Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ଭୁବନେଶ୍ବରରୁ 45 ପଜିଟିଭ୍‌
ଆଜିର ଖବର

ଆଜି ଭୁବନେଶ୍ବରରୁ 45 ପଜିଟିଭ୍‌

July 4, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ଆଜି ଭୁବନେଶ୍ବରରୁ 45 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂତନ 45 ଜଣ ଆକ୍ରାନ୍ତଙ୍କମଧ୍ୟରୁ 37 ଜଣ ହୋମ୍‌ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ଲୋକାଲ୍‌ କେସ୍‌ 8ଟି ରହିଛି ବୋଲି ବିଏମ୍‌ସି ଟୁଇଟ୍‌ ଯୋଗେ ସୂଚନା ଦେଇଛି । ଆଜି ଖୋର୍ଦ୍ଧା ଜିଲ୍‌ଲାରୁ 50 ଜଣ ଚିହ୍ନଟ ହୋଇଥିବାବେଳେ ଭୁବନେଶ୍ବରରୁ 45ଟି କେସ୍‌ ରହିଛି ।

ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ 8ଟି ଲୋକାଲ୍‌ କେସ୍‌ ରହିଛି । 8 ଲୋକାଲ୍‌ ମଧ୍ୟରୁ ବରମୁଣ୍ଡା ଶକ୍ତି ଗେଟ୍‌ ହାଉସ୍‌ ଲିଙ୍କରୁ ଜଣେ 48 ବର୍ଷୀୟ ପୁରୁଷ ଚିହ୍ନଟ ହୋଇଥିବାବେଳେ କେଦାରଗୌରୀ ଅଞ୍ଚଳରୁ ଜଣେ 56 ବର୍ଷୀୟ ପୁରୁଷ ଚିହ୍ନଟ ହୋଇଛନ୍ତି ।

ସେହିପରି ସାଲିଆ ସାହି ଶନି ମନ୍ଦିର ନିକଟରୁ ଜଣେ 27 ବର୍ଷୀୟା ଯୁବତୀ ଚିହ୍ନଟ ହୋଇଛନ୍ତି । ଖଣ୍ଡଗିରି ଆମ୍ରି ହସ୍ପିଟାଲ ନିକଟରୁ 29 ବର୍ଷୀୟ ପୁରୁଷ ଚିହ୍ନଟ ହୋଇଥିବାବେଳେ ଡୁମୁଡୁମା ସୁବାସ ନଗର ବସ୍ତି ଅଞ୍ଚଳରୁ ଜଣେ 36 ବର୍ଷୀୟ ପୁରୁଷ ରହିଛନ୍ତି । ସେହିପରି ଓଲ୍ଡ ଟାଉନ୍‌ ଜମ୍ବେଶ୍ବର ପାଟଣାରୁ ଜଣେ 45 ବର୍ଷୀୟ ପୁରୁଷଥିବାବେଳେ ଚାରି ନମ୍ବରରୁ ଜଣେ 72 ବର୍ଷୀୟ ପୁରୁଷ ଚିହ୍ନଟ ହୋଇଛନ୍ତି । ସେହିପରି ଚନ୍ଦ୍ରଶେଖରପୁରରୁ ଜଣେ 55 ବର୍ଷୀୟ ପୁରୁଷ ଚିହ୍ନଟ ହୋଇଛନ୍ତି ।

ସେହିପରି ହୋମ୍‌ କ୍ବାରେଣ୍ଟିନ୍‌ରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ମଞ୍ଚେଶ୍ବର ପ୍ରତିଦିନ ଅଫିସ୍‌ ନିକଟରୁ ଆଉ 9 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସାମନ୍ତରାପୁର ନୂଆଗାଁରୁ ଆଉ 6 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏକ ଘରୋଇ ହସ୍ପିଟାଲର 3 କର୍ମଚାରୀ ମଧ୍ୟ କରୋନାରେ ପଜିଟିଭ୍‌ ହୋଇଥିବାବେଳେ ମୈତ୍ରୀବିହାରରୁ ଜଣେ, ଆଇଗିଣିଆରୁ ଜଣେ, ସତ୍ୟନଗରରୁ ଜଣେ ଚିହ୍ନଟ ହୋଇଛନ୍ତି । ମଞ୍ଚେଶ୍ବରକଳିଙ୍ଗ ବେକେରୀ ନିକଟରୁ 3 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କେନ୍ଦ୍ର ସରକାରଙ୍କ ଏକ ହସ୍ପିଟାଲର 4 ଜଣ କର୍ମଚାରୀ ମଧ୍ୟ ଆକ୍ରାନ୍ତ ହୋଇଥିବାର ସୂଚନା ରହିଛି । ସେହିପରି ହୋମ୍‌ କ୍ବାରେଣ୍‌ଟିନ୍‌ରୁ ଚିହ୍ନଟ ହୋଇଥିବା ଅନ୍ୟ ଆକ୍ରାନ୍ତଙ୍କ ମଧ୍ୟରେ ସହିଦନଗର, ଭରତପୁର, ହଂସପାଳ, ଚକେଇସିଆଣି, ଲକ୍ଷ୍ମୀସାଗରରୁ ଜଣେ ଲେଖାଏଁ ରହିଛନ୍ତି ।

ଆଜି ନୂତନ 45 ଜଣ ଆକ୍ରାନ୍ତଙ୍କ ଚିହ୍ନଟ ପରେ ଭୁବନେଶ୍ବରରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 414ରେ ପହଞ୍ଚିଛି । ସେହିପରି ଭୁବନେଶ୍ବର ସହରରେ 6ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ସୁସ୍ଥ ହୋଇଛନ୍ତି 247 ଜଣ । ଏବେ ସୁଦ୍ଧା ମହାନଗର ନିଗମରେ 160ଟି ସକ୍ରିୟ ମାମଲା ରହିଛି ।

ଆକ୍ରାନ୍ତ ବିଏମ୍‌ସି ଭୁବନେଶ୍ବର
Share. Facebook Twitter LinkedIn Email WhatsApp Copy Link

Related Posts

କୋରାପୁଟରେ ବୈଷୟିକ ଶିକ୍ଷାର ନୂଆ ଅଧ୍ୟାୟ: ମନ୍ତ୍ରୀଙ୍କ ଉପସ୍ଥିତିରେ ଦୁଇଟି ଏମଓୟୁ ସ୍ବାକ୍ଷରିତ

August 17, 2026

“ମୋତେ ବିଜେପିରୁ ଅଫର ମିଳିଥିଲା”: ଶତ୍ରୁଘ୍ନ ସିହ୍ନାଙ୍କ ବଡ଼ ଦାବି

August 17, 2026

ଆଜି ସାତୋଟି ରାଶି ପାଇଁ ରହିଛି ପ୍ରବଳ ଧନ ଯୋଗ: ଜାଣନ୍ତୁ ଅଗଷ୍ଟ ୧୭ ରାଶିଫଳ

August 17, 2026

ଭଦ୍ରକରେ ବନ୍ୟା ସ୍ଥିତି ଗମ୍ଭୀର, ୧.୦୭ ଲକ୍ଷ ଲୋକ ସ୍ଥାନାନ୍ତର

August 17, 2026
Latest News

କୋରାପୁଟରେ ବୈଷୟିକ ଶିକ୍ଷାର ନୂଆ ଅଧ୍ୟାୟ: ମନ୍ତ୍ରୀଙ୍କ ଉପସ୍ଥିତିରେ ଦୁଇଟି ଏମଓୟୁ ସ୍ବାକ୍ଷରିତ

August 17, 2026

“ମୋତେ ବିଜେପିରୁ ଅଫର ମିଳିଥିଲା”: ଶତ୍ରୁଘ୍ନ ସିହ୍ନାଙ୍କ ବଡ଼ ଦାବି

August 17, 2026

ପାନୀୟ ଜଳ ଯୋଗାଣ ଲାଗି ରେଳବାଇର ତତ୍କାଳ ପଦକ୍ଷେପ

August 17, 2026

ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥିରେ ୨୧ ଫୁଟ ଉଚ୍ଚ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ଗୃହମନ୍ତ୍ରୀ

August 17, 2026

ଆଜି ସାତୋଟି ରାଶି ପାଇଁ ରହିଛି ପ୍ରବଳ ଧନ ଯୋଗ: ଜାଣନ୍ତୁ ଅଗଷ୍ଟ ୧୭ ରାଶିଫଳ

August 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.