ଆଜି ରାଜ୍ୟରେ ସୁସ୍ଥ ହେଲେ ୩ ହଜାର ୭୦୪ ଜଣ କରୋନା ଆକ୍ରାନ୍ତ

Published: Sep 21, 2020, 7:30 pm IST

ଭୁବନେଶ୍ବର: ଆଜି ରାଜ୍ୟରେ ୩ ହଜାର ୭୦୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୭୯୬ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୩୨୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ପୁରୀରୁ ୨୫୬, ଝାରସୁଗୁଡାରୁ ୧୫୧, କେନ୍ଦ୍ରାପଡାରୁ ୧୪୭, ବଲାଙ୍ଗିରିରୁ ୧୩୬, ସୁନ୍ଦରଗଡରୁ ୧୩୬, ବରଗଡରୁ ୧୩୨, ମୟୂରଭଞ୍ଜରୁ ୧୨୦, ନବରଙ୍ଗପୁରରୁ ୧୨୦, ଯାଜପୁରରୁ ୧୧୩, ସମ୍ବଲପୁରରୁ ୧୧୧, କୋରାପୁଟରୁ ୯୯, ରାୟଗଡାରୁ ୯୮, ଜଗତସିଂହପୁରରୁ ୯୦, କନ୍ଧମାଳରୁ ୮୫, ଭଦ୍ରକରୁ ୭୬, ବାଲେଶ୍ବରରୁ ୭୩, କେନ୍ଦୁଝରରୁ ୭୨, ସୋନପୁରରୁ ୬୫, ଗଞ୍ଜାମରୁ ୫୫, ବୌଦ୍ଧରୁ ୫୧, ଢେଙ୍କାନାଳରୁ ୩୯, ନୟାଗଡରୁ ୩୬, କଳାହାଣ୍ଡିରୁ ୩୪, ମାଲକାନଗିରିରୁ ୨୭, ଦେବଗଡରୁ ୨୩, ଅନୁଗୁଳରୁ ୨୨, ଗଜପତିରୁ ୨୨, ନୂଆପଡାରୁ ୧୧ ଏବଂ ଷ୍ଟେଟ ପୁଲରୁ ୧୮୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ସୁସ୍ଥ ସଂଖ୍ୟା ୧ ଲକ୍ଷ ୪୯ ହଜାର ୩୭୯ କୁ ବୃଦ୍ଧି ହୋଇଛି। ତେବେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୮୪ ହଜାର ୧୨୨ ଜଣ ଥିବାବେଳେ ଚିକିତ୍ସାଧୀନ ଅଛନ୍ତି ୩୩ ହଜାର ୯୮୦ ଜଣ ଏବଂ ୭୧୦ ଜଣ କରୋନାରେ ମୃତ୍ୟୁ ବରଣ କରିଛନ୍ତି।

Related posts