Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବର୍ଦ୍ଧିତ ବିଦ୍ୟୁତ ଦର ବିରୁଦ୍ଧରେ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେଵ ଆମ ଜନତା ଅଧିକାର
ଆଜିର ଖବର

ବର୍ଦ୍ଧିତ ବିଦ୍ୟୁତ ଦର ବିରୁଦ୍ଧରେ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେଵ ଆମ ଜନତା ଅଧିକାର

September 26, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: କରୋନା ମହାମାରୀରେ ଆର୍ଥିକ କଲବଲକୁ ବଢ଼ାଇ ଦେଇଛି ସରକାରଙ୍କ ବିଦ୍ୟତ ଶୁଳ୍କ ବୃଦ୍ଧି ଘୋଷଣା। ବର୍ତ୍ତମାନ ଅନ୍ୟ ସମସ୍ତ ରାଜ୍ୟ ଅପେକ୍ଷା ଓଡିଶାରେ ବିଦ୍ୟୁତ ଶୁଳ୍କ ଯଥେଷ୍ଟ ଅଧିକ ରହିଛି। ବିଦ୍ୟୁତ ଉତ୍ପାଦନ କରୁନଥିବା ରାଜ୍ୟଠାରୁ ମଧ୍ୟ ଏହା ଅଧିକ। କମ୍ପାନୀ ଓ କର୍ପୋରେଟମାନଙ୍କ ଠାରୁ ବକେୟା ବିଦ୍ୟୁତ ଶୁଳ୍କ ଆଦାୟ ନକରି ସାଧାରଣ ଗରିବ ଜନସାଧାରଣଙ୍କ ଠାରୁ ଜୋର ଜବରଦସ୍ତ ଆର୍ଥିକ ଶୋଷଣକୁ ଆଜି ଆମ ଜନତା ଅଧିକାର ଓ ଉପଭୋକ୍ତା ମହାସଂଘ ମିଳିତ ସାମ୍ବାଦିକ ସମ୍ମିଳନୀରେ ଦୃଢ଼ ନିନ୍ଦା କରିବା ସହ ଆଗାମୀ ଦିନରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ସହ ଜନଆନ୍ଦୋଳନ କରିବ ବୋଲି ଘୋଷଣା କରିଛି।

ବିଦ୍ୟୁତ ବଣ୍ଟନ ଦାୟିତ୍ୱରେ ଥିବା ବଡ଼ ବଡ଼ କମ୍ପାନୀ ଉପରେ ୫୯୬୪ କୋଟି ଟଙ୍କା ବକେୟା ପଡିଛି। ତାକୁ ଆଦାୟ ନ କରି ସାଧାରଣ ଜନତାଙ୍କ ଉପରେ ସରକାର ଦାଉ ସାଧୁଛନ୍ତି। ବିଦ୍ୟୁତ ବଣ୍ଟନ ଜନିତ ଟ୍ରାନ୍ସମିଶନ କ୍ଷତିକୁ ୮% ପର୍ଯ୍ୟନ୍ତ ଦିଲ୍ଲୀ ଭଳି ଅନ୍ୟାନ୍ୟ ରାଜ୍ୟ ବହୁପରିମାଣରେ କମାଇ ସାରିଥିବା ବେଳେ ଓଡିଶାରେ ଏ ପର୍ଯ୍ୟନ୍ତ ୩୦% ରୁ ଅଧିକ ରହିଛି। ଏହି କ୍ଷତିକୁ ନ କମାଇ ଅପାରଗ ଓ ଦୁର୍ନୀତିଗ୍ରସ୍ତ ଅସାଧୁ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନ ନେଇ ସାଧାରଣ ଲୋକଙ୍କ ଉପରେ ତାକୁ ଲଦିଦେବା ଅତ୍ୟନ୍ତ ନିନ୍ଦନୀୟ ମାତ୍ର ଦୁଇ ମାସ ହେଲା ଦାୟିତ୍ୱ ନେଇଥିବା ଟାଟା କମ୍ପାନୀକୁ ସୁହାଇଲା ଭଳି ଏହି ନିଷ୍ପତ୍ତିକୁ ପୁନର୍ବିଚାର କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇଛନ୍ତି। ଓଇଆରସିର ଏପର୍ଯ୍ୟନ୍ତ ଏ ସଂକ୍ରାନ୍ତରେ କୌଣସି ନୋଟିଫିକେସନ ବାହାରିନଥିବା ବେଳେ ତରବରିଆ ଭାବେ ଏହି ଘୋଷଣା କାହା ସ୍ୱାର୍ଥରେ ବୋଲି ମଧ୍ୟ ପ୍ରଶ୍ନ ଉଠାଇଛି ଆମ ଜନତା ଅଧିକାର ଓ ଉପଭୋକ୍ତା ମହାସଂଘ।

ଆଜିର ଉତ୍କଳ ସାମ୍ବାଦିକ ଭବନଠାରେ ସାମ୍ବାଦିକ ସମ୍ମିଳନୀରେ ଆମ ଜନତା ଅଧିକାରର ସହ ଆବାହକ ବାସୁଦେବ ଭଟ୍ଟ, ସାଧାରଣ ସମ୍ପାଦକ ଲଲାଟେନ୍ଦୁ ଶତପଥି, ମୁଖପାତ୍ର ପ୍ରସନ୍ନ ବିଶୋଇ, ସଂଯୋଜକ ଭକ୍ତି ରଞ୍ଜନ ପଲାଇ, ପ୍ରଣତି ସ୍ବାଇଁ ଓ ଉପଭୋକ୍ତା ମହାସଂଘ ସଭାପତି ତଥା ଆମ ଜନତା ଅଧିକାରର କାର୍ଯ୍ୟକାରୀ ସଦସ୍ୟ ରମେଶ ଶତପଥୀ ଉପସ୍ଥିତ ଥିଲେ।

ଆମ ଜନତା ଅଧିକାର ଉଚ୍ଚ ନ୍ୟାୟାଳୟ କରୋନା ମହାମାରୀ ବର୍ଦ୍ଧିତ ବିଦ୍ୟୁତ ଦର
Share. Facebook Twitter LinkedIn Email WhatsApp Copy Link

Related Posts

‘ଦମନ’ ଅଭିଯାନ: ଓଡିଶା ପୋଲିସ ଦ୍ଵାରା ଅପରାଧୀ ଓ ଅସାମାଜିକଙ୍କ ବିରୋଧରେ କଡ଼ା ପଦକ୍ଷେପ

September 23, 2026

ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସାତସମାରେ ସ୍ୱଚ୍ଛତା ପକ୍ଷ ପାଳିତ

September 23, 2026

ବିଶ୍ୱର ଶ୍ରେଷ୍ଠ ୧୦ ଟି ୨୦ ଆନ୍ତର୍ଜାତୀୟ ବୋଲର: ପ୍ରଥମ ଥର ପାଇଁ ୧ ନମ୍ବର ସ୍ଥାନରେ ପାକିସ୍ତାନ ଖେଳାଳି

September 23, 2026

“ଜ୍ଞାନେଶ କୁମାରଙ୍କୁ ଗିରଫ କରାଯିବା ଉଚିତ”: ଇସି ବିବାଦ ଉପରେ ମମତା ବାନାର୍ଜୀଙ୍କ ଦାବି

September 23, 2026
Latest News

‘ଦମନ’ ଅଭିଯାନ: ଓଡିଶା ପୋଲିସ ଦ୍ଵାରା ଅପରାଧୀ ଓ ଅସାମାଜିକଙ୍କ ବିରୋଧରେ କଡ଼ା ପଦକ୍ଷେପ

September 23, 2026

ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସାତସମାରେ ସ୍ୱଚ୍ଛତା ପକ୍ଷ ପାଳିତ

September 23, 2026

ବିଶ୍ୱର ଶ୍ରେଷ୍ଠ ୧୦ ଟି ୨୦ ଆନ୍ତର୍ଜାତୀୟ ବୋଲର: ପ୍ରଥମ ଥର ପାଇଁ ୧ ନମ୍ବର ସ୍ଥାନରେ ପାକିସ୍ତାନ ଖେଳାଳି

September 23, 2026

SIR-ନିର୍ବାଚନ କମିଶନ ବିବାଦ ଉପରେ ବିଜେପିର ପ୍ରଥମ ପ୍ରତିକ୍ରିୟା: ସମ୍ବିତ ପାତ୍ର କହିଲେ….

September 23, 2026

“ଜ୍ଞାନେଶ କୁମାରଙ୍କୁ ଗିରଫ କରାଯିବା ଉଚିତ”: ଇସି ବିବାଦ ଉପରେ ମମତା ବାନାର୍ଜୀଙ୍କ ଦାବି

September 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.