ଆଜି ରାଜ୍ୟରୁ 11ଜଣଙ୍କ ଜୀବନ ନେଲା କରୋନା

Published: Sep 10, 2020, 11:28 am IST

ଭୁବନେଶ୍ବର : ଆଜି ରାଜ୍ୟରୁ 11ଜଣଙ୍କ ଜୀବନ ନେଇଛି କରୋନା । ଭୁବନେଶ୍ବର, କଟକ, ପୁରୀରୁ 2 ଜଣ ଲେଖାଏଁ ରହିଥିବାବେଳେ ରାୟଗଡା, ନୟାଗଡ, ଗଞ୍ଜାମ, କୋରାପୁଟ ଓ ଭଦ୍ରକରୁ ଜଣେ ଲେଖାଏଁ ରହିଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

ଭଦ୍ରକରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 51 ବର୍ଷ ହୋଇଥିବାବେଳେ ଭୁବନେଶ୍‌ବରର ଆଜି ଦୁଇ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ମୃତ ଆକ୍ରାନ୍ତ ଦ୍ବୟଙ୍କ ବୟସ ଯଥାକ୍ରମେ 70 ବର୍ଷ ଓ 57 ବର୍ଷ । ସେହିପରି କଟକରୁ ଜଣେ 80 ବର୍ଷୀୟ ପୁରୁଷ ଓ ଅନ୍ୟ ଜଣେ 49 ବର୍ଷୀୟ ପୁରୁଷ ଥିବାବେଳେ ଗଞ୍ଜାମରୁ 75 ବର୍ଷୀୟ ପୁରୁଷ ରହିଛନ୍ତି । କୋରାପୁଟରୁ 71 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ  ନୟାଗଡରୁ 68 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ପୁରୀରୁ ଦୁଇ ମୃତ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 60 ବର୍ଷୀୟ ପୁରୁଷ ରହିଥିବାବେଳେ ଅନ୍ୟ ଜଣେ 17ବର୍ଷୀୟା ଯୁବତୀ ରହିଛନ୍ତି । ସେହିପରି ରାୟଗଡାରୁ 65 ବର୍ଷୀୟ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଭଦ୍ରକର 51 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି ।

ରାଜ୍ୟରେ ମୋଟ୍‌ ମୃତ୍ୟୁସଂଖ୍ୟା 591କୁ ବୃଦ୍ଧି ହୋଇଛି ।

Related posts