ରାଜ୍ୟରେ ଆଜି ୪ ହଜାର ୧୮୯ କରୋନା ଆକ୍ରାନ୍ତ ଚିହ୍ନଟ

Published: Sep 22, 2020, 11:26 am IST

ଭୁବନେଶ୍ବର: ରାଜ୍ୟରେ ଆଜି ୪ ହଜାର ୧୮୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୨୪୫୩ ଜଣ ଚିହ୍ନଟ ହୋଇଥିବାବେଳେ ୧୭୩୬ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୮୮ ହଜାର ୩୧୧ କୁ ବୃଦ୍ଧି ହୋଇଛି। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩୮ ହଜାର ୧୫୮ ଜଣ। ସେହିପରି ସୁସ୍ଥ ହୋଇଛନ୍ତି ୧ ଲକ୍ଷ ୪୯ ହଜାର ୩୭୯ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି ୭୧୦ଜଣ।

ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ମୋଟ୍‌ ୪ ହଜାର ୧୮୯ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୭୧୨ ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳୁରୁ ୧୦୭, ବାଲେଶ୍ବରରୁ ୧୫୦, ବରଗଡରୁ ୧୨୮,  ଭଦ୍ରକରୁ ୩୪,  ବଲାଙ୍ଗିରରୁ ୧୧୪, ବୌଦ୍ଧରୁ ୭୭, କଟକରୁ ୫୮୬, ଦେବଗଡରୁ ୧୨, ଢେଙ୍କାନାଳରୁ ୫୪,  ଗଜପତିରୁ ୨, ଗଞ୍ଜାମରୁ ୩୫, ଜଗତସିଂହପୁରରୁ ୧୦୪, ଯାଜପୁରରୁ ୧୮୭, ଝାରସୁଗୁଡାରୁ ୮୪, କଳାହାଣ୍ଡିରୁ ୧୦୫, କନ୍ଧମାଳରୁ ୭୪, କେନ୍ଦ୍ରାପଡାରୁ ୧୨୬, କେଉଁଝରରୁ ୩୩, କୋରାପୁଟରୁ ୬୩, ମାଲକାନଗିରିରୁ ୭୨, ମୟୂରଭଞ୍ଜରୁ ୧୭୪, ନବରଙ୍ଗପୁରରୁ ୭୫, ନୟାଗଡରୁ ୮୨, ନୂଆପଡାରୁ ୫୮, ପୁରୀରୁ ୨୬୫, ରାୟଗଡାରୁ ୨୯,  ସମ୍ବଲପୁରରୁ ୧୧୩, ସୋନପୁରରୁ ୯୦, ସୁନ୍ଦରଗଡରୁ ୨୦୧ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ପୁଲ୍‌ରୁ ୨୪୩ଜଣ ଚିହ୍ନଟ ହୋଇଥିବାର ସୂଚନା ରହିଛି।

Related posts