ଭୁବନେଶ୍ବର : ରାଜ୍ୟରେ ଆଉ 9 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ବରଗଡ ଜିଲ୍ଲାରୁ ସର୍ବାଧିକ 2 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଭଦ୍ରକ, କଟକ, ବଲାଙ୍ଗିର, ଗଜପତି, ପୁରୀ, ରାୟଗଡା ଓ ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ୍ କରୋନା ଜନିତ ମୃତୁ ସଂଖ୍ୟା 691କୁ ବୃଦ୍ଧି ହୋଇଛି ।
ବଲାଙ୍ଗି ଜିଲ୍ଲାରୁ ସର୍ବାଧିକ 2 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହି ଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 63 ବର୍ଷୀୟ ପୁରୁଷ ଥିବାବେଳେ ଅନ୍ୟ ଜଣେ 55 ବର୍ଷୀୟା ମହିଳା । ସେହିପରି ଭଦ୍ରକରୁ ଜଣେ 52 ବର୍ଷୀୟ ବ୍ୟକ୍ତି ଥିବାବେଳେ ବଲାଙ୍ଗିରରୁ 55 ବର୍ଷୀୟ ପୁରୁଷ, ଗଜପତିରୁ 37 ବର୍ଷୀୟା ପୁରୁଷ ଓ କଟକରୁ 78 ବର୍ଷୀୟା ମହିଳା ରହିଛନ୍ତି । ସେହିପରି ପୁରୀରୁ 73 ବର୍ଷୀୟ ପୁରୁଷଙ୍କ ସମେତ ରାୟଗଡରୁ 52 ବର୍ଷୀୟ ବ୍ୟକ୍ତି ଓ ସମ୍ବଲପୁରରୁ 60 ବର୍ଷୀୟା ମହିଳାଙ୍କର କରୋନାରେ ମୃତ୍ୟୁ ହୋଇଥିବାର ସୂଚନା ରହିଛି ।