Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ତାଜମହଲ
ଆଜିର ଖବର

ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ତାଜମହଲ

September 21, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆଜିଠୁ ଖୋଲିଲା ସପ୍ତାଶ୍ଚର୍ଯ୍ୟ ତାଜମହଲ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାର୍ଚ୍ଚ 17ରୁ ଏହାକୁ ବନ୍ଦ ରଖାଯାଇଥିଲା । ଦୀର୍ଘ 6 ମାସ ପରେ ପୁଣିଥରେ ପର୍ଯ୍ୟଟକଙ୍କ ପାଇଁ ତାଜମହଲକୁ ଖୋଲା ଯାଇଛି । ତେବେ କୋଭିଡ୍‌ କଟକଣା ସହିତ ତାଜମହଲ ପରିଦର୍ଶନ କରିପାରିବା ନେଇ ସୂଚନା ଦିଆଯାଇଛି । ଦୈନିକ 5 ହଜାର ଲୋକଙ୍କୁ ପ୍ରବେଶ ଅନୁମତି ରହିଥିବାବେଳେ କରୋନା ଗାଇଡଲାଇନ୍‌କୁ କଡାକଡି ରୂପେ ପାଳନ କରାଯିବା ନେଇ ଗୁରୁତ୍ବ ଦିଆଯାଉଥିବା ନେଇ ଏଏସ୍‌ଆଇ ପକ୍ଷରୁ ସୂଚନା ରହିଛି ।

ତାଜମହଲରେ ପ୍ରବେଶ ପୂର୍ବରୁ ଶରୀରର ତାପମାତ୍ରା ମପା ଯାଉଥିବା ବେଳେ ଜୋତା ସାନିଟାଇଜ ମଧ୍ୟ କରାଯାଉଛି। ଏହି ସମୟରେ ଗ୍ରୁପ୍‌ ଫଟୋ ଉଠାଇବାକୁ ବାରଣ କରାଯାଇଛି। ସେହିପରି ତାଜମହଲ ବୁଲିବା ସମୟରେ ପର୍ଯ୍ୟଟକମାନ ଯେପରି କାନ୍ଥ, ରେଲିଂ ନ ଛୁଇଁବେ, ମାସ୍କ, ସାନିଟାଇଜର, ଟିସୁ ପେପର ବ୍ୟବହାର କରିବେ ସେଥିପ୍ରତି କଡ଼ା ଦୃଷ୍ଟି ଦିଆଯାଉଛି। ପ୍ଲସ୍‌ ଅକ୍ସିମିଟର ଜରିଆରେ ତାଜମହଲରେ ପ୍ରବେଶ କରିଥିବା ପର୍ଯ୍ୟଟକଙ୍କର ତାପମାତ୍ରା ମଧ୍ୟ ପରୀକ୍ଷା କରାଯାଉଛି । ସେହିପରି ପର୍ଯ୍ୟଟକଙ୍କ ନାମ, ଠିକଣା ଓ ମୋବାଇଲ୍‌ ନମ୍ବର ଆଦି ସଂଗ୍ରହ କରାଯାଉଛି । ବିନା ଲକ୍ଷଣ ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ଦିଆଯାଉଛି ।

କରୋନା ସଂକ୍ରମଣ ଯୋଗୁଁ ପର୍ଯ୍ୟଟକମାନଙ୍କୁ କାଉଣ୍ଟରରେ ଟିକେଟ ମିଳିବ ନାହିଁ । ସେମାନଙ୍କୁ ଇଲେକଟ୍ରୋନିକ ଟିକେଟ ଦିଆଯିବ । ସେହିପରି ପର୍ଯ୍ୟଟକଙ୍କ ପାଇଁ ଆଗ୍ରା ପୋର୍ଟ ମଧ୍ୟ ଖୋଲା ରହିବ । ଏଠାରେ ଦୈନିକ 2500 ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ରହିଛି ।  ସୂଚନାଯୋଗ୍ୟ ସମଗ୍ର ଦେଶରେ ଏଏସ୍‌ଆଇ ଅଧୀନରେ ଆସୁଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଜୁଲାଇ ମାସରୁ ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ ଖୋଲି ସାରିଛି। (ଏଜେନ୍ସି)

tajmahal tourist
Share. Facebook Twitter LinkedIn Email WhatsApp Copy Link

Related Posts

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026
Latest News

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.