ଉଚ୍ଚ ସ୍ବରରେ ଗୀତ ଶୁଣିବା ପଡିଲା ମହଙ୍ଗା : ଯୁବକଙ୍କୁ ଛୁରୀ ଭୁସି ହତ୍ୟା, ତିନି ଗିରଫ

Published: Oct 28, 2020, 10:55 am IST

ଦିଲ୍ଲୀ : ଦିଲ୍ଳୀର ମହେନ୍ଦ୍ର ପାର୍କ ଅଞ୍ଚଳରେ 29 ବର୍ଷୀୟ ଜଣେ ବ୍ୟକ୍ତିଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି । ତେବେ ହତ୍ୟାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଉଚ୍ଚ ଶବ୍ଦରେ ଗୀତ ବଜାଇବା ଯୋଗୁଁ ହତ୍ୟା କରାଯାଇଛି । ମିଳିଥିବା ସୂଚନା ଅନୁସାରେ ସୁଶୀଲ୍‌ ନାମକ ଜଣେ ବ୍ୟକ୍ତି ଦୁଇ ଭାଇଙ୍କସହିତ ବସି ଉଚ୍ଚ ଶବ୍ଦରେ ଗୀତ ଶୁଣୁଥିଲେ । ଏହାପରେ ଏହି ଉଚ୍ଚ ଶବ୍ଦକୁ ନେଇ ଦୁଇ ପକ୍ଷ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ।

ପୋଲିସ୍‌ର ସୂଚନା ଅନୁସାରେ ମଙ୍ଗଳବାର ଦ୍ବିପ୍ରହର 3ଟା ସମୟରେ ଏହି ଘଟଣା ସମ୍ପର୍କରେ ସୂଚନା ମିଳିଥିଲା । ଗୁରୁତର ଆହତ ସୁଶୀଲଙ୍କ ଓ ତାଙ୍କ ଭାଇ ଅନୀଲ୍‌ଙ୍କୁ ବାବୁ ଜଗଜୀବନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ସୁଶୀଲ୍‌ ଓ ଅନୀଲ୍‌ ଗମ୍ଭୀର ରୂପରେ ଆହତ ହୋଇଥିବାବେଳେ ଅନ୍ୟ ଜଣେ ଭାଇ ସୁନୀଲ୍‌ ସୁସ୍ଥ ଅଛନ୍ତି । ସୁଶୀଲଙ୍କ ମୃତ୍ୟୁ ହୋଇଥିବାବେଳ ଅନିଲ୍‌ଙ୍କ ଅବସ୍ଥା ସଂକଟାପନ୍ନ ରହିଛି ।

ସୁଶୀଲ୍‌ ନିଜ ଭାଇଙ୍କ ସହିତ ଅବଦୁଲ ସତାରଙ୍କ ଘରେ ଉଚ୍ଚ ଶବ୍ଦରେ ଗୀତ ଶୁଣୁଥିଲେ । ଅବଦୁଲ୍‌ ତାଙ୍କୁ ଗୀତର ସାଉଣ୍ଡ କମ୍‌ କରିବାକୁ କହିଥିଲେ । କିନ୍ତୁ ସୁନୀଲ୍‌ ମନା କରିଥିଲେ । ଏହି ଘଟଣାକୁ ଦୁଇ ପକ୍ଷଙ୍କ ମଧ୍ୟରେ ତୁତୁମେମେଁ ଆରମ୍ଭ ହୋଇଥିଲା । ଘଟଣା ଏତେ ଉଗ୍ରରୂପ ଧାରଣ କଲା ଯେ, ଅବଦୁଲ୍ଲଙ୍କ ଚାରି ପୁଅ ଓ ସୁଶୀଲ୍‌ ଓ ତାଙ୍କ ଭାଇଙ୍କ ସହିତ ଝଗଡା ଆରମ୍ଭ କଲେ । ଏହାପରେ ଅବଦୁଲଙ୍କ ପୁଅ ସୁଶୀଲ୍‌ ଓ ତାଙ୍କ ଭାଇଙ୍କ ଉପରେ ଛୁରୀରେ ଆକ୍ରମଣ କଲେ । ଏହି ଘଟଣାରେ ଅବଦୁଲ୍‌ଙ୍କ ସ୍ତ୍ରୀ ମଧ୍ୟ ଆହତ ହୋଇଛନ୍ତି । ସୁଶୀଲଙ୍କ ଭାଇ ସୁନୀଲଙ୍କ ବୟାନ ଆଧାରରେ ଅବଦୁଲ୍‌ ସମେତ ଅନେକ ଚାରି ପୁଅଙ୍କ ବିରୋଧରେ ମୋକଦ୍ଦମା ଦାଏର ହୋଇଛି । ପୋଲିସ୍‌ ଅବଦୁଲ୍‌ ଓ ତାଙ୍କ ଦୁଇ  ପୁଅଙ୍କୁ ଗିରଫ କରିଥିବାବେଳେ ଅନ୍ୟ ଦୁଇଜଣ ଫେରାର୍‌ ଅଛନ୍ତି । ମୃତକ ସୁଶୀଲଙ୍କ ବିରୋଧରେ ଅପରାଧିକ ମାମଲା ରହିଥିବାର ପୋଲିସ୍‌ ସୂଚନା ଦେଇଛି । (ଏଜେନ୍ସି)

Related posts