ଚାରି ଦିଗରୁ ସିଲ୍ ହେଲା ବ୍ରହ୍ମପୁର, ସହର ଭିତରକୁ ଯିବା ଆସିବା ମନା

Published: Jul 13, 2020, 8:57 pm IST

ବ୍ରହ୍ମପୁର, କରୋନା ସଂକ୍ରମଣକୁ ରୋକିବା ସକାଶେ ବ୍ରହ୍ମପୁର ସହର ସୀମାକୁ ସିଲ୍ କରି ଦିଆଯାଇଛି। ବ୍ରହ୍ମପୁର ମହାନଗର ନିଗମ ବିଏମସି କମିଶନର ଏହି ଘୋଷଣା କରିଛନ୍ତି। ବ୍ରହ୍ପପୁର ସହରକୁ ଚାରି ଦିଗରେ ବନ୍ଦ ଘୋଷଣା କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବ୍ରହ୍ମପୁର ସହର ସବୁ ଦିଗରୁ ବନ୍ଦ ରହିବ ବୋଲି କମିଶନର ଆଜି ଏକ ପ୍ରେସ ମିଟରେ କହିଛନ୍ତି।

କୌଣସି ଲୋକ ବ୍ରହ୍ମପୁରକୁ ଆସି ପାରିବେନି କି ସହର ବାହାରକୁ ଯାଇ ପାରିବେନି। କେବଳ ଅତ୍ୟାବଶ୍ୟକ ସେବା ପ୍ରଦାନକାରୀ କଟକଣାରୁ ମୁକ୍ତ ରହିବେ। ମାଲ ପରିବହନକାରୀ ଚାଡିକୁ ଯାତାୟତ ପାଇଁ କେବଳ ଅନୁମତି ମିଳିବ। ରେଳ କିମ୍ବା ବିମାନ ଟିକେଟ ଥିବା ଯାତ୍ରୀଙ୍କୁ ଯିବା ପାଇଁ ଅନୁମତି ଦିଆଯିବ ବୋଲି କମିଶନର କହିଛନ୍ତି।

Related posts