ଆସନ୍ତା ୨୩ ରେ ବିହାର ନିର୍ବାଚନକୁ ଓହ୍ଲାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କରିବେ ୧୨ ଟି ରାଲି

Published: Oct 17, 2020, 9:46 am IST

ନୂଆଦିଲ୍ଲୀ, ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୨ ଟି ରାଲି କରିବେ। ତାଙ୍କର ପ୍ରଥମ ରାଲି ଅକ୍ଟୋବର ୨୩ ରେ ସାସାରାମରେ ଆୟୋଜିତ ହେବ ଜ୍ଝ ସେହି ଦିନ ସେ ଗୟା ଏବଂ ଭାଗଲପୁରରେ ଆଉ ଦୁଇଟି ସମାବେଶରେ ଉଦବୋଧନ ଦେବେ। ପ୍ରଥମ ପର‌୍ୟ୍ୟାୟ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଏହି ତିନୋଟି ସମାବେଶ ହେବ, ଯାହା ମାଧ୍ୟମରେ ସେ ୭୧ ଟି ଆସନରେ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ) ଜିତାଇବାକୁ ଜନସାଧାରଣଙ୍କୁ ନିବେଦନ କରିବେ।

ତାଙ୍କର ଅନ୍ୟ ନଅଟି ରାଲି ଦ୍ୱିତୀୟ ଏବଂ ତୃତୀୟ ପର‌୍ୟ୍ୟାୟ ନିର୍ବାଚନ ପାଇଁ ହେବ। ବିହାର ବିଜେପି ନିର୍ବାଚନ ଦାୟିତ୍ୱରେ ଥିବା ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି ଯେ ଏନଡିଏ ଦ୍ୱାରା ଏହି ରାଲି ଅନୁଷ୍ଠିତ ହେବ, ଯେଉଁଥିରେ ଜନତା ଦଳ ୟୁନାଇଟେଡ୍ ବା ଜେଡିୟୁ ସଭାପତି ତଥା ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସାମିଲ ହେବେ।

Related posts