Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଉଚ୍ଚ ସ୍ବରରେ ଗୀତ ଶୁଣିବା ପଡିଲା ମହଙ୍ଗା : ଯୁବକଙ୍କୁ ଛୁରୀ ଭୁସି ହତ୍ୟା, ତିନି ଗିରଫ
ଆଜିର ଖବର

ଉଚ୍ଚ ସ୍ବରରେ ଗୀତ ଶୁଣିବା ପଡିଲା ମହଙ୍ଗା : ଯୁବକଙ୍କୁ ଛୁରୀ ଭୁସି ହତ୍ୟା, ତିନି ଗିରଫ

October 28, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦିଲ୍ଲୀ : ଦିଲ୍ଳୀର ମହେନ୍ଦ୍ର ପାର୍କ ଅଞ୍ଚଳରେ 29 ବର୍ଷୀୟ ଜଣେ ବ୍ୟକ୍ତିଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି । ତେବେ ହତ୍ୟାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଉଚ୍ଚ ଶବ୍ଦରେ ଗୀତ ବଜାଇବା ଯୋଗୁଁ ହତ୍ୟା କରାଯାଇଛି । ମିଳିଥିବା ସୂଚନା ଅନୁସାରେ ସୁଶୀଲ୍‌ ନାମକ ଜଣେ ବ୍ୟକ୍ତି ଦୁଇ ଭାଇଙ୍କସହିତ ବସି ଉଚ୍ଚ ଶବ୍ଦରେ ଗୀତ ଶୁଣୁଥିଲେ । ଏହାପରେ ଏହି ଉଚ୍ଚ ଶବ୍ଦକୁ ନେଇ ଦୁଇ ପକ୍ଷ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ।

ପୋଲିସ୍‌ର ସୂଚନା ଅନୁସାରେ ମଙ୍ଗଳବାର ଦ୍ବିପ୍ରହର 3ଟା ସମୟରେ ଏହି ଘଟଣା ସମ୍ପର୍କରେ ସୂଚନା ମିଳିଥିଲା । ଗୁରୁତର ଆହତ ସୁଶୀଲଙ୍କ ଓ ତାଙ୍କ ଭାଇ ଅନୀଲ୍‌ଙ୍କୁ ବାବୁ ଜଗଜୀବନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ସୁଶୀଲ୍‌ ଓ ଅନୀଲ୍‌ ଗମ୍ଭୀର ରୂପରେ ଆହତ ହୋଇଥିବାବେଳେ ଅନ୍ୟ ଜଣେ ଭାଇ ସୁନୀଲ୍‌ ସୁସ୍ଥ ଅଛନ୍ତି । ସୁଶୀଲଙ୍କ ମୃତ୍ୟୁ ହୋଇଥିବାବେଳ ଅନିଲ୍‌ଙ୍କ ଅବସ୍ଥା ସଂକଟାପନ୍ନ ରହିଛି ।

ସୁଶୀଲ୍‌ ନିଜ ଭାଇଙ୍କ ସହିତ ଅବଦୁଲ ସତାରଙ୍କ ଘରେ ଉଚ୍ଚ ଶବ୍ଦରେ ଗୀତ ଶୁଣୁଥିଲେ । ଅବଦୁଲ୍‌ ତାଙ୍କୁ ଗୀତର ସାଉଣ୍ଡ କମ୍‌ କରିବାକୁ କହିଥିଲେ । କିନ୍ତୁ ସୁନୀଲ୍‌ ମନା କରିଥିଲେ । ଏହି ଘଟଣାକୁ ଦୁଇ ପକ୍ଷଙ୍କ ମଧ୍ୟରେ ତୁତୁମେମେଁ ଆରମ୍ଭ ହୋଇଥିଲା । ଘଟଣା ଏତେ ଉଗ୍ରରୂପ ଧାରଣ କଲା ଯେ, ଅବଦୁଲ୍ଲଙ୍କ ଚାରି ପୁଅ ଓ ସୁଶୀଲ୍‌ ଓ ତାଙ୍କ ଭାଇଙ୍କ ସହିତ ଝଗଡା ଆରମ୍ଭ କଲେ । ଏହାପରେ ଅବଦୁଲଙ୍କ ପୁଅ ସୁଶୀଲ୍‌ ଓ ତାଙ୍କ ଭାଇଙ୍କ ଉପରେ ଛୁରୀରେ ଆକ୍ରମଣ କଲେ । ଏହି ଘଟଣାରେ ଅବଦୁଲ୍‌ଙ୍କ ସ୍ତ୍ରୀ ମଧ୍ୟ ଆହତ ହୋଇଛନ୍ତି । ସୁଶୀଲଙ୍କ ଭାଇ ସୁନୀଲଙ୍କ ବୟାନ ଆଧାରରେ ଅବଦୁଲ୍‌ ସମେତ ଅନେକ ଚାରି ପୁଅଙ୍କ ବିରୋଧରେ ମୋକଦ୍ଦମା ଦାଏର ହୋଇଛି । ପୋଲିସ୍‌ ଅବଦୁଲ୍‌ ଓ ତାଙ୍କ ଦୁଇ  ପୁଅଙ୍କୁ ଗିରଫ କରିଥିବାବେଳେ ଅନ୍ୟ ଦୁଇଜଣ ଫେରାର୍‌ ଅଛନ୍ତି । ମୃତକ ସୁଶୀଲଙ୍କ ବିରୋଧରେ ଅପରାଧିକ ମାମଲା ରହିଥିବାର ପୋଲିସ୍‌ ସୂଚନା ଦେଇଛି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଅନ୍ତ୍ୟୋଦୟ ଗୃହ ଯୋଜନାରେ ନିର୍ମାଣ ହେବ ଆଉ ୨,୯୧,୬୬୬ ନୂଆ ଘର

October 15, 2026

କର୍କଟ ରୋଗୀଙ୍କ ପୁନର୍ବାସ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସ୍ୱେଚ୍ଛାସେବୀ ସଂଗଠନକୁ ସମ୍ମାନିତ କଲା ସୋଆ

October 15, 2026

ଛାତ୍ର ସଂସଦ ନିର୍ବାଚନ ଫଳାଫଳ: କେଉଁ ଦଳର କେତେ ସଫଳତା?

October 15, 2026

କ୍ୟାମ୍ପସ ରାଜନୀତି: ନିର୍ବାଚନ ଫଳାଫଳ ପ୍ରକାଶ

October 15, 2026
Latest News

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଅନ୍ତ୍ୟୋଦୟ ଗୃହ ଯୋଜନାରେ ନିର୍ମାଣ ହେବ ଆଉ ୨,୯୧,୬୬୬ ନୂଆ ଘର

October 15, 2026

କର୍କଟ ରୋଗୀଙ୍କ ପୁନର୍ବାସ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସ୍ୱେଚ୍ଛାସେବୀ ସଂଗଠନକୁ ସମ୍ମାନିତ କଲା ସୋଆ

October 15, 2026

ଛାତ୍ର ସଂସଦ ନିର୍ବାଚନ ଫଳାଫଳ: କେଉଁ ଦଳର କେତେ ସଫଳତା?

October 15, 2026

କ୍ୟାମ୍ପସ ରାଜନୀତି: ନିର୍ବାଚନ ଫଳାଫଳ ପ୍ରକାଶ

October 15, 2026

ଟି-୨୦ କ୍ରିକେଟ: ଲଜ୍ଜାଜନକ ରେକର୍ଡ ତାଲିକାରେ ସାମିଲ ହେଲେ ଶ୍ରେୟସ ଆୟର

October 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.