ଆଜି ରାଜ୍ୟରେ ସୁସ୍ଥ ହେଲେ ରେକର୍ଡ ସଂଖ୍ୟକ ୨୫୧୯ ଜଣ କରୋନା ଆକ୍ରାନ୍ତ

Published: Aug 24, 2020, 8:20 pm IST

ଭୁବନେଶ୍ବର: ଆଜି ରାଜ୍ୟରେ ସର୍ବାଧିକ ୨୫୧୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୪୨୮ ଜଣ ସୁସ୍ଥ ହୋଇଥିବା ବେଳେ ବାଲେଶ୍ବରରୁ ୨୭୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଗଞ୍ଜାମରୁ ୨୩୭, କଟକରୁ ୧୫୨, ରାୟଗଡାରୁ ୧୪୪, ଭଦ୍ରକରୁ ୧୪୦, ସୁନ୍ଦରଗଡରୁ ୧୩୮, କୋରାପୁଟରୁ ୯୮, ପୁରୀରୁ ୯୭, ନୟାଗଡରୁ ୯୬, ବଲାଙ୍ଗିରିରୁ ୮୫, ଢେଙ୍କାନାଳରୁ ୬୧, କନ୍ଧମାଳରୁ ୬୦, ସମ୍ବଲପୁରରୁ ୫୯, ଯାଜପୁରରୁ ୫୮, ମୟୂରଭଞ୍ଜରୁ ୫୪, ବରଗଡରୁ ୫୩, ଜଗତସିଂହପୁରରୁ ୫୩, ମାଲକାନଗିରିରୁ ୫୨, ଯାଜପୁରରୁ ୪୨, ନବରଙ୍ଗପୁରରୁ ୩୧, କଳାହାଣ୍ଡିରୁ ୨୩, କେନ୍ଦ୍ରାପଡାରୁ ୨୨, ଦେବଗଡରୁ ୧୯, କେନ୍ଦୁଝରରୁ ୧୯, ଝାରସୁଗୁଡାରୁ ୧୮, ଅନୁଗୁଳରୁ ୩ ଏବଂ ବୌଦ୍ଧରୁ ଜଣେ ଆକ୍ରାନ୍ତ ଉସ୍ତ ହୋଇଛନ୍ତି। ତେବେ ରାଜ୍ୟରେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ୫୬, ୯୨୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Related posts