କରୋନା ନିୟନ୍ତ୍ରଣ ପାଇଁ ଭୁବନେଶ୍ବରରେ ଲାଗୁ ହେବ ଗଞ୍ଜାମ ଫର୍ମୁଲା

Published: Sep 10, 2020, 1:59 pm IST

ଭୁବନେଶ୍ବର : ଭୁବନେଶ୍ବରରେ କରୋନା ନିୟନ୍ତ୍ରଣ ନେଇ ବିଏମ୍‌ସି ପଦକ୍ଷେପ ଗ୍ରହଣ କରିଛି । ଭୁବନେଶ୍ବରରେ ଗଞ୍ଜାମ ଫର୍ମୁଲା ଲାଗୁ କରିବା ନେଇ ନିଷ୍ପତ୍ତି ହୋଇଛି । ସହରରେ ବ୍ୟାପକ ହେଲ୍‌ଥ ସ୍କ୍ରିନିଂ ପାଇଁ 565ଟି ରାପିଡ୍‌ ରେସ୍‌ପନ୍ସ ଟିମ୍‌ କାର୍ଯ୍ୟ କରିବେ। ସେହିପରି ବସ୍ତି ଓ ଅନ୍ୟାନ୍ୟ ଅଞ୍ଚଳରେ ହେଲ୍‌ଥ ସ୍କ୍ରିନିଂ କରିବ ରାପିଡ୍‌ ରେସପନ୍ସ ଟିମ୍‌ । ହୋମ୍‌ ଆଇସୋଲେସନ୍‌ରେ ଥିବା ଘରୁ ବର୍ଜ୍ୟବସ୍ତୁ ସଂଗ୍ରହ କରିବ ବିଏମ୍‌ସି ।  ଆକ୍ରାନ୍ତମାନେ କରୋନା ନିୟମ ମାନୁଛନ୍ତି କି ନାହିଁ, ତାହା ଉପରେ କଡା ନଜର ରହିବ । କରୋନାକୁ ନେଇ ସନ୍ଦେହ ହେଲେ 1929କୁ କଲ୍‌ କରି ତଥ୍ୟ ପାଇପାରିବେ । ଏନେଇ ସୂଚନା ଦେଇଛନ୍ତି କୋଭିଡ୍‌ ଦାୟିତ୍ବରେ ଥିବା ଆଇଏଏସ୍‌ ପାରୁଲ୍‌ ପଟ୍‌ଓ୍ବାରୀ ।

ସୂଚନାଯୋଗ୍ୟ, ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ଭୁବନେଶ୍‌ବର ମହାନଗରରେ ମଧ୍ୟ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କ୍ବାରେଣ୍‌ଟାଇନ୍‌ କେସଠାରୁ ଏଠାରେ ଲୋକାଲ୍‌ କେସ୍‌ ଅଧିକ ରହୁଛି । ଖୋର୍ଦ୍ଧା ଜିଲ୍ଲାରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 24 ହଜାରରୁ ଉର୍ଦ୍ଧ୍ବ ରହିଥିବାବେଳେ 17ହଜାର 115ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା 6 ହଜାର 812 ଜଣ ସକ୍ରିୟ ଆକ୍ରାନ୍ତ ରହିଥିବାବେଳେ 82ଜଣଙ୍କର ମୃତ୍ୟୁ ହେଲାଣି ।

Related posts