Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶ୍ମଶାନ ଜମିକୁ ନେଇ ବିବାଦ: ପୋଲିସ ପ୍ରଶାସନ ଉପସ୍ଥିତରେ ହେଲା ଶବଶତ୍କାର
ଆଜିର ଖବର

ଶ୍ମଶାନ ଜମିକୁ ନେଇ ବିବାଦ: ପୋଲିସ ପ୍ରଶାସନ ଉପସ୍ଥିତରେ ହେଲା ଶବଶତ୍କାର

November 17, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲ ଅଧିନସ୍ଥ ଝାନସିପାଟଣାରେ ଥିବା ଶ୍ମଶାନ ଜମିକୁ ନେଇ ବିବାଦ ଦେଖାଯାଇଛି। ଦୀର୍ଘ ୫ବର୍ଷ ଧରି ଏହି ବିବାଦ ଲାଗିରହିଥିବା ବେଳେ ଗତକାଲିଠାରୁ ଏହା ଉଗ୍ରରୂପ ନେଇଛି। କିଛି ଲୋକ ଶ୍ମଶାନ ଜମି ଜବରଦଖଲ କରିଥିବା ଅଭିଯୋଗ ହୋଇଛି। ପ୍ରଶାସନ ଏହାକୁ ସମାଧାନ ନକରି ମୃତକଙ୍କ ପରିବାରକୁ କିଛି ଆର୍ଥିକ ସହାୟତା ଦେଇ ଶବଦାହ ପାଇଁ ପୁରୀ ପଠାଇ ଚୁପଚାପ ବସିରହୁଥିବା ଅଭିଯୋଗ ହେଉଛି।

ସୂଚନା ଅନୁଯାୟୀ, ଗତକାଲି ରାତିରେ ଝାନସିପାଟଣା ଗ୍ରାମର ଜଣେ ବୃଦ୍ଧା ମୃତ୍ୟୁ ବରଣ କରିବାପରେ ଶବଶତ୍କାର ପାଇଁ ସମସ୍ୟା ସୃଷ୍ଟି ହୋଇଥିଲା। ଯାହା ଫଳରେ ଗତକାଲି ଠାରୁ ଆଜି ପର୍ଯ୍ୟନ୍ତ ଶବ ବାସିମଡା ହୋଇ ପଡିରହିଥିଲା। ସେହି ପୁରୁଣା ଶ୍ମଶାନରେ ଝାନସିପାଟଣାର ଲୋକେ ଆଜି ଶବ ଶତ୍କାର କରାଇଛନ୍ତି। ଶ୍ମଶାନ ଜମିରେ ଘରକରି ରହିଥିବା ସ୍ଥାନୀୟ ବାସିନ୍ଦା ଶବଶତ୍କାର ନକରିବା ପାଇଁ ପ୍ରତିରୋଧ କରିବାରୁ ଉଭୟ ଗୋଷ୍ଠୀ ମଧ୍ୟରେ ବଚସା ଓ ଠେଲାପେଲା ହୋଇଥିଲା। ପୋଲିସ ପ୍ରଶାସନ ଉପସ୍ଥିତରେ ବିବାଦୀୟ ଜମି ଉପରେ ଝାନସିପାଟଣା ଗ୍ରାମବାସୀ ଶବଶତ୍କାର କରିଛନ୍ତି।

ସେପଟେ ଝାନସିପାଟଣାର ଲୋକଙ୍କୁ ପଚାରିବାରେ ସେ ତହସିଲଦାରଙ୍କ ପୂର୍ବ ନିର୍ଦ୍ଦେଶ ମତେ ଶ୍ମଶାନ ଜମିରେ ଶବଶତ୍କାର କରିବା କଥା କହିଛନ୍ତି। ପରିସ୍ଥିତି ଅଣାୟତ ହେବାରୁ ଘଟଣା ସ୍ଥଳରେ ଟାଙ୍ଗୀ ତହସିଲଦାର, ଡେପୁଟି କଲେକ୍ଟର ଖୋର୍ଦ୍ଧା, ଆଇଆଇସି ଟାଙ୍ଗୀ ସହିତ ସଦଳବଳ ଉପସ୍ଥିତ ରହିଛନ୍ତି। ପରିସ୍ଥିତି ଉତ୍ତେଜନା ଥିବା ଡେପୁଟି କଲେକ୍ଟର ସୂଚନା ଦେଇଛନ୍ତି।

ଟାଙ୍ଗୀ ତହସିଲ ପୋଲିସ ପ୍ରଶାସନ
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱରରେ ଚାଞ୍ଚଲ୍ୟ! ଯୁବକଙ୍କୁ ଲୁହା ରଡରେ ପିଟି ପିଟି ହତ୍ୟା

June 29, 2026

ସରକାରୀ ଓକିଲଙ୍କ ପ୍ରଶିକ୍ଷଣ ଶିବିର ଉଦଯାପିତ

June 29, 2026

ଭାରତୀୟ ଦଳର ଲଜ୍ଜାଜନକ ପରାଜୟ ପରେ ଗୌତମ ଗମ୍ଭୀରଙ୍କୁ କଟାକ୍ଷ କଲା ଆୟର୍ଲାଣ୍ଡ କ୍ରିକେଟ୍ ବୋର୍ଡ

June 29, 2026

୪ ବର୍ଷର ଶିଶୁକୁ ଦୁଷ୍କର୍ମ ଓ ହତ୍ୟା ମାମଲା: ଗୋଟିଏ ମାସ ମଧ୍ୟରେ ଅଭିଯୁକ୍ତକୁ ମୃତ୍ୟୁଦଣ୍ଡ

June 29, 2026
Latest News

ତିନିଭାଷା ନୀତି ଉପରେ CBSE ବଡ଼ ନିଷ୍ପତ୍ତି: ଜାଣନ୍ତୁ ସ୍ଵତନ୍ତ୍ର ବ୍ୟବସ୍ଥା

June 29, 2026

ଭୁବନେଶ୍ୱରରେ ଚାଞ୍ଚଲ୍ୟ! ଯୁବକଙ୍କୁ ଲୁହା ରଡରେ ପିଟି ପିଟି ହତ୍ୟା

June 29, 2026

ସରକାରୀ ଓକିଲଙ୍କ ପ୍ରଶିକ୍ଷଣ ଶିବିର ଉଦଯାପିତ

June 29, 2026

ଭାରତୀୟ ଦଳର ଲଜ୍ଜାଜନକ ପରାଜୟ ପରେ ଗୌତମ ଗମ୍ଭୀରଙ୍କୁ କଟାକ୍ଷ କଲା ଆୟର୍ଲାଣ୍ଡ କ୍ରିକେଟ୍ ବୋର୍ଡ

June 29, 2026

୪ ବର୍ଷର ଶିଶୁକୁ ଦୁଷ୍କର୍ମ ଓ ହତ୍ୟା ମାମଲା: ଗୋଟିଏ ମାସ ମଧ୍ୟରେ ଅଭିଯୁକ୍ତକୁ ମୃତ୍ୟୁଦଣ୍ଡ

June 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.