ଆଜି ରାଜ୍ୟରୁ ସୁସ୍ଥ ହେଲେ ୪୩୮୦ କରୋନା ଆକ୍ରାନ୍ତ

Published: Oct 1, 2020, 8:01 pm IST

ଭ୍ବବନେଶ୍ବର: ଆଜି ରାଜ୍ୟରୁ ୪୩୮୦ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୭୭୦ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୫୫୮ ଜଣ, ଜଗତସିଂହପୁରରୁ ୨୩୩, ସୁନ୍ଦରଗଡରୁ ୨୩୩, ଯାଜପୁରରୁ ୧୯୮, ପୁରୀରୁ ୧୯୨, ଝାରସୁଗୁଡାରୁ ୧୬୮, ମୟୂରଭଞ୍ଜରୁ ୧୫୫, ବରଗଡରୁ ୧୩୫, କେନ୍ଦ୍ରାପଡାରୁ ୧୨୪, ଅନୁଗୁଳରୁ ୧୧୯, ସମ୍ବଲପୁରରୁ ୧୧୩, ନୟାଗଡରୁ ୧୦୩, କଳାହାଣ୍ଡିରୁ ୧୦୨, ଢେଙ୍କାନାଳରୁ ୯୦, ନବରଙ୍ଗପୁରରୁ ୮୨, ନୂଆପଡ଼ାରୁ ୭୬, ସୋନପୁରରୁ ୭୫, କେନ୍ଦୁଝରରୁ ୭୨, କନ୍ଧମାଳରୁ ୬୧, ଭଦ୍ରକରୁ ୬୦, କୋରାପୁଟରୁ ୫୩, ବଲାଙ୍ଗିରିରୁ ୪୯, ମାଲକାନଗିରିରୁ ୪୬, ଗଞ୍ଜାମରୁ ୪୨, ବୌଦ୍ଧରୁ ୩୮, ଦେବଗଡରୁ ୨୦, ଗଜପତିରୁ ୧୨ ଏବଂ ଷ୍ଟେଟ ପୁଲରୁ ୨୩୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୨୨ ହଜାର ୭୩୪ ଥିବା ବେଳେ ୧ ଲକ୍ଷ ୯୦ ହଜାର ୮୦ ଜଣ ସୁସ୍ଥ ହୋଇଘରକୁ ଫେରିଛନ୍ତି। ସେହିପରି ୩୧ ହଜାର ୭୪୨ ଜଣ ଚିକିତ୍ସିତ ହେଉଥିବା ବେଳେ ୮୫୯ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Related posts