କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ସି. ଅଙ୍ଗାଡିଙ୍କ ମୃତ୍ୟୁରେ କେନ୍ଦ୍ର କ୍ୟାବିନେଟର ଶୋକ

Published: Sep 24, 2020, 9:47 pm IST

ନୂଆଦିଲ୍ଲୀ, କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ସି. ଅଙ୍ଗାଡିଙ୍କ ମୃତ୍ୟୁରେ କେନ୍ଦ୍ର କ୍ୟାବିନେଟ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ତାଙ୍କ ମୃତ୍ୟୁରେ ଦେଶ ଜଣେ ପ୍ରବୀଣ ନେତା, ଶିକ୍ଷାବିତ, ପ୍ରତିଷ୍ଠିତ ସାଂସଦ ଓ ଦକ୍ଷ ପ୍ରଶାସକଙ୍କୁ ହରାଇଛି। ସେ ଖାଦ୍ୟ, ଖାଉଟି ବ୍ୟାପାର ଓ ସାଧାରଣ ବଣ୍ଟନ, ମାନବ ସମ୍ବଳ ବିକାଶ ଓ ପ୍ରତିରକ୍ଷା ଷ୍ଟାଣ୍ଡିଂ କମିଟିର ସଦସ୍ୟ ତଥା ଅର୍ଥ ମନ୍ତ୍ରାଳୟର ପରାମର୍ଶଦାତା କମିଟିର ସଦସ୍ୟ ଭାବେ ଦାୟିତ୍ୱ ତୁଲାଇଛନ୍ତି । ପେନସନ, ସାଂସଦମାନଙ୍କ ଦରମା ଓ ଭତ୍ତା ଯୁଗ୍ମ କମିଟି ସଦସ୍ୟ, କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ପରାମର୍ଶଦାତା କମିଟି, ହାଉସ କମିଟି ଓ ପିଟିସନ କମିଟି ସଦସ୍ୟ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ । ମେ, 2019ରେ ଶ୍ରୀ ଅଙ୍ଗାଡି କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିଲେ।

ସେ ବହୁ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଜଡ଼ତ ଥିଲେ । ଶିଳ୍ପ,କୃଷି, ଗରିବଙ୍କ ପାଇଁ ଶିକ୍ଷା ଆଦି ପ୍ରତି ତାଙ୍କର ବିଶେଷ ଋଚି ରହିଥିଲା । ସେ 2009ରୁ ସୁରେଶ ଅଙ୍ଗାଡି ଏଜୁକେଶନ ଫାଉଣ୍ଡେସନ, ବେଲଗାମର ଅଧ୍ୟକ୍ଷ ଥିଲେ । ପଢ଼ିବାକୁ ଓ ବୁଲିବାକୁ ସେ ଭଲ ପାଉଥିଲେ। ସରକାର ଓ ସାରା ଦେଶ ପକ୍ଷରୁ କେନ୍ଦ୍ର କ୍ୟାବିନେଟ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛି ।

Related posts