Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସିବିଏସଇ ଦଶମ ପରୀକ୍ଷା ଫଳ ଟପ୍ ଟେନରେ ସନ୍ଧ୍ୟା ପ୍ରିୟଦର୍ଶିନୀ, ଶୁଭେଚ୍ଛା ଜଣାଇଲେ 5T ସଚିବ ଏବଂ ବିଧାୟିକା ଲତିକା
ଆଜିର ଖବର

ସିବିଏସଇ ଦଶମ ପରୀକ୍ଷା ଫଳ ଟପ୍ ଟେନରେ ସନ୍ଧ୍ୟା ପ୍ରିୟଦର୍ଶିନୀ, ଶୁଭେଚ୍ଛା ଜଣାଇଲେ 5T ସଚିବ ଏବଂ ବିଧାୟିକା ଲତିକା

July 17, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ପିଣ୍ଟୁ ବିଷୋୟୀ

ବେଗୁନିଆପଡ଼ା, ଏବର୍ଷ ସିବିଏସ୍ଇ ଦଶମ ପରୀକ୍ଷାରେ ବେଗୁନିଆପଡା ବ୍ଲକ ଅନ୍ତର୍ଗତ ରାଜପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ସନ୍ଧ୍ୟା ପ୍ରିୟଦର୍ଶିନୀ ପଟ୍ଟନାୟକ ୯୭ ଦଶମିକ ୨ ପ୍ରତିଶତ ମାର୍କ ରଖି ରାଜ୍ୟର ଟପ୍ ଟେନ୍ ତାଲିକାର ସପ୍ତମ ସ୍ଥାନ ଅଧିକାର କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି l ତେବେ ଆଜି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5T ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ ଭିଡିଓ କନଫେରସିଂରେ ସନ୍ଧ୍ୟା ପ୍ରିୟଦର୍ଶିନୀ ପଟ୍ଟନାୟକଙ୍କ ସହିତ କଥା ହୋଇଛନ୍ତି |

ତାଙ୍କର ଏହି ସଫଳତା ପାଇଁ 5T ସଚିବ ସନ୍ଧ୍ୟା ପ୍ରିୟଦର୍ଶିନୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ତାଙ୍କର ଆଗାମୀ ଭବିଷ୍ୟତ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି |ବର୍ତ୍ତମାନ କରୋନା ମହାମାରୀ ଯୋଗୁଁ ବ୍ୟକ୍ତିଗତ ଭାବରେ ଭେଟିବା ସମ୍ଭବ ହୋଇପାରୁ ନଥିବା ବେଳେ ଭିଡିଓ କନଫେରସିଂ ମାଧ୍ୟମରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି |

ଏଥିସହ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ମଧ୍ୟ ଭିଡିଓ କନଫେରସିଂ ମାଧ୍ୟମରେ ଛାତ୍ରୀ ସନ୍ଧ୍ୟା ପ୍ରିୟଦର୍ଶିନୀଙ୍କ ସହିତ ଆଲୋଚନା କରି ତାଙ୍କର ଏହି ସଫଳତା ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି |ତାଙ୍କର ଏହି ସଫଳତା ବେଗୁନିଆପଡା ବ୍ଲକ ଓ ସ୍କୁଲ ପାଇଁ ଗର୍ବ ଓ ଗୌରବ ବୋଲି କହିଛନ୍ତି ବିଧାୟିକା |

ଏଥିସହ ତାଙ୍କର ଉଜ୍ଜଳ ଭବିଷ୍ୟତର କାମନା କରିବା ସହ ଉଚ୍ଚ ଶିକ୍ଷା ପାଇଁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି ବିଧାୟିକା |ସନ୍ଧ୍ୟା ପ୍ରିୟଦର୍ଶିନୀ ଏହି ବ୍ଲକ୍ ଅନ୍ତର୍ଗତ ପାଇକପଡ଼ା ସ୍ଥିତ ଶ୍ରୀ ବଟେଶ୍ଵର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନୃସିଂହ ଚରଣ ପଟ୍ଟନାୟକ ଓ ସ୍ଵପ୍ନାଞ୍ଜଳି ପଟ୍ଟନାୟକଙ୍କ ଏକମାତ୍ର ଝିଅ l

ରାଜପୁର ଆଦର୍ଶ ବିଦ୍ୟାଳୟରେ ଚଳିତ ବର୍ଷ ଶତ ପ୍ରତିଶତ ଫଳ ହୋଇଥିବା ବେଳେ ୫୪ ଜଣ ପାସ୍ କରିଛନ୍ତି ଓ ସେମାନଙ୍କ ମଧ୍ୟରୁ ୫୦ ଜଣ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଆଉ ୪ ଜଣ ୫୦ ପ୍ରତିଶତ ରୁ ୬୦ ପ୍ରତିଶତ ମଧ୍ୟରେ ମାର୍କ ରଖିଛନ୍ତି l

ବେଗୁନିଆପଡ଼ା ସିବିଏସଇ ପରୀକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ଅଟକି ଅଟକି ପରିସ୍ରା ହେଉଛି କି?: ଶୀଘ୍ର ନିଅନ୍ତୁ ଡାକ୍ତରଙ୍କ ପରାମର୍ଶ

July 17, 2026

ଧନିଆ ଚାଷ କଲେ ୨୦ ହଜାର ଟଙ୍କା ଦେବେ ସରକାର: ଜାଣନ୍ତୁ ଲାଭ

July 17, 2026

ତୃତୀୟ ଦିନିକିଆ ପରେ ଅବସର ନେବେ ରୋହିତ ଶର୍ମା?: ଜାଣନ୍ତୁ ବିସିସିଆଇର ଯୋଜନା

July 17, 2026

ଇତିହାସ ରଚିଲା ଦିଲ୍ଲୀ ଏମ୍ସ!: ୪ ମାସର ଶିଶୁ ଉପରେ ବିଶ୍ୱର ସବୁଠାରୁ ବିରଳ ଅସ୍ତ୍ରୋପଚାର ସଫଳ

July 17, 2026
Latest News

ଅଟକି ଅଟକି ପରିସ୍ରା ହେଉଛି କି?: ଶୀଘ୍ର ନିଅନ୍ତୁ ଡାକ୍ତରଙ୍କ ପରାମର୍ଶ

July 17, 2026

ଧନିଆ ଚାଷ କଲେ ୨୦ ହଜାର ଟଙ୍କା ଦେବେ ସରକାର: ଜାଣନ୍ତୁ ଲାଭ

July 17, 2026

ସବୁଜ ରେଳ ପରିବହନର ନୂଆ ଅଧ୍ୟାୟ: ଧୂଆଁମୁକ୍ତ ହାଇଡ୍ରୋଜେନ୍ ଶକ୍ତିରେ ଚାଲିବ ନୂଆ ଟ୍ରେନ୍

July 17, 2026

ରାଜ୍ୟର ୭ଟି ଷ୍ଟେସନ ସମେତ ଦେଶର ୭୫ ଅମୃତ ଭାରତ ଷ୍ଟେସନର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

July 17, 2026

ତୃତୀୟ ଦିନିକିଆ ପରେ ଅବସର ନେବେ ରୋହିତ ଶର୍ମା?: ଜାଣନ୍ତୁ ବିସିସିଆଇର ଯୋଜନା

July 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.