Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନାଚୁଣୀ ନିକଟରେ ଓଲଟିଲା ଅଟୋ: ଉଦ୍ଧାର କରିବାକୁ ଯାଇଥିବା ପୋଲିସକୁ ମିଳିଲା ଦେଶୀ ମଦ
ଆଜିର ଖବର

ନାଚୁଣୀ ନିକଟରେ ଓଲଟିଲା ଅଟୋ: ଉଦ୍ଧାର କରିବାକୁ ଯାଇଥିବା ପୋଲିସକୁ ମିଳିଲା ଦେଶୀ ମଦ

October 25, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ଆଳୁ ଖୋଳୁ ଖୋଳୁ ମହାଦେବ। ଏକ ଅଟୋ ଦୁର୍ଘଟଣା ହୋଇ ଓଲଟିପଡିଲା ଏବଂ ତାକୁ ଉଦ୍ଧାର କରିବାରୁ ଧରା ପଡିଲା ଅଟୋ ଭିତରେ ଥିବା ଦେଶୀ ମହୁଲି ବୋଝେଇ ବସ୍ତା। ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ସୁନାଖେଳା ବାଇପାସରେ ଏପରି ଏକ ଘଟଣା ଘଟିଯାଇଛି।

ମିଳିଥିବା ସୂଚନା ମୁତାବକ ଆଜି ଅପରାହ୍ନ ୪:୧୦ ମିନିଟରେ ଓଡ଼ି-୦୨-ଏଇଉ ୫୦୪୧ ନମ୍ବର ବିଶିଷ୍ଟ ଏକ ଅଟୋ ବ୍ରହ୍ମପୁରରୁ ଭୁବନେଶ୍ୱର ଯାଉଥିବାବେଳେ ୧୬ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ସୁନାଖେଳା ନର୍ସରୀ ନିକଟରେ ଭାରସାମ୍ୟ ହରାଇ ଓଲଟିପଡିଥିଲା। ଏହି ଖବର ପାଇ ନାଚୁଣୀ ଫାଣ୍ଡି ଅଧିକାରୀ ଶ୍ରୀ ଉମାକାନ୍ତ ସାହୁ ସଦଳବଳେ ଘଟଣାସ୍ଥଳରେ ପହଁଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ଉକ୍ତ ଅଟୋ ଏବଂ ସେଥିରେ ଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ। ପରବର୍ତ୍ତୀ ସମୟରେ ପୋଲିସର ଯାଞ୍ଚବେଳେ ଉକ୍ତ ଅଟୋରୁ ତିନି ଗୋଟି ବ୍ୟାଗ ଯେଉଁଥିରେ ୯୦ ଲିଟର ଦେଶୀ ମହୁଲି ଏବଂ ଗୋଟିଏ ସିମେଣ୍ଟ ବସ୍ତା ମିଳିଥିଲା।

ଏହାକୁ କେନ୍ଦ୍ରକରି ନାଚୁଣୀ ପୋଲିସ ଅଟୋରେ ଉପସ୍ଥିତ ଥିବା ଡ୍ରାଇଭର ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଗିରଫ କରି ଅଟୋ ଜବତ କରିଛି। ଗିରଫ ଡ୍ରାଇଭର ଜଣକ ହେଲେ ଭୁବନେଶ୍ୱରର ଜଗନ୍ନାଥ ରଣା(୩୪) ଏବଂ ଯାତ୍ରୀ ଜଣକ ହେଲେ ବିହାରର ରଞ୍ଜିତ ଶର୍ମା (୨୫)। ଉଭୟେ ଖଲିକୋଟ ନିର୍ମଳଝର ଅଞ୍ଚଳରୁ ଦେଶୀ ମହୁଲି ନେଇ ଭୁବନେଶ୍ୱରରେ ବିକିବା ଉଦ୍ଦେଶ୍ୟରେ ଯାଉଥିବାର ପୋଲିସ ନିକଟରେ ପ୍ରକାଶ କରିଛନ୍ତି। ଉଭୟଙ୍କ ନାମରେ ଓଡିଶା ଅବକାରୀ ଆଇନ ୨୦୦୮ ଅନୁଯାୟୀ କେସ ନମ୍ବର ୩୩୧/୨୦ ରେ ବାଣପୁର ଥାନାରେ ମାମଲା ରୁଜୁକରି ପୋଲିସ ତଦନ୍ତ ଜାରିରଖିଛି।

ଅଟୋ ଦୁର୍ଘଟଣା ଦେଶୀ ମଦ ନାଚୁଣୀ
Share. Facebook Twitter LinkedIn Email WhatsApp Copy Link

Related Posts

ସୋଆରେ ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026

ଭାରତୀୟ ରେଳବାଇ ଦ୍ୱାରା ସ୍ପେଶାଲ୍ ଟ୍ରେନର ସେବା ଅବଧି ବୃଦ୍ଧି

June 22, 2026

ଗଜପତିର ପ୍ରବାସୀ ଶ୍ରମିକଙ୍କ ମରଶରୀରକୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ

June 22, 2026

ନୂଆ ପାଠ୍ୟପୁସ୍ତକକୁ ନେଇ ବିବାଦ: ତ୍ରୁଟି, ଟେଣ୍ଡର ଓ ୨୧ କୋଟିର ପ୍ରଶ୍ନ

June 22, 2026
Latest News

ସୋଆରେ ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026

ଭାରତୀୟ ରେଳବାଇ ଦ୍ୱାରା ସ୍ପେଶାଲ୍ ଟ୍ରେନର ସେବା ଅବଧି ବୃଦ୍ଧି

June 22, 2026

ଗଜପତିର ପ୍ରବାସୀ ଶ୍ରମିକଙ୍କ ମରଶରୀରକୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ

June 22, 2026

ନୂଆ ପାଠ୍ୟପୁସ୍ତକକୁ ନେଇ ବିବାଦ: ତ୍ରୁଟି, ଟେଣ୍ଡର ଓ ୨୧ କୋଟିର ପ୍ରଶ୍ନ

June 22, 2026

ଟିଏମସି ବିଦ୍ରୋହୀ ଗୋଷ୍ଠୀର ବଡ଼ ନିଷ୍ପତ୍ତି: ଅଧ୍ୟକ୍ଷ ପଦରୁ ହଟିଲେ ମମତା, ଅଭିଷେକ ବାନାର୍ଜୀ ନିଲମ୍ବିତ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.