚଳରୁ ଜଣେ 56 ବର୍ଷୀୟ ପୁରୁଷ ଚିହ୍ନଟ ହୋଇଛନ୍ତି ।

ସେହିପରି ସାଲିଆ ସାହି ଶନି ମନ୍ଦିର ନିକଟରୁ ଜଣେ 27 ବର୍ଷୀୟା ଯୁବତୀ ଚିହ୍ନଟ ହୋଇଛନ୍ତି । ଖଣ୍ଡଗିରି ଆମ୍ରି ହସ୍ପିଟାଲ ନିକଟରୁ 29 ବର୍ଷୀୟ ପୁରୁଷ ଚିହ୍ନଟ ହୋଇଥିବାବେଳେ ଡୁମୁଡୁମା ସୁବାସ ନଗର ବସ୍ତି ଅଞ୍ଚଳରୁ ଜଣେ 36 ବର୍ଷୀୟ ପୁରୁଷ ରହିଛନ୍ତି । ସେହିପରି ଓଲ୍ଡ ଟାଉନ୍‌ ଜମ୍ବେଶ୍ବର ପାଟଣାରୁ ଜଣେ 45 ବର୍ଷୀୟ ପୁରୁଷଥିବାବେଳେ ଚାରି ନମ୍ବରରୁ ଜଣେ 72 ବର୍ଷୀୟ ପୁରୁଷ ଚିହ୍ନଟ ହୋଇଛନ୍ତି । ସେହିପରି ଚନ୍ଦ୍ରଶେଖରପୁରରୁ ଜଣେ 55 ବର୍ଷୀୟ ପୁରୁଷ ଚିହ୍ନଟ ହୋଇଛନ୍ତି ।

ସେହିପରି ହୋମ୍‌ କ୍ବାରେଣ୍ଟିନ୍‌ରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ମଞ୍ଚେଶ୍ବର ପ୍ରତିଦିନ ଅଫିସ୍‌ ନିକଟରୁ ଆଉ 9 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସାମନ୍ତରାପୁର ନୂଆଗାଁରୁ ଆଉ 6 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏକ ଘରୋଇ ହସ୍ପିଟାଲର 3 କର୍ମଚାରୀ ମଧ୍ୟ କରୋନାରେ ପଜିଟିଭ୍‌ ହୋଇଥିବାବେଳେ ମୈତ୍ରୀବିହାରରୁ ଜଣେ, ଆଇଗିଣିଆରୁ ଜଣେ, ସତ୍ୟନଗରରୁ ଜଣେ ଚିହ୍ନଟ ହୋଇଛନ୍ତି । ମଞ୍ଚେଶ୍ବରକଳିଙ୍ଗ ବେକେରୀ ନିକଟରୁ 3 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କେନ୍ଦ୍ର ସରକାରଙ୍କ ଏକ ହସ୍ପିଟାଲର 4 ଜଣ କର୍ମଚାରୀ ମଧ୍ୟ ଆକ୍ରାନ୍ତ ହୋଇଥିବାର ସୂଚନା ରହିଛି । ସେହିପରି ହୋମ୍‌ କ୍ବାରେଣ୍‌ଟିନ୍‌ରୁ ଚିହ୍ନଟ ହୋଇଥିବା ଅନ୍ୟ ଆକ୍ରାନ୍ତଙ୍କ ମଧ୍ୟରେ ସହିଦନଗର, ଭରତପୁର, ହଂସପାଳ, ଚକେଇସିଆଣି, ଲକ୍ଷ୍ମୀସାଗରରୁ ଜଣେ ଲେଖାଏଁ ରହିଛନ୍ତି ।

ଆଜି ନୂତନ 45 ଜଣ ଆକ୍ରାନ୍ତଙ୍କ ଚିହ୍ନଟ ପରେ ଭୁବନେଶ୍ବରରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 414ରେ ପହଞ୍ଚିଛି । ସେହିପରି ଭୁବନେଶ୍ବର ସହରରେ 6ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ସୁସ୍ଥ ହୋଇଛନ୍ତି 247 ଜଣ । ଏବେ ସୁଦ୍ଧା ମହାନଗର ନିଗମରେ 160ଟି ସକ୍ରିୟ ମାମଲା ରହିଛି ।

Related posts