ଦିନକରେ 27 ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ, 519 ମୃତ

Published: Jul 11, 2020, 10:36 am IST

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢି ଚାଲିଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 27,114 ନୂଆ ମାମଲା ଚିହ୍ନଟ ହୋଇଥିବାବେଳେ 519 ଜଣଙ୍କ ମୃତ୍ୟୁ ଘଟିଛି। ଏମାନଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 8,20,916 ହୋଇଛି।ଗତ ୩ ଦିନରେ ପାଖାପାଖି ଲକ୍ଷେ ସଂକ୍ରମିତ ହୋଇଛନ୍ତି। ସକ୍ରିୟ ମାମଲା 2,83,407 ରହିଥିବାବେଳେ 5,15,386 ଜଣ ସୁସ୍ଥ ହେଲେଣି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଆରୋଗ୍ୟ ହାର ୬୨.୪୨ ପ୍ରତିଶତ ରହିଛି।

ସେହିପରି ଦେଶରେ ମୃତ୍ୟୁ ସଂଖ୍ୟା 22ହଜାର 123କୁ ବୃଦ୍ଧି ହୋଇଛି । ଦେଶରେ ବର୍ତ୍ତମାନ ସୁ୍ଦ୍ଧା 5 ଲକ୍ଷ 15 ହଜାର 385ଜଣ ସୁସ୍ଥ ହୋଇଥିବାବେଳେ ଆକ୍ଟିଭ ଅଛନ୍ତି 2 ଲକ୍ଷ 83 ହଜାର 407ଜଣ । ସେହିପରି ମହାରାଷ୍ଟ୍ରରେ ସର୍ବାଧିକ 2 ଲକ୍ଷ 38 ହଜାର 461 ଆକ୍ରାନ୍ତ ହୋଇଥିବାବେଳ 9ହଜାର 893ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଦିଲ୍ଲୀରେ 3 ହଜାର 300, ଗୁଜୁରାଟରେ 2ହଜାର 22 ଜଣ, ତାମିଲନାଡୁରେ 1ହଜାର 829ଜଣଙ୍କର ମୃତ୍ୟୁ ହୋଇଛି । (ଏଜେନ୍ସି)

 

Related posts