
ଭୁବନେଶ୍ୱର : କେନ୍ଦୁଝର ଜିଲ୍ଲା ପାଟଣା ଥାନା ପୂର୍ବତନ ଆଇଆଇସି ସଂଧ୍ୟାରାଣୀ ଜେନାଙ୍କୁ ଦୁଇ ବର୍ଷ ଥାନା ପୋଷ୍ଟିଂ ମନା। ଥାନାରେ ନିଯୁକ୍ତି ନେଇ ରାଜ୍ୟ ମାନବାଧିକାର କମିଶନ ଅଙ୍କୁଶ ଲଗାଇଛନ୍ତି। ଥାନା ଭିତରେ ଜଣେ ଯୁବକଙ୍କୁ ମାଡ଼ ମାରିବା ଘଟଣାକୁ ନେଇ ଏପରି ନିର୍ଦ୍ଦେଶ ଦିଆଯାଇଛି। ସଂଧ୍ୟାରାଣୀଙ୍କୁ ଦୁଇ ବର୍ଷ ଯାଏ କିଛି ଫିଲ୍ଡ ଡ୍ୟୁଟି ନଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ଦୁଇ ବର୍ଷ ଯାଏ କୌଣସି ଥାନାରେ ତାଙ୍କୁ ନିଯୁକ୍ତି ନଦେବାକୁ କୁହାଯାଇଛି। ସଂଧ୍ୟାରାଣୀଙ୍କୁ ଟ୍ରେନିଂରେ ପଠାଇବାକୁ କମିଶନ କହିଛନ୍ତି। ଅଭିଯୁକ୍ତଙ୍କ ପ୍ରତି କିଭଳି ବ୍ୟବହାର କରାଯିବ , ସେନେଇ ଟ୍ରେନିଂ ନେବେ।
ସୂଚନାଯୋଗ୍ୟ, ଗତ ମେ’ ମାସରେ ଥାନାରେ ଅଟକ ଜଣେ ଯୁବକଙ୍କୁ ପିଟିଥିଲେ ଆଇଆଇସି । ଅଟକ ଯୁବକଙ୍କୁ ନିସ୍ତୁକ ପିଟିବା ସହ ଗୋଇଠା ବି ମାରିଥିଲେ। ଆଇଆଇସିଙ୍କ ମାଡ଼ ଭିଡିଓ ଭାଇରାଲ ହେବା ପରେ ସମଗ୍ର ରାଜ୍ୟରେ ହଇଚଇ ହୋଇଥିଲା। ଘଟଣା ପରେ ପରେ ଆଇଆଇସି ସଂଧ୍ୟାରାଣୀଙ୍କୁ ନିଲମ୍ବିତ କରିଥିଲେ ଡିଜିପି।
Tags: ଆଇଆଇସି