ଆଜି ରାଜ୍ୟରେ ସୁସ୍ଥ ହେଲେ ୪ ହଜାର ୯୦ ଜଣ କରୋନା ଆକ୍ରାନ୍ତ

Published: Sep 19, 2020, 9:11 pm IST

ଭୁବନେଶ୍ବର: ଆଜି ରାଜ୍ୟରେ ୪ ହଜାର ୯୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୬୦୫ ଜଣ ସୁସ୍ଥ ହୋଇଥିବା ବେଳେ ପୁରୀରୁ ୪୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି କଟକରୁ ୩୭୧, ବରଗଡରୁ ୧୬୯, ନବରଙ୍ଗପୁରରୁ ୧୬୦, ସୁନ୍ଦରଗଡରୁ ୧୫୬, କେନ୍ଦ୍ରାପଡାରୁ ୧୪୫, ରାୟଗଡାରୁ ୧୪୫, ଯାଜପୁରରୁ ୧୩୯, ବଲାଙ୍ଗିରିରୁ ୧୨୩, ଜଗତସିଂହପୁରରୁ ୧୨୧, କୋରାପୁଟରୁ ୧୨୦, ମୟୂରଭଞ୍ଜରୁ ୧୧୫, ସୋନପୁରରୁ ୧୧୦, ଭଦ୍ରକରୁ ୧୦୪, ସମ୍ବଲପୁରରୁ ୯୯, ଝାରସୁଗୁଡାରୁ ୯୩, କେନ୍ଦୁଝରରୁ ୯୨, ବାଲେଶ୍ବରରୁ ୯୧, ନୟାଗଡରୁ ୮୩, ନୂଆପଡାରୁ ୭୮, ଅନୁଗୁଳରୁ ୬୬, ଗଞ୍ଜାମରୁ ୫୬, ଢେଙ୍କାନାଳରୁ ୫୦, କଳାହାଣ୍ଡିରୁ ୪୪, ମାଲକାନଗିରିରୁ ୪୪, କନ୍ଧମାଳରୁ ୩୮, ବୌଦ୍ଧରୁ ୧୮, ଗଜପତିରୁ ୧୮, ଦେବଗଡରୁ ୧୪, ଷ୍ଟେଟ ପୁଲରୁ ୨୧୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ସୁସ୍ଥ ସଂଖ୍ୟା ୧ ଲକ୍ଷ ୪୧ ହଜାର ୬୫୭ କୁ ବୃଦ୍ଧି ହୋଇଛି। ତେବେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୭୫ ହଜାର ୫୦୫ ଜଣ ଥିବାବେଳେ ଚିକିତ୍ସାଧୀନ ଅଛନ୍ତି ୩୩ ହଜାର ୧୪୯ ଜଣ ଏବଂ ୬୯୧ ଜଣ କରୋନାରେ ମୃତ୍ୟୁ ବରଣ କରିଛନ୍ତି।

Related posts