ଆଜି ରାଜ୍ୟରେ ଆରୋଗ୍ୟ ଲାଭ କଲେ ୧୭୭୩ ଜଣ କରୋନା ଆକ୍ରାନ୍ତ

Published: Aug 22, 2020, 9:05 pm IST

ଭୁବନେଶ୍ବର ଆଜି ରାଜ୍ୟରେ ୧୭୭୩ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୨୫୪ ଜଣ ସୁସ୍ଥ ହୋଇଥିବା ବେଳେ ଗଞ୍ଜାମରୁ ୨୧୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି କଟକରୁ ୧୪୭, ସମ୍ବଲପୁରରୁ ୧୨୫, କନ୍ଧମାଳରୁ ୯୨, ଯାଜପୁରରୁ ୮୭, ମୟୂରଭଞ୍ଜରୁ ୮୦, ରାୟଗଡାରୁ ୭୭, ପୁରୀରୁ ୭୪, ମାଲକାନଗିରିରୁ ୭୨, କୋରାପୁଟରୁ ୬୯, ସୁନ୍ଦରଗଡରୁ ୬୮, ବାଲେଶ୍ବରରୁ ୫୮, ନୟାଗଡରୁ ୫୧, କଳାହାଣ୍ଡିରୁ ୩୮, କେଉଁଝରରୁ ୩୮, ବରଗଡରୁ ୩୨, ଗଜପତିରୁ ୩୦, ବଲାଙ୍ଗୀରିରୁ ୨୬, ଭଦ୍ରକରୁ ୨୫, ନବରଙ୍ଗପୁରରୁ ୨୩, କେନ୍ଦ୍ରାପଡାରୁ ୨୨, ଢେଙ୍କାନାଳରୁ ୨୦, ଝାରସୁଗୁଡାରୁ ୧୫, ଅନୁଗୁଳରୁ ୭, ନୂଆପଡା ଏବଂ ସୋନପୁରରୁ ୪ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ତେବେ ରାଜ୍ୟରେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ୫୨, ୨୭୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Related posts