ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧ ହଜାର ୩୧୫ ଜଣ କରୋନା ଆକ୍ରାନ୍ତ: ଆରୋଗ୍ୟ ସଂଖ୍ୟା ୩ ଲକ୍ଷ ଡେଇଁଲା

Published: Nov 17, 2020, 8:44 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ୧ ହଜାର ୩୧୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। କଟକରୁ ସର୍ବାଧିକ ୧୪୪ ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୪୩, ସୁନ୍ଦରଗଡରୁ ୧୧୬, ମୟୂରଭଞ୍ଜରୁ ୮୭, ପୁରୀରୁ ୭୭, ଜଗତସିଂହପୁରରୁ ୭୪, ବରଗଡରୁ ୬୨, ଯାଜପୁରରୁ ୫୫, କେନ୍ଦ୍ରାପଡ଼ାରୁ ୫୪, ବାଲେଶ୍ବରରୁ ୫୩, ଅନୁଗୁଳରୁ ୪୪, ବଲାଙ୍ଗିରିରୁ ୪୨, କେନ୍ଦୁଝରରୁ ୪୨, ନୂଆପଡାରୁ ୪୧, ସମ୍ବଲପୁରରୁ ୩୭, କଳାହାଣ୍ଡିରୁ ୩୫, କୋରାପୁଟରୁ ୩୧, ଭଦ୍ରକରୁ ୨୩, ନୟାଗଡରୁ ୨୩, ସୋନପୁରରୁ ୧୯, ଢେଙ୍କାନାଳରୁ ୧, ମାଲକାନଗିରିରୁ ୧୬, ନବରଙ୍ଗପୁରରୁ ୧୪, ଗଞ୍ଜାମରୁ ୧୨, ଝାରସୁଗୁଡାରୁ ୮, କନ୍ଧମାଳରୁ ୯, ବୌଦ୍ଧରୁ ୫, ଦେବଗଡରୁ ୨, ରାୟଗଡାରୁ ୩, ଗଜପତିରୁ ଜଣେ ଏବଂ ଷ୍ଟେଟ ପୁଲରୁ ୨୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୪୭୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୦ ହଜାର ୫୨ ମଧ୍ୟରୁ ୭ ହଜାର ୯୬୫ ଜଣ ଚିକିତ୍ସିଧୀନ ଥିବା ବେଳେ ୧୫୭୦ ଜଣ କରୋନାରେ ମୃତ୍ୟୁବରଣ କରଛନ୍ତି।

 

Related posts