ବଡଗାମରେ ଏନକାଉଣ୍ଟର : ଦୁଇ ଆତଙ୍କୀ ନିହତ

Published: Oct 28, 2020, 10:58 am IST

ଶ୍ରୀନଗର : ଜମ୍ମୁ କାଶ୍ମୀରରେ ବଡଗାମରେ ସୁରକ୍ଷାବଳଙ୍କ ପକ୍ଷରୁ ଏକ ଏନକାଉଣ୍ଟରରେ 2 ଆତଙ୍କୀଙ୍କୁ ନିପାତ କରାଯାଇଛି । ମଙ୍ଗଳବାର ବିଳମ୍ବିତ ରାତିରେ ସୁରକ୍ଷା ଅଧିକାରୀ ଏବଂ ଆତଙ୍କୀଙ୍କ ମଧ୍ୟରେ ଏହି ଏନକାଉଣ୍ଟର ସଙ୍ଗଠିତ ହୋଇଥିଲା । ସେଣ୍ଟ୍ରାଲ କାଶ୍ମୀରର ବଡଗାମ ସ୍ଥିତ ମୋଚୁଆରେ ଏହି ଏନକାଉଣ୍ଟର ସଙ୍ଗଠିତ ହୋଇଥିଲା । ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ସୂଚନା ମିଳିବା ପରେ ସେନା ପକ୍ଷରୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା । ତେବେ ଆତଙ୍କୀ ମାନେ ଗୁଳି ଚାଳନା କରିବା ପରେ ସେନା ପକ୍ଷରୁ ମଧ୍ୟ ପାଲଟା ଗୁଳିଚାଳନା କରାଯାଇଥିଲା । ଏଥିରେ ଦୁଇ ଆତଙ୍କୀ ନିହତ ହୋଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ନିକଟ ଅତୀତରେ ଜମ୍ମୁ କାଶ୍ମୀରରୁ ଦୁଇଟି ପୃଥକ ଘଟଣାରେ ତିନି ଆତଙ୍କୀଙ୍କୁ ଆତ୍ମସମର୍ପଣ କରାଇଥିଲେ ସୁରକ୍ଷା ବଳ । (ଏଜେନ୍ସି)

Related posts