ଭୁବନେଶ୍ବର କାର୍ଗିଲ୍‌ ବସ୍ତିରେ ମହିଳାଙ୍କୁ ହତ୍ୟା, ସ୍ବାମୀ ଅଟକ

Published: Jul 24, 2020, 10:22 pm IST

ଭୁବନେଶ୍ୱର:  ଭୁବନେଶ୍ବର କାର୍ଗିଲ୍‌ ବସ୍ତିରେ ମହିଳାଙ୍କ ହତ୍ୟାକାଣ୍ଡ ହୋଇଛି। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ପାରିବାରିକ କଳହରୁ ସ୍ବାମୀ ସ୍ତ୍ରୀକୁ ହତ୍ୟା କରିଥିବାର ସନ୍ଦେହ କରାଯାଇଛି । ମହିଳାଙ୍କ ସ୍ବାମୀ ଏୟାରଫିଲ୍ଡ ପୋଲିସ୍‌ ଦ୍ବାରା ଅଟକ ରଖାଯାଇଛି ।

ସୂଚନା ଅନୁଯାୟୀ, ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବିଭିନ୍ନ ସମୟରେ କଳହ ଲାଗି ରହିଥାଏ ।  ତେବେ ଆଜି ସନ୍ଧ୍ୟାରେ ପୂର୍ବ ଭଳି ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହିଥିଲା ବୋଲି ସ୍ଥାନୀୟ ଲୋକେ କହିଥିଲେ । ଘଟଣା ସ୍ଥଳରୁ ମହିଳାଙ୍କର ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇଥିବାବେଳେ ପୋଲିସ୍‌ ଏହାର ତଦନ୍ତ ଚଳାଇଛି ।  ମୃତ ମହିଳାଙ୍କ ଶବକୁ ଉଦ୍ଧାର କରି  ବ୍ୟବଛେଦ ପାଇଁ ଡାକ୍ତରଖାନାକୁ ପଠାଇଛି ।

Related posts