ରାଜ୍ୟରେ ସୁସ୍ଥ ହେଲେ ୧୭୮୫ ଜଣ କରୋନା ଆକ୍ରାନ୍ତ

Published: Aug 11, 2020, 8:38 pm IST

ଭୁବନେଶ୍ବର: ଆଜି ରାଜ୍ୟରେ ୧୭୮୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ଖବର ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ଜଣା ପଡିଛି। ଆଜି ସର୍ବାଧିକ ଗଞ୍ଜାମରୁ ୪୦୪ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୨୬୩ ଜଣ, କଟକରୁ ୧୨୬, ସମ୍ବଲପୁରରୁ ୧୨୬, କେଉଁଝର ରୁ ୧୦୧, ମାଲକାନାଗିରିରୁ ୯୧, କନ୍ଧମାଳରୁ ୮୪, ରାୟଗଡାରୁ ୮୧, ଗଜପତିରୁ ୮୦, ଢେଙ୍କାନାଳରୁ ୬୦, ମୟୂରଭଞ୍ଜରୁ ୫୦, ଯାଜପୁରରୁ ୪୯, କଳାହାଣ୍ଡିରୁ ୪୮, ବାଲେଶ୍ବରରୁ ୩୨, ନୟାଗଡରୁ ୩୧, ସୁନ୍ଦରଗଡରୁ ୩୦, ଭଦ୍ରକରୁ ୨୮, କେନ୍ଦ୍ରାପଡାରୁ ୨୪, ପୁରୀରୁ ୨୨, ବରଗଡରୁ ୧୦, ନୂଆପଡାରୁ ୧୦, ନବରଙ୍ଗପୁରରୁ ୮, ଜଗତସିଂହପୁର ଏବଂ କୋରାପୁଟରୁ ୭ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ବଲାଙ୍ଗୀରରୁ ୫ଜଣ, ବୌଦ୍ଧ ରୁ ୪, ଝାରସୁଗୁଡାରୁ ୩ ଜଣ ଏବଂ ଦେବଗଡରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏବ ରାଜ୍ୟରେ ମୋଟ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩୪,୮୦୫ ରେ ପହଞ୍ଚିଛି।

Related posts