ରାଜ୍ୟରେ ୨୦ ହଜାର ଟପିଲା ଆରୋଗ୍ୟ କରୋନା ରୋଗୀଙ୍କ ସଂଖ୍ୟା

Published: Jul 31, 2020, 8:49 pm IST

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୭୭୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ମୋଟ ୨୦, ୫୧୭ କରୋନା ରୋଗୀଙ୍କୁ ସୁସ୍ଥ କରାଇବାରେ ଆମର ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀଙ୍କର ବିଶେଷ ଭୂମିକା ରହିଛି। ଆଜି ଗଞ୍ଜାମରୁ ସର୍ବାଧିକ ୨୧୨, କଟକରୁ ୧୧୬, ଖୁର୍ଦ୍ଧାରୁ ୮୧, କେନ୍ଦୁଝରରୁ ୬୮, କୋରାପୁଟରୁ ୪୧, ରାୟଗଡାରୁ ୩୧,ଗଜପତିରୁ ୩୭, ସୁନ୍ଦରଗଡରୁ ୨୪, ଯାଜପୁରରୁ ୨୧, କଳାହାଣ୍ଡିରୁ ୨୦, ନବରଙ୍ଗପୁରରୁ ୧୯, ମୟୂରଭଞ୍ଜରୁ ୧୮, କନ୍ଧମାଳରୁ ୧୪, ମାଲକାନଗିରିରୁ ୧୨, ସମ୍ବଲପୁରରୁ ୧୧, ଭଦ୍ରଖ, କେନ୍ଦ୍ରାପଡା ଓ ପୁରୀରୁ ୧୦, ବରଗଡରୁ ୬, ବଲାଙ୍ଗୀରରୁ ୫, ବାଲେଶ୍ବରରୁ ୪, ବୌଦ୍ଧ, ଝାରସୁଗୁଡା ଓ ଜଗତସିଂପୁରରୁ ୩, ଅନୁଗୁଳ, ନୟାଗଡ ଓ ସୁବର୍ଣ୍ଣପୁର ଜିଲ୍ଲାରୁ ୧ ଜଣ ସୁସ୍ଥ ହୋଇଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜଣାଇଛନ୍ତି। ଏବେ ରାଜ୍ୟରେ ୧୧,୧୪୫ ସକ୍ରିୟ କରୋନା ରୋଗୀ ଅଛନ୍ତି।

Related posts