ପୂର୍ବତଟ ରେଳପଥର ସ୍ଵଛ ରେଳ – ସ୍ଵଛ ଭାରତ – ସ୍ଵଛ ପରିସର କ୍ୟାମ୍ପେନ ଆରମ୍ଭ

Published: Sep 23, 2020, 3:48 pm IST

ଭୁବନେଶ୍ବର, ପୂର୍ବତଟ ରେଳପଥ ସ୍ଵଛ ଭାରତ ଅଭିଯାନର ସ୍ଵଛ ରେଳ – ସ୍ଵଛ ଭାରତ – ସ୍ଵଛ ପରିସର ନାମିତ ଏକ ଅଭିଜାନ ଆରମ୍ଭ କରିଛି। ଏଥିରେ ପୂର୍ବତଟ ଅଧିକାରୀଙ୍କ ନେତୃତ୍ୱରେ  କର୍ମଚାରୀମାନେ ସମସ୍ତ ଷ୍ଟେସନ ପରିଚାଳନା କ୍ଷେତ୍ରର ପରିଚ୍ଛନ୍ନତା ଆଣିବା କାର୍ଯ୍ୟରେ ନିଜକୁ ନିୟୋଜିତ ରଖିଥିଲେ। ଷ୍ଟେସନ ସହିତ ନିଜ କାର୍ଯ୍ୟାଳୟ ଓ ଏହାର ପରିସରରେ ପରିଚ୍ଛନ୍ନତା ଆଣିବା ଥିଲା ଏହି ଅଭିଜାନର ମୂଳ ଲକ୍ଷ। ରେଳଷ୍ଟେସନ ପରିଚାଳନା କ୍ଷେତ୍ର ମାନଙ୍କରେ ଉପଯୁକ୍ତ ଯାତ୍ରୀ ପରିଷେବା ସୁନିଶ୍ଚିତ କରାଯାଇଥିଲା। ଷ୍ଟେସନ ମାନଙ୍କରେ ସମସ୍ତ ଡ୍ରେନ ମାନଙ୍କର ସଫେଇ କାର୍ଯ୍ୟ ଏହି ଅବସରରେ ସମ୍ପାଦନ କରାଯାଇଥିଲା I

ସ୍ୱଚ୍ଛତା ଅଭିଯାନକୁ ସ୍ମରଣୀୟ କରାଇବା ପାଇଁ  ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଓ ସମସ୍ତ ପ୍ରମୁଖ ଅଧିକାରୀମାନଙ୍କ ନେତୃତ୍ୱରେ ଅଧିକାରୀ ଓ କାର୍ମଚାରୀମାନେ ଆଜି ରେଳ ସଦନ ପରିସର ସହିତ ବିଭିନ୍ନ କାର୍ଯ୍ୟ ସ୍ଥାନ ମାନଙ୍କରେ ସଫେଇ କାର୍ଯ୍ୟ କରିଥିଲେ I

Related posts