Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆସିଲା ଅନଲକ୍‌ -6 ଗାଇଡଲାଇନ୍‌ : ଜାଣନ୍ତୁ କ’ଣ ରହିଛି କଟକଣା
ଆଜିର ଖବର

ଆସିଲା ଅନଲକ୍‌ -6 ଗାଇଡଲାଇନ୍‌ : ଜାଣନ୍ତୁ କ’ଣ ରହିଛି କଟକଣା

October 31, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ନଭେମ୍ବର ମାସ ପାଇଁ ଅନଲକ୍‌-6ର ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟସରକାର । କଣ୍ଟେନେମେଣ୍ଟ ଜୋନ୍‌ରେ ଲକ୍‌ଡାଉନ୍‌ କଟକଣା ଜାରି ରହିବା ନେଇ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟସରକାର । ସେହିପରି ଜିଲ୍ଲାପାଳ ଓ ମ୍ୟୁନିସିପାଲ୍‌ କମିଶନର ଅବରୋଧ ଅଞ୍ଚଳ ସ୍ଥିର କରିବେ । ନଭେମ୍ବର 15 ଯାଏଁ ସିନେମା ହଲ୍‌, ସୁଇମିଂ ପୁଲ୍‌ ଆଦି ବନ୍ଦ ରହିବ । ଏଣ୍ଟରଟେନମେଣ୍ଟ କମ୍ପ୍ଲେକ୍ସ, ଥିଏଟର, ଅଡିଟୋରିୟମ୍‌ ବନ୍ଦ ରହିବ । ଏନେଇ ପରବର୍ତ୍ତୀ ନିଷ୍ପତ୍ତି 16 ତାରିଖରେ ନିଆଯିବ ବୋଲି ସୂଚନା ରହିଛି । ତେବେ କୋଭିଡ୍‌ ନିୟମ ମାନି ମୁକ୍ତାକାଶ ରଙ୍ଗମଞ୍ଚ ଖୋଲିବାକୁ ଅନୁମତି ମିଳିଛି ।

ବାହାଘରରେ ସର୍ବାଧିକ 200 ଲୋକ ଯୋଗଦାନ କରିପାରିବେ ବୋଲି ଏହି ଗାଇଡଲାଇନ୍‌ରେ ସୂଚନା ରହିଥିବାବେଳେ ଅନ୍ତିମସଂସ୍କାରରେ ସର୍ବାଧିକ 50 ଜଣଙ୍କୁ ଅନୁମତି ଦିଆଯାଇଛି । ସେହିପରି ନଭେମ୍ବର 16 ତାରିଖରୁ ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ତେବେ ନବମ ଦଶମ ବ୍ୟତୀତ ସବୁ ଶିକ୍ଷାନୁଷ୍ଠାନ ନଭେମ୍ବର 30 ତାରିଖ ଯାଏଁ ବନ୍ଦ ରହିବ ।  ତେବେ ଅନ୍ତର୍ଜାତୀୟ ବିମାନ ସେବାକୁ ଅନୁମତି ପ୍ରଦାନ କରାଯାଇନାହିଁ। ବଡ଼ ଧରଣର ରାଜନୈତିକ, ଧାର୍ମିକ, କ୍ରୀଡା ସମାବେଶକୁ ବାରଣ କରାଯାଇଛି । ପ୍ରଶାସନ ଅନୁମତିରେ ଧାର୍ମିକ ଅନୁଷ୍ଠାନ ଖୋଲିପାରିବେ ବୋଲି ସୂଚନା ରହିଛି । ସ୍ଥାନୀୟ ପ୍ରଶାସନର ଅନୁମତି ନେଇ ଧର୍ମାନୁଷ୍ଠାନରେ ପୂଜାର୍ଚ୍ଚନା କରାଯାଇପାରିବ । ମାସ୍କ, ସାମାଜିକ ଦୂରତା ଓ କୋଭିଡ୍‌ ନିୟମ ପାଳନ ବାଧ୍ୟତାମୂଳକ କରାଯାଇଛି ।

ଅନଲକ୍‌ ଗାଇଡଲାଇନ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ସୋଆକୁ ବଡ଼ ଗୌରବ: ଷ୍ଟାନଫୋର୍ଡ ତାଲିକାରେ ସୋଆର ୩୮ ଗବେଷକ

October 15, 2026

କାରରୁ ଗଂଜେଇ ଜବତ: ୨ ଗିରଫ

October 15, 2026

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଅନ୍ତ୍ୟୋଦୟ ଗୃହ ଯୋଜନାରେ ନିର୍ମାଣ ହେବ ଆଉ ୨,୯୧,୬୬୬ ନୂଆ ଘର

October 15, 2026

କର୍କଟ ରୋଗୀଙ୍କ ପୁନର୍ବାସ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସ୍ୱେଚ୍ଛାସେବୀ ସଂଗଠନକୁ ସମ୍ମାନିତ କଲା ସୋଆ

October 15, 2026
Latest News

SIR ବିବାଦ ମଧ୍ୟରେ ନିର୍ବାଚନ କମିଶନଙ୍କ ବଡ଼ ନିଷ୍ପତ୍ତି: ୧୭ ଟି ରାଜ୍ୟ ପାଇଁ ନେଲେ ଏହି ପଦକ୍ଷେପ

October 15, 2026

ସୋଆକୁ ବଡ଼ ଗୌରବ: ଷ୍ଟାନଫୋର୍ଡ ତାଲିକାରେ ସୋଆର ୩୮ ଗବେଷକ

October 15, 2026

କାରରୁ ଗଂଜେଇ ଜବତ: ୨ ଗିରଫ

October 15, 2026

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଅନ୍ତ୍ୟୋଦୟ ଗୃହ ଯୋଜନାରେ ନିର୍ମାଣ ହେବ ଆଉ ୨,୯୧,୬୬୬ ନୂଆ ଘର

October 15, 2026

କର୍କଟ ରୋଗୀଙ୍କ ପୁନର୍ବାସ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସ୍ୱେଚ୍ଛାସେବୀ ସଂଗଠନକୁ ସମ୍ମାନିତ କଲା ସୋଆ

October 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.